Masthead

ଲୋକପ୍ରିୟ ନେତା ହେଲେ ବି ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଥିଲେ ସୂର୍ଯ୍ୟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ସୂର୍ଯ୍ୟପାତ୍ରଙ୍କ ବିୟୋଗ ପରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି । ଅନେକ ନିଜର ଅନୁଭୂତି ବଖାଣୁଛନ୍ତି । କିଭଳି ସୂର୍ଯ୍ୟପାତ୍ର ତାଙ୍କ ନିର୍ବାଚନ ମଣ୍ଡଳୀରେ ଲୋକପ୍ରିୟ ଥିଲେ । ସେ କିଭଳି ବନ୍ଧୁବତ୍ସଳ ଥିଲେ । ସମସ୍ତଙ୍କୁ ସାଥୀରେ ନେଇ କାମ କରୁଥିଲେ । ଏହାରି ଭିତରେ ଅନେକ ପୁରୁଣା ଦିନର ସେହି ବିବାଦୀୟ ବକ୍ତବ୍ୟକୁ ବି ମନେ ପକାଉଛନ୍ତି ।

ସେତେବେଳେ ବିଜୁ ଜନତା ଦଳର ମାର୍ଗଦର୍ଶକ ଥିଲେ ପ୍ୟାରୀମୋହନ ମହାପାତ୍ର । ସେ ଥିଲେ ସର୍ବେସର୍ବା । ପ୍ୟାରୀବାବୁଙ୍କ ଯେଉଁ କେତେଜଣ ଏକାନ୍ତ ପ୍ରିୟ ଥିଲେ ସେମାନଙ୍କ ଭିତରୁ ସୂର୍ଯ୍ୟ ନାରାୟଣ ପାତ୍ର ଅନ୍ୟତମ । ସୂର୍ଯ୍ୟ ପାତ୍ର ଏକ ସଭାରେ ଏକଥା କହିବାକୁ ପଛାଇ ନଥିଲେ, ଆମେ ସମସ୍ତେ ବିଜୁ ପରିବାରର ଚାକର, ନବୀନ ବାବୁଙ୍କ ଚାକର ।

https://fb.watch/mQf3FHD5ea/

ଯାହା ସେତେବେଳେ ଅତ୍ୟନ୍ତ ହଇଚଇ ସୃଷ୍ଟି କରିଥିଲା । ଏହାସହ ଏକଥା ମଧ୍ୟ କହିଥିଲେ ଆମେ କାଠ ଠାକୁରଙ୍କୁ ମୁଣ୍ଡିଆ ମାରୁଛେ । ମଣିଷଙ୍କୁ ମୁଣ୍ଡିଆ ମାରିଲେ ଅସୁବିଧା କ’ଣ । ସୂର୍ଯ୍ୟ ପାତ୍ରଙ୍କ ମନ୍ତବ୍ୟ ଅନେକ ଦିନ ଧରି ଚର୍ଚ୍ଚାରେ ରହିଥିଲା । ଏଭଳି ଚାକର ଶବ୍ଦକୁ ନେଇ ଅନେକ ଆପତ୍ତି ମଧ୍ୟ ଉଠାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ