Masthead

ରାଧା, ଫାତିମା ଓ ଗୀତା

ମୁମ୍ବାଇ (ବଡ଼ ଖବର): କିଏ ଏହି ଗୀତା , ଫାତିମା ଓ ରାଧା । କାହିଁକି ସେ ଯାଇଥିଲା ପାକିସ୍ତାନ? ସେଠାରୁ ଭାରତ ଫେରିଲା କିପରି? ଏଭଳି ଅନେକ ପ୍ରଶ୍ନ ଆପଣଙ୍କ ମନରେ ଉଙ୍କିମାରୁଥିବ ।

ଗୀତା । ମୂକ ଓ ବଧିର ଯୁବତୀ ଗୀତା । ତାଙ୍କୁ ନେଇ ଏକଦା ଭାରତରେ ଚର୍ଚ୍ଚା ଜୋର ଧରିଥିଲା । ଖାଲି ଭାରତ ନୁହେଁ, ପାକିସ୍ତାନରେ ମଧ୍ୟ ଗୀତାଙ୍କୁ ନେଇ ଆଲୋଚନା କିଛି କମ୍ ନଥିଲା । ଦୀର୍ଘ ୧୨ବର୍ଷ ପରେ ପାକିସ୍ତାନରୁ ସ୍ୱଦେଶ ଭାରତ ଫେରିଥିଲେ ଗୀତା । ସେ ୨୦୧୫ରେ ଭାରତରେ ପହଞ୍ଚିଥିଲେ ମଧ୍ୟ ଦୀର୍ଘ ୫ବର୍ଷ ପରେ ମହାରାଷ୍ଟ୍ରରେ ରହୁଥିବା ତାଙ୍କ ପରିବାକୁ ପାଇଛନ୍ତି । ଗୀତା ତାଙ୍କ ଜନ୍ମଦାତ୍ରୀ ମାଆଙ୍କୁ ପାଇଛନ୍ତି ।

5 years after return to India from Pakistan, Geeta reunited with mother,  DNA test awaited - Oneindia Newsମହାରାଷ୍ଟ୍ର ନାଇଗାଁର ୫ବର୍ଷର ଏକ ମୂକ, ବଧିର ଝିଅ ହଠାତ୍ ନିଖୋଜ ହୋଇଯାଇଥିଲା । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । କିନ୍ତୁ ଝିଅକୁ ପାଇନଥିଲେ । ଝିଅଟି କୌଣସିମତେ ପାକିସ୍ତାନରେ ପହଞ୍ଚିଯାଇଥିଲା । କରାଚିର ରେଳଷ୍ଟେସନରେ ଝିଅଟି ବୁଲୁଥିବା ବେଳେ ଜଣେ ସ୍ୱେଚ୍ଛାସେବୀଙ୍କ ନଜର ତା’ ଉପରେ ପଡିଥିଲା । ପାକିସ୍ତାନରେ ଥିବା ଆନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ସଂଗଠନ ନିଧିର ପ୍ରତିଷ୍ଠାତା ଅବଦୁଲ ସତ୍ତାର ଝିଅଟିକୁ ନେଇ ନିଜ ସଂସ୍ଥାରେ ରଖିଥିଲେ । ଦୀର୍ଘ ୧୨ ବର୍ଷ ବିତିଗଲା । ଅତି ସ୍ନେହ ଓ ଆଦରରେ ଝିଅଟିକୁ ପାଳିଥିଲେ ଅବଦୁଲ । ପ୍ରଥମେ ସେ ତା’ ନାମ ଦେଇଥିଲେ ଫାତିମା ।

5 years after return to India from Pakistan, Geeta may have found her  family : The Tribune Indiaଯେତେବେଳେ ଅବଦୁଲ ଜାଣିଲେ ଝିଅଟି ମୁସଲମାନ ନୁହେଁ, ହିନ୍ଦୁ ସେତେବେଳେ ଫାତିମାକୁ ଦବଳାଇ ଗୀତା ରଖିଥିଲେ । ଗୀତା ମୂକ, ବଧିର ହୋଇଥିବାରୁ ଅବଦୁଲ ଓ ତାଙ୍କ ସ୍ତ୍ରୀ ବିଲକେସ୍ ତାର ଅଧିକ ଯତ୍ନ ନେଉଥିଲେ । ଏ ସମ୍ପର୍କରେ ଭାରତର ବିଦେଶ ମନ୍ତ୍ରାଳୟ ଖବର ପାଇବା ପରେ ଗୀତାଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଆରମ୍ଭ ହୋଇଥିଲା ଉଦ୍ୟମ । ଶେଷରେ ଉଦ୍ୟମ ସଫଳ ହୋଇଥିଲା । ତକ୍ରାଳୀନ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ନିକଟରେ ପହଞ୍ଚିଥିଲେ ଗୀତା ।

Geeta, who returned to India from Pak in 2015, finds her birth mother |  english.lokmat.comମାତ୍ର ସେ ନିଜ ପରିବାରର କୌଣସି ସଦସ୍ୟଙ୍କୁ ଚିହ୍ନି ପାରିନଥିଲେ । ଗୀତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଡାକ୍ତରମାନଙ୍କ ଉଦ୍ୟମ ମଧ୍ୟ ଜାରି ରହିଥିଲା । ଏପରିକି ଗୀତାଙ୍କ ଡିଏନଏ ଟେଷ୍ଟ ମଧ୍ୟ ହୋଇଥିଲା । ଗୀତାଙ୍କ ପ୍ରକୃତ ନାମ ରାଧା ୱାଗମେର । କିନ୍ତୁ ଦୁଃଖର ବିଷୟ ଗୀତାଙ୍କ ବାପାଙ୍କ ମୃତ୍ୟୁ ପରେ ତାଙ୍କ ମାଆ ମୀନା ଦ୍ୱତୀୟ ବିବାହ କରିସାରିଛନ୍ତି । ଇଧି ସୂତ୍ରକୁ ଉଦ୍ଧାର କରି ପାକିସ୍ତାନର ଖରବକାଗଜ ଡନ୍ ଏକ ରିପୋର୍ଟରେ ପ୍ରକାଶ କରିଛି ଗୀତା ଏବେ ତାଙ୍କ ପରିବାର ସହ ମହାରାଷ୍ଟ୍ରର ଖୁସିରେ ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ