କୋଭିଡ କବଳରେ ମାୟାନଗରୀ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ):କରୋନାରେ ବେହାଲ ହେଲାଣି ଫିଲ୍ମ ଇଣ୍ଡଷ୍ଟ୍ରି । କର୍ଫ୍ୟୁ ସତ୍ତ୍ୱେ ବୋଲ ମାନୁନି ମହାରାଷ୍ଟ୍ରରେ ସଂକ୍ରମଣ । ଜଣଙ୍କ ପରେ ଜଣେ ଅଭିନେତା କରୋନା ସଂକ୍ରମିତ ହେବାରେ ଲାଗିଛନ୍ତି । “ବିର ଦି ଓ୍ୱେଡିଙ୍ଗ”ର ଅଭିନେତା ସୁମିତ ବ୍ୟାସ ଏବେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ଫ୍ୟାନ୍ସ ମାନଙ୍କୁ ସୂଟନା ଦେଇଛନ୍ତି । ସେ କହିଛନ୍ତି ମୁଁ ଡାକ୍ତରଙ୍କ ଦ୍ୱାରା ପ୍ରେସକ୍ରାଇବ ମେଡିସିନ୍ ଖାଇବା ସହ ଘରେ ସଂଗରୋଧରେ ରହୁଛି । ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜ ନିଜର ପରୀକ୍ଷା କରାଇନେବାକୁ ସେ ନିବେଦନ କରିଛନ୍ତି ।

ସେପଟେ ଫ୍ୟାସନ ଡିଜାଇନର ମନୀଷ ମଲହୋତ୍ରା ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଇନଷ୍ଟା ଜରିଆରେ ଜଣାଇଛନ୍ତି । ମନୀଷ କହିଛନ୍ତି ମୋ ଠାରେ କିଛି ଲକ୍ଷଣ ଦେଖାଦେବାରୁ ମୁଁ ନିଜର ଟେଷ୍ଟ କରାଇଥିଲି । ଏବେ ରିପୋର୍ଟ ପଜିଟିଭ ଆସିବେ ପରେ ମୁଁ ନିଜକୁ ଆଇସୋଲେସନରେ ରଖିଛି । ସେ ସମସ୍ତଙ୍କୁ କହିଛନ୍ତି ଦରକାର ନଥିଲେ ଘରୁ ବାହାରକୁ ବାହାରନ୍ତୁ ନାହିଁ । ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ । ସେହିପରି ଅଭିନେତା ଲଲିତ ପରେମୁ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କୁ ପ୍ଲାଜମାର ଆବଶ୍ୟକତା ରହିଛି । ଏନେଇ ନିର୍ଦ୍ଦେଶକ ହଂସଲ ମେହେଟ୍ଟା ଟ୍ବିଟ କରି ପ୍ଲାଜମା ପାଇଁ ଦାବି କରିଛନ୍ତି ।

ତେବେ କେବଳ ବଲିଉଡ ନୁହେ ଟଲିଉଡରେ ମଧ୍ୟ କରୋନା ତାର କାୟା ବିସ୍ତାର କରି ଚାଲିଛି । ପାୱାର ଷ୍ଟାର ପୱନ କଲ୍ୟାଣ, ଯାହାଙ୍କର ଆଗାମି ଫିଲ୍ମ “ଭେକେଲ ସାବ’ ବକ୍ସ ଅଫିସରେ ରେକର୍ଡ ଭାଙ୍ଗୁଛି, ଦୁର୍ଭାଗ୍ୟବଶତ ସେ ମଧ୍ୟ କୋଭିଡ ସଂକ୍ରମିତ ହୋଇଛନ୍ତି । ହାଇଦ୍ରାବାଦ ସ୍ଥିତ ନିଜ ଫାର୍ମ ହାଉସରେ ଥିବା ସମୟରେ ତାଙ୍କ ଦହେ ଖରାପ ହୋଇଥିଲା । ତେଣୁ ସେ କୋଭିଡ ପରୀକ୍ଷା କରାଇଥିଲେ । ରିପୋର୍ଟ ପଜିଟିଭ ଆସିଥିଲା । ବର୍ତ୍ତମାନ ସେ ଆପୋଲୋ ହସ୍ପିଟାଲରେ ଚିକିତ୍ସୀତ ହେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ