Masthead

ଶପଥ ନେବେ ସୁନେତ୍ରା ପାୱାର

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ହେବେ ସୁନେତ୍ରା ପାୱାର। ଆଜି ଉପମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ। ଅଜିତ ପାୱାରଙ୍କ ସ୍ଥାନ ନେବେ ପତ୍ନୀ ସୁନେତ୍ରା ପାୱାର। ଏନସିପିର ଦିବଂଗତ ନେତା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଅକାଳ ମୃତ୍ୟୁ ପରେ ଏବେ ମହାରାଷ୍ଟର ଉପମୁଖ୍ୟମନ୍ତ୍ରୀ ପଦ ଲାଗି ଏନସିପି ପକ୍ଷରୁ ସୁନେତ୍ରାଙ୍କୁ ପ୍ରସ୍ତାବ ମିଳିବା ପରେ ଏହାକୁ ସେ ଗ୍ରହଣ କରିଛନ୍ତି। ସୁନେତ୍ରା ପାୱାର ଆଜି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ଉପମୁଖ୍ୟନ୍ତ୍ରୀ ପଦ ସହ ତାଙ୍କ ହାତରେ କ୍ରୀଡ଼ା ଓ ଅବକାରୀ ବିଭାଗ ମଧ୍ୟ ରହିବା ଚର୍ଚ୍ଚା ହେଉଛି। ଏନସିପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ରର ମେଣ୍ଟ ସରକାରରେ ଅର୍ଥ ମନ୍ତ୍ରାଳୟ ଏବେ ଅସ୍ଥାୟୀ ଭାବେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ହାତରେ ରହିବ।

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ପରେ ତାଙ୍କ ସ୍ଥାନ ଖାଲି ପଡ଼ିଛି । ତେବେ ଅଜିତ ପାଓ୍ବାରଙ୍କ ଉତ୍ତରାଧିକାରୀ କିଏ ହେବେ ଏହାକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ କୁହାଯାଉଛି କି, ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଯଦି ସେ ଉପମୁଖ୍ୟନ୍ତ୍ରୀ ଭାବେ ଶପଥ ନିଅନ୍ତି ତାହେଲେ ମହାରାଷ୍ଟ୍ର ରାଜନୀତିରେ ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହେବେ । ଶୁକ୍ରବାର ଏନସିପିର ବିଧାୟକମାନେ ଏନେଇ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନସିବଙ୍କ ସହ ଆଳୋଚନା କରିବା ସହ ଦାବି ରଖିଥିବା କୁହାଯାଉଛି ।

ମିଳିଥିବା ସୂଚନା ଅନୁସାରେ, ସକାଳେ ଏନସିପିର ବିଧାୟକଙ୍କ ଏକ ବୈଠକ ରହିଛି । ସେପଟେ ସୁନେତ୍ରା ପାୱାର ଫଡନଭିସ୍ ସରକାରରେ ଉପମୁଖ୍ୟମନ୍ତ୍ରୀ ହେବା ସହ ସେ ପଦ ଓ ଗୋପନୀୟତାର ଶପଥ ପାଠ ନେବେ ବୋଲି ସ୍ପଷ୍ଟ ହୋଇଛି । ସେପଟେ ଦୁଇ ଏନସିପି ଗୋଷ୍ଠୀ ଏକାଠି ହେବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଛେଦ ପଡ଼ିଛି । ଦୁଇ ଏନସିପି ଗୋଷ୍ଠୀ କେବେ ଏକାଠି ହୋଇପାରିବେ ନାହିଁ ବୋଲି ପୂର୍ବରୁ ବିଜେପି ରାଜ୍ୟସଭା ସାଂସଦ ଧନଞ୍ଜୟ ମହାଦିକ କହିଥଲେ । ଏବେ ଯାହା ସତ୍ୟ ପ୍ରମାଣିତ ହେବାକୁ ଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିନା ଫିଟନେସରେ ଗାଡ଼ି ଚଳାଉଥିଲେ ସାବଧାନ 🔴 ଏଥର UPI କଲେ କଟିବ ଟଙ୍କା! 🔴 ‘ଖୁବଶୀଘ୍ର ପିଲାଙ୍କୁ ମିଳିବ ନୂଆ ସଠିକ୍ ବହି’ 🔴 ଛାତ୍ରାବାସ ରାଗିଙ୍ଗ ଘଟଣା, ୭ଜଣ ପିଲାଙ୍କ ନାମରେ ମାମଲା ରୁଜୁ 🔴 ୨୨ ବର୍ଷ ବିନା ଦୋଷରେ ଜେଲ 🔴 ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ,ଓଡିଶାକୁ ଆସିବ ବଡ ପୁଞ୍ଜି 🔴 ‘ଇରାନ ପରମାଣୁ ଅସ୍ତ୍ର ରଖିପାରିବନି’ 🔴 ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ସୌମ୍ୟ ହତ୍ୟା ମାମଲା,୧୧ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଂଚ 🔴 ‘ଦେଶାତ୍ମକ ବୋଧ ସଙ୍ଗୀତକୁ ବି ଛାଡିଲେନି ଗୁରୁଚଣ୍ଡାଳ’ ପୁଣି ପାଠ୍ୟପୁସ୍ତକରେ ତ୍ରୁଟି 🔴 ବିନା ଫିଟନେସରେ ଗାଡ଼ି ଚଳାଉଥିଲେ ସାବଧାନ 🔴 ଏଥର UPI କଲେ କଟିବ ଟଙ୍କା! 🔴 ‘ଖୁବଶୀଘ୍ର ପିଲାଙ୍କୁ ମିଳିବ ନୂଆ ସଠିକ୍ ବହି’ 🔴 ଛାତ୍ରାବାସ ରାଗିଙ୍ଗ ଘଟଣା, ୭ଜଣ ପିଲାଙ୍କ ନାମରେ ମାମଲା ରୁଜୁ 🔴 ୨୨ ବର୍ଷ ବିନା ଦୋଷରେ ଜେଲ 🔴 ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ,ଓଡିଶାକୁ ଆସିବ ବଡ ପୁଞ୍ଜି 🔴 ‘ଇରାନ ପରମାଣୁ ଅସ୍ତ୍ର ରଖିପାରିବନି’ 🔴 ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ସୌମ୍ୟ ହତ୍ୟା ମାମଲା,୧୧ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଂଚ 🔴 ‘ଦେଶାତ୍ମକ ବୋଧ ସଙ୍ଗୀତକୁ ବି ଛାଡିଲେନି ଗୁରୁଚଣ୍ଡାଳ’ ପୁଣି ପାଠ୍ୟପୁସ୍ତକରେ ତ୍ରୁଟି