Masthead

ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ପ୍ରତିବାଦ ଦିବସ

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ):  ଉତ୍ତରପ୍ରଦେଶର ଗାଜିଆବାଦ ଠାରେ ଜଣେ ଆଇନଜୀବୀଙ୍କୁ ନିର୍ମମ ଭାବରେ ହତ୍ୟା ଘଟଣାକୁ ଆଇନଜୀବୀ ମାନେ ତୀବ୍ର ନିନ୍ଦା କରିବା ସହ ଘଟଣାର ପ୍ରତିବାଦ କରିଛନ୍ତି । ଆଇନଜୀବୀ ହତ୍ୟାକାଣ୍ଡ କୁ ନେଇ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଆଜି ପ୍ରତିବାଦ ଦିବସ ପାଳନ କରାଯାଇଛି । ଏହି ଅବସରରେ ଆଇନଜୀବୀ ମାନଙ୍କର ଏକ ନୀରବ ଶୋଭା ଯାତ୍ରା ବାହାରିଥିଲା । ନୀରବ ଶୋଭା ଯାତ୍ରା ଟି ହାଇକୋର୍ଟ ର ମୁଖ୍ୟ ପ୍ରବେଶ ପଥରୁ ବାହାରି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଠାରେ ପହଞ୍ଚିଥିଲା । ଏଥି ସହିତ ଜିଲ୍ଲାପାଳ ଙ୍କ ମାଧ୍ୟମରେ ଆଇନଜୀବୀ ମାନଙ୍କର ସୁରକ୍ଷା ଦାବି କରି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

ଉକ୍ତ ସ୍ମାରକ ପତ୍ରରେ ଆଇନଜୀବୀ ମାନଙ୍କୁ ସୁରକ୍ଷା ଯୋଗାଇଦେବା ଏବଂ ହତ୍ୟାକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଦାବି କରାଯାଇଛି । ଓଡ଼ିଶା ହାଇକୋର୍ଟ ର ବାର ଆସୋସିଏସନ୍ ର ସଭାପତି ଧରଣୀଧର ନାୟକ ଙ୍କ ନେତୃତ୍ୱରେ ନୀରବ ଶୋଭା ଯାତ୍ରା ବାହାରିଥିଲା । ଆସୋସିଏସନର ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ସ୍ବାଇଁ, ବରିଷ୍ଠ ଆଇନଜୀବି ଶଶୀଭୂଷଣ ଦାସ, ବିଭୁପ୍ରସନ ମହାପାତ୍ର ପ୍ରମୁଖ ବରିଷ୍ଠ ଆଇନଜୀବି ମାନେ ଏହି ଶୋଭା ଯାତ୍ରା ରେ ସାମିଲ ହୋଇଥିଲେ ।

ବାର୍ ଆସୋସିଏସନ୍ ର ସଭାପତି ଧରଣୀଧର ନାୟକ ପ୍ରତିକ୍ରିୟା ଦେଇ କହିଲେ ଦେଶରେ ଆଇନଜୀବୀ ମାନେ ଏବେ ଅସୁରକ୍ଷିତ ତେଣୁ ଆଇନଜୀବୀ ମାନଙ୍କୁ ସୁରକ୍ଷା ଯୋଗାଇଦିଆଯାଉ । ଗଜିଆବାଦ୍ ଠାରେ ଜଣେ ଆଇନଜୀବୀଙ୍କୁ ହତ୍ୟା ଏକ ନିନ୍ଦନୀୟ ଘଟଣା । ଏହି ଘଟଣା କୁ ନେଇ ସମଗ୍ର ଦେଶରେ ଆଇନଜୀବୀ ମାନେ ଘଟଣାର ବିରୋଧ କରି ଆଜି ପ୍ରତିବାଦ ଦିବସ ପାଳନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ