Masthead

ପୋଲିସ ପାଇଁ ଜୀବନ ଗଲା

ରାଇରଙ୍ଗପୁର (ବଡ଼ ଖବର ବ୍ୟୁରୋ): ପୋଲିସ ପାଇଁ ଜୀବନ ଗଲା । ଏପରି ଅଘଟଣ ଘଟିଛି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଦାମୁଦିଗଡାରେ। ଗ୍ରାମାଞ୍ଚଳ ପୋଲିସ ରାତିରେ ଚେକିଂ କରୁଥିଲା । ସେହି ସମୟରେ ବାଇକରେ ୩ଜଣ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା ।

ହେଲେ ଫାଇନ ଡରରେ ପଳେଇବାରୁ ପୋଲିସ ମଧ୍ୟ ସେମାନଙ୍କର ପିଛା କରିଥିଲା । ବାଇକ ଆରୋହି ପୁଲିସ ଭୟରେ ଦ୍ରୁତ ଗତିରେ ପଳାଉଥିବା ବେଳେ ଦାମୁଦିଗଡା ନିକଟରେ ଥିବା ହମ୍ପସରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ପଥର ଉପରେ ଛିଟିକି ପଡ଼ିଥିଲେ । ପଥରରେ ମୁଣ୍ଡ ବାଜି ଘଟଣା ସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଗୁରୁତ୍ୱର ଥିବା ଜଣାପଡିଛି ।

ମୃତକ ହେଲେ ଗୋରୁମହିଷାଣି ଥାନା ବାଲିଆବାଦୀ ଗ୍ରାମର ଦାସମତ ମୁର୍ମୁ, ଗୁରୁତର ନାବାଳକ ଜଣକ ହେଲେ ଚାପଲ ଗ୍ରାମର ନାରାୟଣ ମାର୍ଣ୍ଡି । ସେମାନେ ସୁଲେଇପାଟରୁ ବିଜାତଳା ଦେଇ ଘରକୁ ଫେରୁଥିବା ବେଳେ ପୋଲିସ ହାବୁଡ଼ରେ ପଡ଼ିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ