Masthead

୨୧ ବର୍ଷର ସ୍ମୃତି ଏବେ ବି ଜୀବନ୍ତ

ନାଉଗାଁ, (ବଡ଼ ଖବର ବ୍ୟୁରୋ) ମହାବାତ୍ୟାକୁ ପୂରିଲା ୨୧ବର୍ଷ । ଆଜିର ଦିନରେ ପ୍ରକୃତିର ତାଣ୍ଡବ ଦେଖିଥିଲା ସାରା ଓଡ଼ିଶା। ପ୍ରକୃତିର କରାଳ ରୂପରେ ଛାରଖାର ହୋଇଯାଇଥିଲା ସମଗ୍ର ଉପକୂଳ ଓଡ଼ିଶା। ପବନର ବେଗ ଥିଲା ଘଣ୍ଟାପ୍ରତି ପ୍ରାୟ ୩୫୦ କିଲୋମିଟର। ଆଉ ଭୟଙ୍କର ଗର୍ଜନ କରି ସ୍ଥଳଭାଗ ଆଡକୁ ମାଡି ଆସିଥିଲା ୩୦ ଫୁଟ ଉଚ୍ଚର ସମୁଦ୍ର ଜୁଆର। ଦିନ ଚାଲି ଯାଇଛି, ହେଲେ ଚିହ୍ନ ରହିଯାଇଛି।
ଅକ୍ଟୋବର ଆସିଲେ ମନେ ପଡିଯାଏ ସେହି କାଳରାତିର ଲୋମଟାଙ୍କୁରା କାହାଣୀ। ଆଜକୁ ୨୧ ବର୍ଷ ତଳେ ଆଜିର ଦିନରେ ଓଡ଼ିଶାକୁ ଖିନ୍ ଭିନ୍ କରିଦେଇଥିଲା ପ୍ରକୃତି। କେତେ ଧନଜୀବନ ବିପନ୍ନ ହୋଇଛି ଆଜି ମଧ୍ୟ ଠିକ ରେ କଳନା କରାଯାଇପାରି ନାହିଁ ।

ଜୁଆଡେ ଦେଖିଲେ ଖାଲି କୁଢ କୁଢ ଶବ। ଏହି ମହାବାତ୍ୟାରେ ବେଶି କ୍ଷୟକ୍ଷତି ହୋଇଥିଲା ଜଗତସିଂହପୁର ଜିଲ୍ଲା । ସମୁଦ୍ରର କରାଳ ରୂପ ଧାରଣ କରି ସୁ ସୁ ଗର୍ଜନ କରି ମଣିଷ ସମାଜକୁ ଧ୍ୱଂସ ବିଧ୍ୱଂସ କରି ଦେଇଥିଲା। କିଏ ବାପା ମା’ଙ୍କୁ ହରାଇ ଥିଲା ତ କିଏ ସ୍ତ୍ରୀ, ପିଲା ଛୁଆଙ୍କୁ ହରାଇ ଥିଲା। ବାତ୍ୟା ଛାଡ଼ିବା ପରେ କୁଢ କୁଢ ଶବ ଭିତରେ ବିପନ୍ନ ମଣିଷ ଖୋଜୁଥିଲା ନିଜର ଆତ୍ମୀୟସ୍ଵଜନଙ୍କୁ । ଦିନ ଯାଇଛି ସତ, ଏବେ ବି ସ୍କୃତି ଲୋକଙ୍କ ଭିତରେ ଜୀବନ୍ତ ଅଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ