Masthead

ପୋଲିସ ଗୁଳିରେ ଟଳିଲେ ୪ ଗ୍ୟାଙ୍ଗଷ୍ଟାର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରାତି ଅଧରେ ଥରିଲା ରାଜଧାନୀ । ପୋଲିସ ଗୁଳିରେ ଟଳିଲେ ୪ ଗ୍ୟାଙ୍ଗଷ୍ଟାର । ଜାତୀୟ ରାଜଧାନୀ ଦିଲ୍ଲୀରେ ଘଟିଛି ଏହି ଘଟଣା । ଦିଲ୍ଲୀରେ ୪ ଗ୍ୟାଙ୍ଗଷ୍ଟର୍‌ଙ୍କୁ ପୋଲିସର ଏନ୍‌କାଉଣ୍ଟର । ବିହାରର ୪ ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟରଙ୍କୁ ଏନ୍‌କାଉଣ୍ଟର । ଦିଲ୍ଲୀର ବାହାଦୂର ଶାହ ମାର୍ଗରେ ୪ ଜଣଙ୍କୁ ଏନ୍‌କାଉଣ୍ଟର । ପୋଲିସ ଉପରକୁ ଫାୟାରିଂ ବେଳେ ୪ ଅପରାଧୀ ନିପାତ । ଦିଲ୍ଲୀ କ୍ରାଇମବ୍ରାଞ୍ଚ ଏବଂ ବିହାର ପୋଲିସର ଅପରେସନରେ ଏହି ସଫଳତା ମିଳିଛି । ବିହାର ନିର୍ବାଚନରେ ବିସ୍ଫୋରଣ ଯୋଜନା କରୁଥିଲା ଗ୍ୟାଙ୍ଗ୍ । ଦୀର୍ଘଦିନ ଧରି ପୋଲିସ ଟାର୍ଗେଟରେ ଥିଲେ ଏହି ୪ ଅପରାଧୀ । ସିଗମା ଆଣ୍ଡ୍ କମ୍ପାନୀ ନାଁରେ ଜଣାଶୁଣା କୁଖ୍ୟାତ ଗ୍ୟାଙ୍ଗ୍।

ଦିଲ୍ଲୀ କ୍ରାଇମବ୍ରାଞ୍ଚ ଏବଂ ବିହାର ପୋଲିସର ଚାଲିଥିଲା ଅପରେସନ୍ । ଦୀର୍ଘଦିନ ଧରି ପୋଲିସ ଟାର୍ଗେଟ୍‌ରେ ଥିଲେ ୪ ଅପରାଧୀ । ‘ସିଗ୍‌ମା ଆଣ୍ଡ୍ କମ୍ପାନୀ’ ନାଁରେ ଜଣାଶୁଣା କୁଖ୍ୟାତ ଗ୍ୟାଙ୍ଗ୍ ଥିଲେ ଏମାନେ । ତେବେ ଆଗାମୀ ବିହାର ନିର୍ବାଚନରେ ଏହି ଗ୍ୟାଙ୍ଗ୍ ବିସ୍ଫୋରଣ ଯୋଜନା କରୁଥିବା ନେଇ ସୂଚନା ପାଇଥିଲା ପୋଲିସ ।

ଦିଲ୍ଲୀର ରୋହିଣୀ ଅଞ୍ଚଳରେ ବୁଧବାର-ଗୁରୁବାର ରାତି ପ୍ରାୟ ୨.୨୦ରେ ହୋଇଥିବା ଏହି ଏନକାଉଣ୍ଟରରେ ବିହାରର ଚାରି ଜଣ ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ନିହତ ହୋଇଛନ୍ତି। ଏହି ଏନକାଉଣ୍ଟରରେ ଗ୍ୟାଙ୍ଗ ଲିଡର ରଞ୍ଜନ ପାଠକ ମଧ୍ୟ ନିହତ ହୋଇଥିଲେ। ପୋଲିସ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ କରୁଥିବା ବେଳେ ସେମାନେ ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇଥିଲେ । କିନ୍ତୁ ପୋଲିସର ପାଲଟା ଗୁଳି ଚାଳନାରେ ୪ ଅପରାଧିଙ୍କର ମୃତ୍ୟୁ ହୋଇଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା