୨୧ ବର୍ଷର ସ୍ମୃତି ଏବେ ବି ଜୀବନ୍ତ

ନାଉଗାଁ, (ବଡ଼ ଖବର ବ୍ୟୁରୋ) ମହାବାତ୍ୟାକୁ ପୂରିଲା ୨୧ବର୍ଷ । ଆଜିର ଦିନରେ ପ୍ରକୃତିର ତାଣ୍ଡବ ଦେଖିଥିଲା ସାରା ଓଡ଼ିଶା। ପ୍ରକୃତିର କରାଳ ରୂପରେ ଛାରଖାର ହୋଇଯାଇଥିଲା ସମଗ୍ର ଉପକୂଳ ଓଡ଼ିଶା। ପବନର ବେଗ ଥିଲା ଘଣ୍ଟାପ୍ରତି ପ୍ରାୟ ୩୫୦ କିଲୋମିଟର। ଆଉ ଭୟଙ୍କର ଗର୍ଜନ କରି ସ୍ଥଳଭାଗ ଆଡକୁ ମାଡି ଆସିଥିଲା ୩୦ ଫୁଟ ଉଚ୍ଚର ସମୁଦ୍ର ଜୁଆର। ଦିନ ଚାଲି ଯାଇଛି, ହେଲେ ଚିହ୍ନ ରହିଯାଇଛି।
ଅକ୍ଟୋବର ଆସିଲେ ମନେ ପଡିଯାଏ ସେହି କାଳରାତିର ଲୋମଟାଙ୍କୁରା କାହାଣୀ। ଆଜକୁ ୨୧ ବର୍ଷ ତଳେ ଆଜିର ଦିନରେ ଓଡ଼ିଶାକୁ ଖିନ୍ ଭିନ୍ କରିଦେଇଥିଲା ପ୍ରକୃତି। କେତେ ଧନଜୀବନ ବିପନ୍ନ ହୋଇଛି ଆଜି ମଧ୍ୟ ଠିକ ରେ କଳନା କରାଯାଇପାରି ନାହିଁ ।

ଜୁଆଡେ ଦେଖିଲେ ଖାଲି କୁଢ କୁଢ ଶବ। ଏହି ମହାବାତ୍ୟାରେ ବେଶି କ୍ଷୟକ୍ଷତି ହୋଇଥିଲା ଜଗତସିଂହପୁର ଜିଲ୍ଲା । ସମୁଦ୍ରର କରାଳ ରୂପ ଧାରଣ କରି ସୁ ସୁ ଗର୍ଜନ କରି ମଣିଷ ସମାଜକୁ ଧ୍ୱଂସ ବିଧ୍ୱଂସ କରି ଦେଇଥିଲା। କିଏ ବାପା ମା’ଙ୍କୁ ହରାଇ ଥିଲା ତ କିଏ ସ୍ତ୍ରୀ, ପିଲା ଛୁଆଙ୍କୁ ହରାଇ ଥିଲା। ବାତ୍ୟା ଛାଡ଼ିବା ପରେ କୁଢ କୁଢ ଶବ ଭିତରେ ବିପନ୍ନ ମଣିଷ ଖୋଜୁଥିଲା ନିଜର ଆତ୍ମୀୟସ୍ଵଜନଙ୍କୁ । ଦିନ ଯାଇଛି ସତ, ଏବେ ବି ସ୍କୃତି ଲୋକଙ୍କ ଭିତରେ ଜୀବନ୍ତ ଅଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!