ଆଜି ଖୋଲିଲା ନନ୍ଦନକାନନ

ବାରଙ୍ଗ (ବଡ଼ ଖବର ବ୍ୟୁରୋ): କଟକଣା ଭିତରେ ଆଜି ଖୋଲିବ ପ୍ରାଣୀ ଉଦ୍ୟାନ ନନ୍ଦନକାନନ । କରୋନା କାରଣରୁ ଗତ ମାର୍ଚ୍ଚ ମାସରୁ ପର୍ଯ୍ୟଟକଙ୍କ ପାଇଁ ଏହା ବନ୍ଦ ରହିଥିଲା । ଦୀର୍ଘ ସାତମାସ ପରେ ଆଜି ଖୋଲିଛି ନନ୍ଦନକାନନ । ଏଥିପାଇଁ ସ୍ୱତନ୍ତ୍ର ଗାଇଡଲାନ ପ୍ରସ୍ଥୁତ କରିଛନ୍ତି ରାଜ୍ୟ ବନ୍ୟପ୍ରାଣୀ କର୍ତ୍ତୃପକ୍ଷ । ଦୈନିକ ସର୍ବାଧିକ ୨୫୫୦ ଟିକେଟ ବିକ୍ରି କରାଯିବ । ମୁଖ୍ୟ ଚିଡିଆଖାନାକୁ ୧୫୦୦ଜଣ, କ୍ଷୁଦ୍ର ଚିଡିଆଖାନାକୁ ୭୫୦ ଏବଂ ହରିଣ ପାର୍କକୁ ୩୦୦ ପର୍ଯ୍ୟଟକ ପରିଦର୍ଶନ ପାଇଁ ଅନୁମାତି ମିଳିବ । ରେଲିଂ, ବାଡ଼ ଓ ସର୍ବସାଧାରଣ ଯାଗାକୁ ନିୟମିତ ବ୍ୟବଧାନରେ ସାନିଟାଇଜ କରାଯିବ । ବିନା ମାସ୍କରେ ପଯ୍ୟଟକଙ୍କୁ ଭିତରକୁ ଯିବାକୁ ବାରଣ କରାଯିବା ସହ ଚିଡିଆଖାନା କର୍ମଚାରୀଙ୍କୁ ମାସ୍କ ଓ ସାମଜିକ ଦୂରତା ଉପରେ ଦୃଷ୍ଟି ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଥର୍ମାଲସ୍କ୍ରିନଂ କରି ପର୍ଯ୍ୟଟକମାନେ ଭିତରକୁ ନେଇପାରିବେ । ଥଣ୍ଡା, କାଶ, ଜ୍ୱରର ଲକ୍ଷଣଥିବା ଲୋକଙ୍କୁ ପ୍ରବେଶ ବାରଣ କରାଯାଇଛି । ଛୋଟପିଲା ଓ ବୟସ୍କମାନଙ୍କୁ ଚିଡିଆଖାନାକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ତେବେ ସଫାରୀ ଓ ବୋଟିଂ ସେବାକୁ ବନ୍ଦ ରଖାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ