Masthead

ଟ୍ରକକୁ ଧକ୍କା ଦେଲା ପୋଲିସ PCR ଗାଡି, ଜଣେ ଗୁରୁତର ୩ ଆହାତ

ବୌଦ୍ଧ(ବଡ଼ ଖବର ବ୍ୟୁରୋ):  ବୌଦ୍ଧ ଜିଲ୍ଲା ମନମୁଣ୍ଡା ଅଞ୍ଚଳରେ ପୋଲିସ  PCR ଗାଡି ଦ୍ୱାରା ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଗାଡିଟି ପୁରା ଚୁରମାର ହୋଇ ସଂପୁର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି । ମିଳିଥିବା ସୂଚନା ଅନୁଯାୟୀ ପୋଲିସର PCR ଗାଡ଼ି ଲୋକଙ୍କ ସୁରକ୍ଷା ନିମନ୍ତେ ନିୟୋଜିତ ହୋଇଥିବା ବେଳେ ଗତ ରାତିରେକୌଣସି ସୂତ୍ରରୁ ବାଉଁଶୁଣୀ ଠାରେ ଦୁର୍ଘଟଣା ଘଟିଥିବା ଖବର ପାଇ ଗାଡ଼ିଟି ଯାଇଥିଲା । ବାଉଁଶୁଣୀ ରୁ କାର୍ୟ୍ୟ ସାରି ରାତ୍ର ପ୍ରାୟ ୧୨ ଘଣ୍ଟା ସମୟରେ ମନମୁଣ୍ଡା ପଟକୁ ଆସୁଥିବା ବେଳେ ଜାତୀୟ ରାଜପଥ ୫୭ ର ତୃପ୍ତି ହୋଟେଲ ସମ୍ମୁଖରେ ଛିଡ଼ା ହୋଇଥିବା ଏକ ଟ୍ରକ୍ କୁ ପଛପଟୁ ଧକ୍କା ଦେବା ଫଳରେ ସମ୍ପୂର୍ଣ୍ଣ ରୂପେ ପୋଲିସ ଗାଡ଼ିଟି ଚୁରମାର ହୋଇଥିବା ଜଣା ପଡ଼ିଛି। ଦୁର୍ଘଟଣା ସ୍ଥଳକୁ ଦେଖିଲେ ଗାଡ଼ିଟି କେତେ ଦ୍ରୁତ ଗତି ରେ ଥିଲା ଏବଂ କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଲା ତାହା ତଦନ୍ତ ପରେ ଜଣାପଡ଼ିବ। ଗାଡ଼ିରେ ବସିଥିବା ୪ ଜଣଙ୍କ ମଧ୍ୟରୁ ଏସ ଆଇ ମାମିଲତା ସାମଲଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ୩ ଜଣ ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଜଣାପଡିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା