Masthead

ଯୌତୁକ ପାଇଁ ବଧୁ ହତ୍ୟା

ବାଲେଶ୍ୱର(ବଡଖବରବ୍ୟୁରୋ): ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ମୁଳିନ୍ଦା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ସୂଚନାନୁଯାୟୀ ବସ୍ତା ଥ।।ନା ଅନ୍ତର୍ଗତ ନାଇଗୁଡି ଗ୍ରାମର ଦେବେନ୍ଦ୍ର ଦାସଙ୍କ ଝିଅ ରାଜଶ୍ରୀଙ୍କ ସହିତ ମୁଳିନ୍ଦା ଗ୍ରାମର ଜଗଦୀଶ ଦାସଙ୍କ ଦୁଇବର୍ଷ ପୂର୍ବେ ବିବାହ ହୋଇଥିଲା । କିନ୍ତୁ ବାହାଘର ପରେ ଶାଶୁଘର ଲୋକେ ଅଧିକ ଯୌତୁକ ଦାବି କରି ରାଜଶ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ବୋଲି ରାଜଶ୍ରୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗତକାଲି ରାଜଶ୍ରୀଙ୍କ ଶାଶୁଘର ଲୋକେ ଶୋଇବା ଘରୁ ତାଙ୍କ ମୃତଦେହକୁ ଉଦ୍ଧାର କରି ହସ୍ପିଟାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ଶୁଣି ରାଜଶ୍ରୀଙ୍କ ବାପଘର ଲୋକେ ଡାକ୍ତରଖାନାରେ ପହଞ୍ଚିବା ପରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା । ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ଏ ନେଇ ଗତକାଲିଠାରୁ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ରାଜଶ୍ରୀଙ୍କ ପରିବାର ଲୋକେ ଶବକୁ କାନ୍ଧରେ ବୋହି ବୋହି ୩ କିଲୋମିଟର ଚାଲି ଚାଲି ଆସି ବସ୍ତା ଥାନା ସମ୍ମୁଖରେ ଧାରଣା ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟି-୨୦ ବିଶ୍ୱକପ, ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ 🔴 ରାଜ୍ୟସଭା ପାଇଁ ଆଜି ନାମାଙ୍କନ 🔴 ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 🔴 ମୋଜତାବା ଖାମେନି ଇରାନର ସର୍ବୋଚ୍ଚ ନେତା 🔴 ଇରାନ-ଆମେରିକା ମହାଯୁଦ୍ଧ, ମୃତ୍ୟୁ ସଂଖ୍ୟା ୧୦୦୦ ଅତିକ୍ରମ 🔴 ଦିଲ୍ଲୀପ ହେଲେ ପ୍ରାର୍ଥୀ, ନବୀନଙ୍କୁ ପଡିବ ମହଙ୍ଗା 🔴 ଆଜି ରଙ୍ଗର ପର୍ବ ହୋଲି 🔴 ଯୁଦ୍ଧରେ ଆୟାତୁଲ୍ଲା ଖାମେନେଇଙ୍କ ପତ୍ନୀଙ୍କ ମୃତ୍ୟୁ 🔴 ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ 🔴 ରାଜ୍ୟସଭା ନିର୍ବାଚନ, ମୁଖ୍ୟମନ୍ତ୍ରୀ ଡାକିଲେ ବଡ଼ ବୈଠକ 🔴 ଟି-୨୦ ବିଶ୍ୱକପ, ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ 🔴 ରାଜ୍ୟସଭା ପାଇଁ ଆଜି ନାମାଙ୍କନ 🔴 ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 🔴 ମୋଜତାବା ଖାମେନି ଇରାନର ସର୍ବୋଚ୍ଚ ନେତା 🔴 ଇରାନ-ଆମେରିକା ମହାଯୁଦ୍ଧ, ମୃତ୍ୟୁ ସଂଖ୍ୟା ୧୦୦୦ ଅତିକ୍ରମ 🔴 ଦିଲ୍ଲୀପ ହେଲେ ପ୍ରାର୍ଥୀ, ନବୀନଙ୍କୁ ପଡିବ ମହଙ୍ଗା 🔴 ଆଜି ରଙ୍ଗର ପର୍ବ ହୋଲି 🔴 ଯୁଦ୍ଧରେ ଆୟାତୁଲ୍ଲା ଖାମେନେଇଙ୍କ ପତ୍ନୀଙ୍କ ମୃତ୍ୟୁ 🔴 ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ 🔴 ରାଜ୍ୟସଭା ନିର୍ବାଚନ, ମୁଖ୍ୟମନ୍ତ୍ରୀ ଡାକିଲେ ବଡ଼ ବୈଠକ