Masthead

ଆଇନ୍ ଭାଙ୍ଗିଲେ ଆଇନମନ୍ତ୍ରୀ

ମହାଙ୍ଗା (ବଡ଼ ଖବର ବ୍ୟୁରୋ): କରୋନା ମହାମାରୀ ପାଇଁ ଯେତେବେଳେ ସାରା ବିଶ୍ୱ ସମସ୍ୟା ଦେଇ ଗତି କରୁଛି । ସେତେବେଳେ ଓଡ଼ିଶାର ଆଇନମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ ଜେନା ମାହାଙ୍ଗା ଅଞ୍ଚଳରେ ଜନସମାଗମ କରି ପାନୀୟ ଜଳ ପ୍ରକଳ୍ପ ଉଦଘାଟନ କରିଛନ୍ତି । ୯ ମାସ ହେଲା ମନ୍ଦିର ଖୋଲାଯାଇ ପାରୁନାହିଁ । ହେଲେ ଆଇନମନ୍ତ୍ରୀ ଏଠି କେମିତି ଶହଶହ ଲୋକଙ୍କ ଜନସମାଗମ ଭିତରେ ପ୍ରକଳ୍ପ ଉଦଘାଟନ କରିଛନ୍ତି । ସବୁଠାରୁ ବଡ଼ ପ୍ରଶ୍ନ ହେଲା ଆଇନମନ୍ତ୍ରୀ ହୋଇ  କୋଭିଡ଼ ଆଇନ ଭଙ୍ଗ କରୁଛନ୍ତି । ପୂର୍ବରୁ ଦୁଇଜଣ ବିଧାୟକ କୋଭିଡ ନିୟମକୁ ଉଲଙ୍ଘନ କରି ଲୋକଲୋଚନକୁ ଆସିଥିଲେ ।

ସାଧାରଣ ଲୋକେ କୋଭିଡ କଟକଣାକୁ ଉଲଙ୍ଘନ କଲେ ଗଣିବାକୁ ପଡୁଛି ମୋଟା ଅଙ୍କର ତଣ୍ଡ । ପୂର୍ବରୁ ଅନେକ ଲୋକେ ଫାଇନ ଦେଇଥିବାର ମଧ୍ୟ ନଜିର ରହିଛି । ସେପଟେ ଦୀର୍ଘଦିନ ହେବ ଭକ୍ତ ଓ ପୂଜକମାନେ ବାରମ୍ବାର ଗୁହାରି କରି ଆସୁଛନ୍ତି କି ମନ୍ଦିର ଖୋଲାଯାଉ । ମାତ୍ର ଏଦିଗରେ କୌଣସି ନିଷ୍ପତି ଏଯାବତ ନିଆଯାଇନାହିଁ । ରଥଯାତ୍ରା, ଗଣେଷ ପୂଜା,ଦଶହରା ଓ ବାଲିଯାତ୍ରା ଭଳି ବଡ଼ ବଡ଼ ପର୍ବ ବିନା ଭକ୍ତରେ ପାଳନ କରାଯାଇଛି । ମାତ୍ର ନେତା ମନ୍ତ୍ରୀମାନେ ସଭା ସମିତି କରି ବାରମ୍ବାର କୋଭିଡ କଟକଣାକୁ ଉଲଙ୍ଘନ କରୁଥିଲେ ସୁଦ୍ଧା ଏଥିପ୍ରତି ସରାକାର କିଛି ପଦକ୍ଷେପ ନେଉନଥିବାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା