ନରମିଲା ୟୁରୋପୀୟ ରାଷ୍ଟ୍ରସଂଘ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ) : ନରମିଲା ୟୁରୋପୀୟ ରାଷ୍ଟ୍ରସଂଘ । ଭାରତର ଧମକ ପରେ ନରମିଲା ୟୁରୋପୀୟ ରାଷ୍ଟ୍ରସଂଘ। ବିଦେଶରେ କୋଭିସିଲ୍ଡ ଓ କୋଭାକ୍ସିନ ଟିକାକୁ ଗ୍ରହଣ କରାନଗଲେ ଭାରତ ଆସୁଥିବା ନାଗରିକମାନଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପଡିବ। ଏଭଳି ଧମକ ଦେଇଥିଲା ଭାରତ । ଭାରତରେ ତିଆରି ଟିକାକୁ ଗ୍ରହଣ କରିବା ଲାଗି ୟୁରୋପୀୟ ରାଷ୍ଟ୍ରସଂଘ ଅନିଚ୍ଛୁକ ଥିବା ବେଳେ, ଯେସାକୁ ତେସା ନୀତି ଆପଣାଇଥିଲା ଭାରତ। ଭାକ୍ସିନେସନ ପାସପୋର୍ଟ କ୍ଷେତ୍ରରେ ଭାରତୀୟ ଟିକାକୁ ବ୍ୟବହାର କରିବା ଲାଗି ୟୁରୋପୀୟ ରାଷ୍ଟ୍ରସଂଘ ଚାହୁଁନ ଥିଲେ । ଯାହାକୁ ନେଇ କ୍ଷୁବ୍ଧ ହୋଇଥିଲା ଭାରତ ।

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇ ଥିଲା ଯଦି ୟୁରୋପୀୟ ରାଷ୍ଟ୍ରସଂଘ କୋଭାକ୍ସିନ ଓ କୋଭିସିଲ୍ଡ ଗ୍ରହଣ କରିବେ ନାହିଁ ତେବେ ସେଠାରୁ ଭାରତ ଆସୁଥିବା ନାଗରିକଙ୍କ ଲାଗି କ୍ୱାରେଣ୍ଟାଇନ ବାଧ୍ୟତାମୂଳକ ହେବ। ଡିଜିଟାଲ କୋଭିଡ ସାର୍ଟିଫିକେଟରେ କୋଭିସିଲ୍ଡ ଓ କୋଭାକ୍ସିନ ନେଇ ନିଶ୍ଚିତ ସୂଚନା ରହିବା ଜରୁରୀ ବୋଲି ୟୁରୋପୀୟ ରାଷ୍ଟ୍ରସଂଘକୁ କହିଥିଲା ଭାରତ । ତେବେ ୟୁରୋପିଆନ ମେଡିସିନସ ଏଜେନ୍ସ ଦ୍ୱାରା ମଞ୍ଜୁରୀପ୍ରାପ୍ତ ଟିକାକୁ ହିଁ ୟୁରୋପୀୟ ରାଷ୍ଟ୍ରସଂଘ ଗ୍ରହଣ କରୁଛି।

ସେଗୁଡିକ ହେଲା ଫାଇଜର, ମଡର୍ଣ୍ଣା, ଆଷ୍ଟ୍ରାଜେନକା ଓ ଜନସନ। ମାତ୍ର ଆଷ୍ଟ୍ରାଜେନକାର ଭାରତୀୟ ଭର୍ସନ କୋଭିସିଲ୍ଡକୁ ୟୁରୋପୀୟ ରାଷ୍ଟ୍ରସଂଘ ପକ୍ଷରୁ ଅନୁମତି ଦିଆଯାଇନଥିଲା। ସେପଟେ ଭାରତ ସ୍ଥିତ ୟୁରୋପୀୟ ରାଷ୍ଟ୍ରସଂଘ ରାଷ୍ଟ୍ରଦୂତ ୟୁଗୋ ଅଷ୍ଟୁଟୋ କହିଥିଲେ ଏନେଇ ପଦକ୍ଷେପ ନିଆଯିବ। ଭାରତର ଧମକ ପରେ ସ୍ୱିଜରଲ୍ୟାଣ୍ଡ ସରକାରଙ୍କ ପକ୍ଷରୁ କୋଭିସିଲ୍ଡକୁ ଅନୁମତି ଦିଆଯାଇଛି । ୟୁରୋପୀୟ ସଂଘର ୭ଟି ଦେଶ ପକ୍ଷରୁ କୋଭିସିଲ୍ଡକୁ ଅନୁମତି ମିଳିଛି । ଅଷ୍ଟ୍ରିଆ, ଜର୍ମାନୀ, ସ୍ଲେଭେନିଆ, ଗ୍ରୀସ, ଆଇସଲ୍ୟାଣ୍ଡ, ସ୍ପେନ କୋଭିସିଲ୍ଡକୁ ଅନୁମତି ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’