Masthead

ଜମିଜମାକୁ କେନ୍ଦ୍ର କରି ଗଣ୍ଡଗୋଳ

ରାଇଘର (ବଡ଼ ଖବର ବ୍ୟୁରୋ): ଜାଗା ଭାଗବଣ୍ଟାକୁ ନେଇ ଦୁଇ ଭାଇ ମଧ୍ୟରେ ତିକ୍ତତା । ଘଟଣା ଏତେ ଉଗ୍ରରୂପ ଧାରଣ କଲା ଯେ ଭୁଲି ଗଲେ ରକ୍ତ ସମ୍ପର୍କ । ଭାଇ ଭାଇକୁ ରାସ୍ତାରେ ଗୋଡେଇ ଗୋଡଇ ପିଟିବା ସହ ନିସ୍ତୁକ ମାଡ ମାରିଛନ୍ତି । ଏପରି ଅଭାବନୀୟ ଘଟଣା ଘଟିଛି ନବରଂଗପୁର ଜିଲ୍ଲା ରାଇଘର ଥାନା ରାଇଘର ଗ୍ରାମରେ । ରାଇଘର ଗ୍ରାମରେ ମୁନ୍ନା ହରିଜନ ଓ ଖେତି ହରିଜନ ଦୁଇଙ୍କ ପରିବାର ରହି ଆସୁଛନ୍ତି । ଦୀର୍ଘ ଦିନ ଧରି ଉଭୟ ପରିବାର ମଧ୍ୟରେ ଜମି ଭାଗବଣ୍ଟାକୁ ନେଇ ଗୋଣ୍ଡଗୋଳ ଲାଗି ରହିଥିଲା ।

ଗତକାଲି ସନ୍ଧ୍ୟାରେ ଏହି ଜମିକୁ ନେଇ ପୁଣି ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ମୁନା ହରିଜନ ଓ ତାଙ୍କ ତିନି ପୁଅ ଶିବ, ହେମନ୍ତ, କ୍ଷୀରୋଦ ମିଶି ଖେତି ହରିଜନ ଓ ତାଙ୍କ ପୁଅ ବିଶୁଙ୍କୁ ଅତି ଅମାନୁଷିକ ଭାବେ ରାସ୍ତାରେ ଘୋଷାଡି ଗୋଡେଇ ଗୋଡେଇ ପିଟିଥିଲେ । ଉଭୟ ପରିବାର ପକ୍ଷରୁ ରାଇଘର ଥାନରେ ପୃଥକ ପୃଥକ ଭବେ ମାମଲା ରୁଜୁ କରିଛନ୍ତି। ପୋଲିସ ଏତଲାକୁ ଗ୍ରହଣ କରି ତଦନ୍ତ ଜାରି ରଖିଛନ୍ତି । ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଛନ୍ତି ଆହାତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ