Masthead

ନବନିଯୁକ୍ତ ଜିଲ୍ଲା କଂଗ୍ରେସ ସଭାପତିମାନଙ୍କୁ ଗୁରୁମନ୍ତ୍ର ଦେଲେ ଚେଲ୍ଲାକୁମାର

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ନବନିଯୁକ୍ତ ଜିଲ୍ଲା କଂଗ୍ରେସ କମିଟି ସଭାପତିମାନଙ୍କର ଏକ ବୈଠକ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ କଂଗ୍ରେସ ରାଜ୍ୟ ପ୍ରଭାରୀ ଡ. ଏ. ଚେଲ୍ଲାକୁମାର ଓ ପିସିସି ସଭାପତି ପଟ୍ଟନାୟକ ନବନିଯୁକ୍ତ ଜିଲ୍ଲା କଂଗ୍ରେସ ସଭାପତିମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ। ଡ. ଚେଲାକୁମାର ଜିଲ୍ଲା ସଭାପତିମାନଙ୍କୁ ପରାମର୍ଶ ଦେଇ କହିଲେ, ଆପଣମାନେ ଜିଲ୍ଲାର ଜଣେ ଜଣେ ଟାଣୁଆ ସଂଗଠକ। ଆପଣମାନେ ଦଳକୁ ଆହୁରି ସକ୍ରିୟ ଓ ସୁଦୃଢ଼ କରିପାରିଲେ କଂଗ୍ରେସ ଆଗାମୀ ଦିନରେ ଶାସନ କ୍ଷମତାକୁ ଆସିପାରିବ।

ସେହିପରି ପିସିସି ସଭାପତି ପଟ୍ଟନାୟକ କଂଗ୍ରେସର ସମସ୍ତ କାର୍ଯ୍ୟକ୍ରମକୁ ଲୋକମାନଙ୍କ ପାଖରେ ପହଞ୍ଚାଇ ବିଶ୍ୱାସଭାଜନ ହେବାକୁ ଜିଲ୍ଲା ସଭାପତିମାନଙ୍କୁ ପରାମର୍ଶ ଦେଇଥିଲେ। ବୈଠକରେ ବିଧାୟକ ତଥା ଜିଲ୍ଲା ସଭାପତି ସୁରେଶ କୁମାର ରାଉତରାୟ, ରମେଶ ଜେନା, ଦାଶରଥି ଗମାଙ୍ଗ, ଜର୍ଜ ତିର୍କୀ, ମାନସ ଚୌଧୁରୀ, ଅଂଶୁମାନ ମହାନ୍ତି, ମୀନାକ୍ଷୀ ବାହିନୀପତି, ଗିରିବାଳା ବେହେରା, ବିଶ୍ୱଜିତ୍ ଦାସ, ଅଜିତ ମଙ୍ଗରାଜ, ମନୋରଞ୍ଜନ ତ୍ରିପାଠୀ, ହେମନ୍ତ ଦାସ, ନିହାର ମହାନନ୍ଦ, ସୁବ୍ରତ ଦାସ, ଦିଲୀପ କୁମାର ବେହେରା, ନବକୁମାର ମିଶ୍ର, ସରୋଜ ପଟ୍ଟନାୟକ, ଭରତ ଅୱସ୍ତି, ଭାରତଭୂଷଣ ବେମାଲ, ଗୋବିନ୍ଦ ପାତ୍ର, ଘାସିରାମ ମାଝୀ, ରଞ୍ଜିତ ଦାସ, ଦୁର୍ଗାପ୍ରସାଦ ପଣ୍ଡା, ଗୌରୀଶଙ୍କର ପଣ୍ଡା, ବେଣୁମାଧବ ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ।

ଆଗାମୀ ଦୁଇ ଉପନିର୍ବାଚନ ନିମନ୍ତେ ନିରବଚ୍ଛିନ୍ନ ଭାବେ ପ୍ରତିବଦ୍ଧତାର ସହ କଂଗ୍ରେସ ପ୍ରାର୍ଥୀ ଦ୍ୱୟଙ୍କୁ ଜିତାଇବା ନିମନ୍ତେ ସହଯୋଗ ଓ ପ୍ରଚାର ଉପଲକ୍ଷେ ସମୟ ବାହାର କରିବାକୁ ପିସିସି ସଭାପତି ପଟ୍ଟନାୟକ ଓ ପ୍ରଭାରୀ ଡ. ଚେଲାକୁମାର ପରାମର୍ଶ ଦେଇଛନ୍ତି। ଦୁଇମାସ ମଧ୍ୟରେ ଜିଲ୍ଲା ଓ ବ୍ଳକ ପୁନର୍ଗଠନ କରାଯାଇ ଲୋକମାନଙ୍କ ପାଖରେ ଲୋକମାନଙ୍କର ବହୁବିଧ ସମସ୍ୟାକୁ ନେଇ କଂଗ୍ରେସ ଦୃଢ଼ତାର ସହ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ହାତକୁ ନେବ ବୋଲି ଦୃଢ଼ ସଂକଳ୍ପବଦ୍ଧ। ୨୦୨୪ ରେ କଂଗ୍ରେସକୁ ସରକାରକୁ ଫେରାଇ ଆଣିବା ଲକ୍ଷ୍ୟରେ ବ୍ୟକ୍ତିଗତ ସ୍ୱାର୍ଥକୁ ତ୍ୟାଗ କରି ଓଡ଼ିଶାର ଜନସାଧାରଣଙ୍କ ସ୍ୱାର୍ଥ ଲାଗି ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ଡ. ଚେଲାକୁମାର ମତବ୍ୟକ୍ତ କରିଥିଲେ।

ପ୍ରାରମ୍ଭରେ ବିଶିଷ୍ଟ କଂଗ୍ରେସ ନେତା ସ୍ୱର୍ଗତ ଗୁରୁପଦ ନନ୍ଦ ଓ ସ୍ୱର୍ଗତ ହରମୋହନ ଦାସଙ୍କ ବିୟୋଗରେ ଦୁଇମିନିଟ ନିରବ ପ୍ରାର୍ଥନା କରାଯିବା ସହ ଦିବଂଗତ ନେତାଦ୍ୱୟଙ୍କ ଆତ୍ମାର ସଦଗତି ନିମନ୍ତେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଶେଷରେ ପିସସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼