Masthead

ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ପ୍ରତିବାଦ ଦିବସ

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ):  ଉତ୍ତରପ୍ରଦେଶର ଗାଜିଆବାଦ ଠାରେ ଜଣେ ଆଇନଜୀବୀଙ୍କୁ ନିର୍ମମ ଭାବରେ ହତ୍ୟା ଘଟଣାକୁ ଆଇନଜୀବୀ ମାନେ ତୀବ୍ର ନିନ୍ଦା କରିବା ସହ ଘଟଣାର ପ୍ରତିବାଦ କରିଛନ୍ତି । ଆଇନଜୀବୀ ହତ୍ୟାକାଣ୍ଡ କୁ ନେଇ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଆଜି ପ୍ରତିବାଦ ଦିବସ ପାଳନ କରାଯାଇଛି । ଏହି ଅବସରରେ ଆଇନଜୀବୀ ମାନଙ୍କର ଏକ ନୀରବ ଶୋଭା ଯାତ୍ରା ବାହାରିଥିଲା । ନୀରବ ଶୋଭା ଯାତ୍ରା ଟି ହାଇକୋର୍ଟ ର ମୁଖ୍ୟ ପ୍ରବେଶ ପଥରୁ ବାହାରି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଠାରେ ପହଞ୍ଚିଥିଲା । ଏଥି ସହିତ ଜିଲ୍ଲାପାଳ ଙ୍କ ମାଧ୍ୟମରେ ଆଇନଜୀବୀ ମାନଙ୍କର ସୁରକ୍ଷା ଦାବି କରି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

ଉକ୍ତ ସ୍ମାରକ ପତ୍ରରେ ଆଇନଜୀବୀ ମାନଙ୍କୁ ସୁରକ୍ଷା ଯୋଗାଇଦେବା ଏବଂ ହତ୍ୟାକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଦାବି କରାଯାଇଛି । ଓଡ଼ିଶା ହାଇକୋର୍ଟ ର ବାର ଆସୋସିଏସନ୍ ର ସଭାପତି ଧରଣୀଧର ନାୟକ ଙ୍କ ନେତୃତ୍ୱରେ ନୀରବ ଶୋଭା ଯାତ୍ରା ବାହାରିଥିଲା । ଆସୋସିଏସନର ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ସ୍ବାଇଁ, ବରିଷ୍ଠ ଆଇନଜୀବି ଶଶୀଭୂଷଣ ଦାସ, ବିଭୁପ୍ରସନ ମହାପାତ୍ର ପ୍ରମୁଖ ବରିଷ୍ଠ ଆଇନଜୀବି ମାନେ ଏହି ଶୋଭା ଯାତ୍ରା ରେ ସାମିଲ ହୋଇଥିଲେ ।

ବାର୍ ଆସୋସିଏସନ୍ ର ସଭାପତି ଧରଣୀଧର ନାୟକ ପ୍ରତିକ୍ରିୟା ଦେଇ କହିଲେ ଦେଶରେ ଆଇନଜୀବୀ ମାନେ ଏବେ ଅସୁରକ୍ଷିତ ତେଣୁ ଆଇନଜୀବୀ ମାନଙ୍କୁ ସୁରକ୍ଷା ଯୋଗାଇଦିଆଯାଉ । ଗଜିଆବାଦ୍ ଠାରେ ଜଣେ ଆଇନଜୀବୀଙ୍କୁ ହତ୍ୟା ଏକ ନିନ୍ଦନୀୟ ଘଟଣା । ଏହି ଘଟଣା କୁ ନେଇ ସମଗ୍ର ଦେଶରେ ଆଇନଜୀବୀ ମାନେ ଘଟଣାର ବିରୋଧ କରି ଆଜି ପ୍ରତିବାଦ ଦିବସ ପାଳନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା