Masthead

ରୁଣୁଝୁଣୁ ନୂପୁର ଶବ୍ଦ କଲା କିମିଆ, କ୍ଷଣିକ ଅପେକ୍ଷା ନକରି ବାହାରିଲେ ଚକାଡୋଳିଆ

ପୁରୀ (ବଡ଼ ଖବର ବ୍ୟୁରୋ): ରଥଯାତ୍ରାରୁ ବାହୁଡ଼ାଯାତ୍ରା । ଯାତ୍ରା ନୁହେଁ ତ ଭକ୍ତ ଆଉ ଭଗବାନଙ୍କ ମିଳନର ପର୍ବ । ଏଠି ଭାବ ଭକ୍ତିରେ ଭରା ଭକ୍ତର ମନ । ପୁଣ୍ୟଭୂମି ଶୀକ୍ଷେତ୍ର ଇଏ ହେଉଛି ସେହି ପରମ୍ପରା ଯେଉଁଠି ଭକ୍ତ ଭଗବାନ ନୁହେଁ ଭଗବାନ ବର୍ଷକୁ ଥରେ ଭକ୍ତଙ୍କୁ ଦେଖିବା ପାଇଁ ରତ୍ନବେଦୀ ଛାଡ଼ି ବାହାରକୁ ବାହାରନ୍ତି । ଧାଡ଼ି ପହଣ୍ଡିରେ ଝୁଲି ଝୁଲି ଆସି ରଥରେ ବସନ୍ତି । ଆଉ ଆରମ୍ଭ ହୁଏ ଲୀଳାଖେଳା । ଚତୁର୍ଦ୍ଧାମୂରତିକୁ ସ୍ୱାଗତ କରିବା ପାଇଁ ବଡ଼ଦାଣ୍ଡରେ ଲାଗେ ଭକ୍ତଙ୍କ ଗହଳି । ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ମହାବାହୁ ବାହାରିଲେ ଗୁଣ୍ଡିଚା ମନ୍ଦିର ।

୯ ଦିନ ପରେ ମାନେ ବାହୁଡ଼ା ଦିନ ଜନ୍ମବେଦୀରେ ଲୀଲାଖେଳା ସାରି ଶ୍ରୀମନ୍ଦିରକୁ ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂରତି । ଜନ୍ମବେଦୀରୁ ବାହାରିବା ବେଳେ ମହାବାହୁଙ୍କୁ ସ୍ୱାଗତ କରିବା ପାଇଁ କିଏ କେତେ ପ୍ରକାରର ବେଶ ହୋଇ ମହାପ୍ରଭୁଙ୍କୁ ସ୍ୱାଗତ କରିବା ପାଇଁ ଲାଗିପଡ଼ିଥିଲେ । ଶିବ ପାର୍ବତୀ ବେଶରେ ମହାବାହୁଙ୍କୁ ସ୍ୱାଗତ କରିଥିଲେ କାଳିଆର ଭକ୍ତ ।

ଖାଲି ସେତିକି ନୁହେଁ ନୂପୁରର ରୁଣୁ ଝୁଣୁ ଶବ୍ଦରେ ଫାଟି ପଡ଼ୁଥିଲା ଶରଧାବାଲି । ଅଥୟ ହେଉଥିଲା ଭକ୍ତଙ୍କ ମନ । ଆଡ଼ପ ମଣ୍ଡପରେ ଅଧିର ହେଉଥିଲେ ମହାବାହୁ । ତା ସହିତ ଥିଲା ଘଂଟ ଘଂଟାର ଶବ୍ଦ । ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ ଧ୍ୱନୀରେ ଫାଟିପଡ଼ୁଥିଲା ଶରଧାବାଲି । ସବୁଠୁ ହୃହୟସ୍ପର୍ଶୀ ମୁହୂର୍ତ୍ତ ଥିଲା ଅଳତାବୋଳା କୁନି ପାଦରେ କୁନି ଘୁଙ୍ଗୁରର ଶବ୍ଦ ।

କାଳିଆକୁ ତ କିମିଆ କରୁଥିଲା ତା ସହିତ ସମସ୍ତଙ୍କ ମନ ମୋହୁଥିଲେ କୁନି କଳାକାର । ଆଉ କ୍ଷଣିକ ଅପେକ୍ଷା ନକରି ଜନ୍ମବେଦୀରୁ ମହାବାହୁଙ୍କ ସହ ବାହାରିଥିଲେ ଚତୁର୍ଦ୍ଧାମୂରତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି