Masthead

ସେତୁ ନିର୍ମାଣକୁ ନେଇ ରାଜନୀତି

କେନ୍ଦ୍ରାପଡା(ବଡ଼ ଖବର ବ୍ୟୁରୋ);କେନ୍ଦ୍ରାପଡା ଆଳି ନିର୍ବାଚନ ମଣ୍ଡଳୀର ପାରିନୂଆପଡା ଖରସ୍ରୋତା ବଳିତର ସେତୁନିର୍ମାଣ ପାଇଁ ୨୦୧୬ ମସିହାରେ କ୍ୟାବିନେଟ ମଞ୍ଜୁରୀ ମିଳିସାରିଥିଲା ଏବଂ ଟେଣ୍ଡର ମଧ୍ୟ ହୋଇଥିଲା । ଏହି ଉଚ୍ଚସ୍ତରୀୟ ସେତୁ ନିର୍ମାଣ ପାଇଁ ୧୦୮ କୋଟି ଟଙ୍କା ବଜେଟ ହୋଇଥିଲା । କିନ୍ତୁୂ ସେତେବେଳେ ରାଜ୍ୟ ସରକାର ଏହାକୁ ଅର୍ଥ ଅଭାବ କହି କାର୍ଯ୍ୟ ବନ୍ଦ କରାଇଦେଲେ କିନ୍ତୁ ଏବେ ପୁନଃ ସେହି ୧୦୮ କୋଟିି ଟଙ୍କାର ବ୍ୟୟ ଅଟକଳ ହୋଇଥିବାବେଳେ କମ୍ପାନୀ ଏହାକୁ ୯୭ କୋଟି ଟଙ୍କାରେ ଟେଣ୍ଡର ନେଇଛନ୍ତି ।

ତେବେ ୧୬ ମସିହାରେ ଯଦି ବ୍ୟୟ ଅଟକଳ ୧୦୮ କୋଟି ଥିଲା ତେବେ ଏବେ ସାତ ବର୍ଷ ପରେ ସରକାର କେମିତି ପୁଣି ୧୦୮ କୋଟି ଟଙ୍କାରେ ଅର୍ଥ ମଞ୍ଜୁର କଲେ ଏବଂ ଏହାକୁ ଗୋଟେ କମ୍ପାନୀ କିପରି ୯୭ କୋଟି ଟଙ୍କାରେ କରିଦେବ ଏହାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ।

ସେତେ ବେଳର ବଜାର ଏବେ ବଜାର ଭିତରେ ଆକାଶ ପାତାଳ ପାର୍ଥକ୍ୟ ରହିଛି ଦର ଦାମ ଆକାଶ ଛୁଆଁ ହୋଇଛି ତେଣୁ ଏ ପୋଲ ପାଇଁ ଅର୍ଥ ମଞ୍ଜୁରୀ କେବଳ ନିର୍ବାଚନୀ ପ୍ରଚାର ଓ ରାଜନୈତିକ ଫାଇଦା ବୋଲି କହିଛନ୍ତି ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଶର୍ମା ମୁଁ ବିଧାୟକ ଥିବା ସମୟରେ ସରକାର କେନ୍ଦ୍ରର କମ୍ପାନୀ ପ୍ରୀତି ପାଇଁ ଜାହାଜ ଚଳାଚଳ କରିବ କହି ରାଜ୍ୟ ସରକାର ବାହାନା କରିଥିଲେ ଆଉ ଏବେ ଏତିକି ପଇସାରେ ଉଚ୍ଚ ସ୍ତରୀୟ ପୋଲ ନିର୍ମାଣ କରାଯାଇ ଯଦି ଲୋକଙ୍କ କାମରେ ଆସିଲା ତେବେ ଆମେ ଖୁସି ହେବୁ । ବର୍ତ୍ତମାନର ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଦେବଙ୍କର ଏହି ପୋଲ ପାଇଁ କୌଣସି ଧାରଣା ନାହିଁ ବା ଉଦ୍ୟମ ନାହିଁ ବୋଲି ସିଧା ସିଧା କହିଛନ୍ତି ଶ୍ରୀଯୁକ୍ତ ଶର୍ମା । ତେବେ ଏହାକୁ ନେଇ ମନ୍ତ୍ରୀ ପ୍ରତାପ ଦେବଙ୍କର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ