Masthead

ପାଲଲହଡ଼ା ବନ ବିଭାଗର ବଡ଼ ସଫଳତା

ପାଲଲହଡ଼ା (ବଡ଼ ଖବର ବ୍ୟୁରୋ): ଅନୁଗୁଳ ଜିଲ୍ଲା ପାଲଲହଡ଼ା ବନ ବିଭାଗର ବଡ଼ ସଫଳତା । ଦୀର୍ଘ ୯ଦିନର ଛକାପଞ୍ଝା ପରେ ଅଭିଯୁକ୍ତଙ୍କୁ ଧରିଛି ବନବିଭାଗ । ଆଠଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ ଆଠଜଣଙ୍କ ମଧ୍ୟରୁ ପାଲଲହଡ଼ା ବ୍ଲକ ନମପସି ପଞ୍ଚାୟତ ଛେଳିଆବେଡ଼ା ଗ୍ରାମର ଛଅ ଜଣ ଏବଂ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର ଗୋପପୁର ଓ ମରାହା ଗ୍ରାମର ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବନ ବିଭାଗର ସଫଳତାକୁ ସାଧାରଣରେ ପ୍ରଶଂସା କରାଯାଇଛି ।

ଗତ ଗୁରୁବାରଦିନ ତେଲକୋଇ ବନବିଭାଗର ପାଲଲହଡ଼ା ରେଞ୍ଜ ଅଧିନରେ ଥିବା କନ୍ତଳା ସେକ୍ସନ ଜମରା ବିଟ୍ ର ବନ କର୍ମଚାରୀଙ୍କ ଦ୍ୱାରା ପେଟ୍ରୋଲିଂ କରାଯାଉଥିବା ସମୟରେ ଏକ ମୃତ ଦନ୍ତାହାତୀର ଶବ ମିଳିଥିଲା । ହାତୀର ଦାନ୍ତ କେହି ଦୁର୍ବୃତ୍ତଚୋରି କରି ନେଇଥିଲା । ଦୁବୃତ୍ତଙ୍କ ଟେର ପାଇନଥିଲା ବନ ବିଭାଗ । ଦୀର୍ଘ ଆଠ ଦିନର ମାରାଥନ ଜେରାର ପରେ ଆଜି ଅନ୍ତ ଘଟିଛି । ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ଅନୁଯାୟୀ, ଗତ ଗୁରୁବାର ଛତୁ ଗୋଟାଇବାକୁ ଯାଇଥିବା ବେଳେ ତୃପ୍ତଝରଣ ଗାଁର ଲାଲମୋହନ ମହନ୍ତ ମୃତ ହାତୀର ମୃତଦେହ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ବନବିଭାଗ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ହାତୀର ମୃତଦେହକୁ ଜବତ କରିଥିଲା। କେହି ଦୁର୍ବୃତ୍ତ ହାତୀର ଦାନ୍ତ ନେଇ ଚମ୍ପଟ ମାରିଥିଲା । ପାଲଲହଡା ଡିଏଫ କ୍ଷମା ଷଡଙ୍ଗୀ ଓ ରେଞ୍ଜର ଦୁର୍ୟ୍ୟଧନ ଜେରାଇ ଏନେଇ ସୂଚନା ଦେଇଥିଲେ । ଉକ୍ତ ଘଟଣାରେ ସମ୍ପୃକ୍ତଥିବା ଆଠଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ