Masthead

ଆଇନ୍ ଭାଙ୍ଗିଲେ ଆଇନମନ୍ତ୍ରୀ

ମହାଙ୍ଗା (ବଡ଼ ଖବର ବ୍ୟୁରୋ): କରୋନା ମହାମାରୀ ପାଇଁ ଯେତେବେଳେ ସାରା ବିଶ୍ୱ ସମସ୍ୟା ଦେଇ ଗତି କରୁଛି । ସେତେବେଳେ ଓଡ଼ିଶାର ଆଇନମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ ଜେନା ମାହାଙ୍ଗା ଅଞ୍ଚଳରେ ଜନସମାଗମ କରି ପାନୀୟ ଜଳ ପ୍ରକଳ୍ପ ଉଦଘାଟନ କରିଛନ୍ତି । ୯ ମାସ ହେଲା ମନ୍ଦିର ଖୋଲାଯାଇ ପାରୁନାହିଁ । ହେଲେ ଆଇନମନ୍ତ୍ରୀ ଏଠି କେମିତି ଶହଶହ ଲୋକଙ୍କ ଜନସମାଗମ ଭିତରେ ପ୍ରକଳ୍ପ ଉଦଘାଟନ କରିଛନ୍ତି । ସବୁଠାରୁ ବଡ଼ ପ୍ରଶ୍ନ ହେଲା ଆଇନମନ୍ତ୍ରୀ ହୋଇ  କୋଭିଡ଼ ଆଇନ ଭଙ୍ଗ କରୁଛନ୍ତି । ପୂର୍ବରୁ ଦୁଇଜଣ ବିଧାୟକ କୋଭିଡ ନିୟମକୁ ଉଲଙ୍ଘନ କରି ଲୋକଲୋଚନକୁ ଆସିଥିଲେ ।

ସାଧାରଣ ଲୋକେ କୋଭିଡ କଟକଣାକୁ ଉଲଙ୍ଘନ କଲେ ଗଣିବାକୁ ପଡୁଛି ମୋଟା ଅଙ୍କର ତଣ୍ଡ । ପୂର୍ବରୁ ଅନେକ ଲୋକେ ଫାଇନ ଦେଇଥିବାର ମଧ୍ୟ ନଜିର ରହିଛି । ସେପଟେ ଦୀର୍ଘଦିନ ହେବ ଭକ୍ତ ଓ ପୂଜକମାନେ ବାରମ୍ବାର ଗୁହାରି କରି ଆସୁଛନ୍ତି କି ମନ୍ଦିର ଖୋଲାଯାଉ । ମାତ୍ର ଏଦିଗରେ କୌଣସି ନିଷ୍ପତି ଏଯାବତ ନିଆଯାଇନାହିଁ । ରଥଯାତ୍ରା, ଗଣେଷ ପୂଜା,ଦଶହରା ଓ ବାଲିଯାତ୍ରା ଭଳି ବଡ଼ ବଡ଼ ପର୍ବ ବିନା ଭକ୍ତରେ ପାଳନ କରାଯାଇଛି । ମାତ୍ର ନେତା ମନ୍ତ୍ରୀମାନେ ସଭା ସମିତି କରି ବାରମ୍ବାର କୋଭିଡ କଟକଣାକୁ ଉଲଙ୍ଘନ କରୁଥିଲେ ସୁଦ୍ଧା ଏଥିପ୍ରତି ସରାକାର କିଛି ପଦକ୍ଷେପ ନେଉନଥିବାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା