Masthead

ସ୍ୱର୍ଗଦ୍ୱାରରେ ଜଳିବ ମହାରଥୀଙ୍କ ଚିତା

ଭୁବନେଶ୍ୱର (ବଡ ଖବର ବ୍ୟୁରୋ): ବିଜେଡିର ଟାଣୁଆ ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ରାଜ୍ୟରେ ଶୋକର ଛାୟା ଖେଳାଇଦେଇଛି । ଗୁରୁତର ଅସୁସ୍ଥ ଥାଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ଶନିବାର ରାତି ୨ଟା ୩୬ ମିନିଟରେ ମୃତ୍ୟୁ ହୋଇଛି । ଖବର ପାଇ ବିଜେଡିର ବହୁ ମନ୍ତ୍ରୀ ଓ ନେତା ହସ୍ପିଟାଲରେ ପହଞ୍ଚିଥିଲେ । ପରେ ପାର୍ଥିବ ଶରୀରକୁ ଭୁବନେଶ୍ୱରରେ ଥିବା ସରକାରୀ ବାସଭବନକୁ ଅଣାଯାଇଥିଲା । ଆଜି ସକାଳେ ବିଧାନସଭା ଅଭିମୁଖେ ବାହାରିଥିଲା ଶବ ଶୋଭାଯାତ୍ରା । ବିଧାନସଭା ପରିସରରେ ପ୍ରଥମେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ପରେ ସ୍ୱାସ୍ଥମନ୍ତ୍ରୀ ନବ ଦାସ,ସଂସଦୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସମେତ ବହୁ ମନ୍ତ୍ରୀ, ବିଜେଡି ନେତା ଶେଷ ଦର୍ଶନ କରିବା ସହ ଶବାଧାରରେ ପୁଷ୍ପଗୁଚ୍ଛ ଅର୍ପଣ କରିଥିଲେ । ସେଠାରୁ ଶବ ଶୋଭାଯାତ୍ରା ବିଜେଡି ରାଜ୍ୟ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲା । ପିପିଲିରେ ଥିବା ତାଙ୍କ ଫାର୍ମ ହାଉସ ଓ ବାସଭବନକୁ ନିଆଯିବ ।  ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଅପରାହ୍ନରେ ଶେଷକୃତ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି ପରିବାର ପକ୍ଷରୁ କୁହାଯାଇଛି ।

ଶବାଧାରରେ ତାଙ୍କ ପତ୍ନୀ ପ୍ରଫେସର ପ୍ରତିଭା ମହାରଥୀ,ଝିଅ ଡାକ୍ତର ପଲ୍ଲବୀ ମହାରଥୀ,ପୁଅ ରୁଦ୍ର ପ୍ରତାପ ମହାରଥୀ ଓ ଆତ୍ମୀୟସ୍ୱଜନମାନେ ସାମିଲ ହୋଇଛନ୍ତି ।

ପିପିଲି ନିକଟସ୍ଥ ଖୋରାପଡାରେ ୧୯୫୫ ଜୁଲାଇ-୪ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ । ଗୋକୁଳନନ୍ଦ ମହାରଥୀଙ୍କ ସେ ହେଉଛନ୍ତି ବଡପୁଅ । ଛାତ୍ର ଜୀବନରୁ ରାଜନୈତିକ ଜୀବନ ସେ ଆରମ୍ଭ କରିଥିଲେ । ୧୯୮୫ ମସିହାରେ ପ୍ରଥମଥର ପାଇଁ ସେ ପିପିଲି ନିର୍ବାଚନମଣ୍ଡଳୀରୁ ଜନତା ଦଳ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୦ରେ ସେ, ସେହି ନିର୍ବାଚନମଣ୍ଡଳୀରୁ ବିଧାନସଭାରେ ପ୍ରତିନିଧିତ୍ୱ କରିଥିଲେ । କିନ୍ତୁ ୧୯୯୫ ତାଙ୍କୁ ପରାଜୟର ସ୍ୱାଦ ଚାଖିବାକୁ ପଡିଥିଲା । ପରେ ସେ ବିଜେଡିରେ ଯୋଗଦେଇଥିଲେ । ୨୦୦୦ ମସିହାଠାରୁ ଲଗାତାର ସେ ୫ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । କୃଷିମନ୍ତ୍ରୀ,ପଞ୍ଚାୟତିରାଜ ମନ୍ତ୍ରୀ ଭାବେ ସେ ଦକ୍ଷତାର ସହ କାମ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା