Masthead

ନୀତୀଶ ମୁଖ୍ୟମନ୍ତ୍ରୀ ହେଲେ ଜାଣନ୍ତୁ କ’ଣ ରହିବ ଏଲଜେପିର ଆଭିମୁଖ୍ୟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିହାର ବିଧାନସଭା ନିର୍ବାଚନ ସରି ମଙ୍ଗଳବାର ବିଳମ୍ବିତ ରାତିରେ ଗଣତି ସରିଛି । ଫଳାଫଳ ବି ପ୍ରକାଶ ପାଇଛି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଏନଡିଏ ମେଣ୍ଟକୁ ଜନତା ଆଉଥରେ ଭରସା କରିଛନ୍ତି । ନୀତୀଶ ଚତୁର୍ଥଥର ପାଇଁ ମୁଖ୍ୟମନ୍ତ୍ରୀ ଗାଦିରେ ବସିବା ଏକପ୍ରକାର ସ୍ପଷ୍ଟ ହୋଇଛି । ସେପଟେ କଂଗ୍ରେସ, ଆରଜେଡି ଓ ବାମଦଳ ଏକାଠି ନିର୍ବାଚନ ଲଢ଼ି ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ମ୍ୟାଜିକ୍ ନମ୍ବରଠାରୁ ମାତ୍ର ୧୨ଟି ଆସନ ପଛରେ ରହି ବିରୋଧୀଦଳରେ ବସିବାକୁ ବାଧ୍ୟ ହୋଇଛି । କଂଗ୍ରେସ, ଆରଜେଡି ଓ ବାମଦଳକୁ ନେଇ ଗଠିତ ମହାଗଠବନ୍ଧନକୁ ୧୧୦ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ସେପଟେ ଏକାକୀ ନିର୍ବାଚନ ଲଢ଼ିଥିବା ସ୍ୱର୍ଗତ ରାମବିଲାସ ପାଶୱାନଙ୍କ ପୁଅ ତଥା ଏଲଜେପି ମୁଖ୍ୟ ଚିରାଗ ପାଶୱାନ ଲୋକ ଜନଶକ୍ତି ପାର୍ଟି (ଏଲଜେପି) ମାତ୍ର ଗୋଟିଏ ଆସନ ପାଇଛି ।

ଆଜି ପୂର୍ବାହ୍ନରେ ଚିରାଗ ସାମ୍ବାଦିକ ସମ୍ମିଳନୀ କରି ଜନମତକୁ ସ୍ୱୀକାର କରିଛନ୍ତି । ସେ କହିଛନ୍ତି, ଆଗକୁ ବିହାର ବିକାଶ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହସ୍ତକ୍ଷେପ କରିବା ଦରକାର । ଏଥିପାଇଁ ଜନତା ତାଙ୍କୁ ଭୋଟ ଦେଇଛନ୍ତି । ଏଲ୍ଜେପିକୁ ପାଖାପାଖି ୨୫ ଲକ୍ଷ ଲୋକ ଭୋଟ ଦେଇଛନ୍ତି । ଏହି ନିର୍ବାଚନରେ ଏଲଜେପି ଏକାକୀ ନିର୍ବାଚନ ଲଢ଼ିଥିବାରରୁ ଦଳର ଆତ୍ମବିଶ୍ୱାସ ବଢ଼ିଛି । ବିଜେପିକୁ କିପରି ଅଧିକ ଆସନ ମିଳିବ ତାହା ଦଳର ଆଭିମୁଖ୍ୟ ଥିଲା । ଜେଡିୟୁ ଅଧିକ କ୍ଷତିଗ୍ରସ୍ତ ହେଉ ବୋଲି ଏଲଜେପି ଚାହୁଁଥିଲା । ଏହି ଅଭିମୁଖ୍ୟରେ ଆମେ ସଫଳ ହୋଇଛୁ । ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ହୁଅନ୍ତି ଏଲଜେପି ତାଙ୍କୁ ସମର୍ଥନ କରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଚିରାଗ ପାଶୱାନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି 🔴 ସାଲାଇନ ଦେଉଛନ୍ତି ସଫେଇ କର୍ମଚାରୀ  🔴 ‘ପୋଲିସ ଷ୍ଟେଟମେଣ୍ଟ ବଦଳାଇଛି’ 🔴 ଉପ ମୁଖ୍ୟମନ୍ତ୍ରୀଙ୍କ ୨ଟି ଭୋଟର କାର୍ଡକୁ ନେଇ ରାଜନୀତି ସରଗରମ 🔴 ପୁଣି କରଞ୍ଜିଆରେ ହାତୀ ଭୟ 🔴 ଅନ୍ଧବିଶ୍ୱାସ ପାଇଁ ଗାଁ ଛାଡ଼ିଲେ ପରିବାର 🔴 ରାକ୍ଷୀ ପୂର୍ଣ୍ଣିମାରେ ବାଣିଜ୍ୟ ଓ ପରିବହନ ବିଭାଗର ଅଭିନବ ପ୍ରୟାସ 🔴 ଜମିବାଡ଼ି ପାଇଁ ମାଆର ଜୀବନ ନେଲା ପୁଅ 🔴 ୧୩ ରେ ଲଘୁଚାପ ! 🔴 ପୁଣି ଆସୁଛି ଲଘୁଚାପ ! 🔴 ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି 🔴 ସାଲାଇନ ଦେଉଛନ୍ତି ସଫେଇ କର୍ମଚାରୀ  🔴 ‘ପୋଲିସ ଷ୍ଟେଟମେଣ୍ଟ ବଦଳାଇଛି’ 🔴 ଉପ ମୁଖ୍ୟମନ୍ତ୍ରୀଙ୍କ ୨ଟି ଭୋଟର କାର୍ଡକୁ ନେଇ ରାଜନୀତି ସରଗରମ 🔴 ପୁଣି କରଞ୍ଜିଆରେ ହାତୀ ଭୟ 🔴 ଅନ୍ଧବିଶ୍ୱାସ ପାଇଁ ଗାଁ ଛାଡ଼ିଲେ ପରିବାର 🔴 ରାକ୍ଷୀ ପୂର୍ଣ୍ଣିମାରେ ବାଣିଜ୍ୟ ଓ ପରିବହନ ବିଭାଗର ଅଭିନବ ପ୍ରୟାସ 🔴 ଜମିବାଡ଼ି ପାଇଁ ମାଆର ଜୀବନ ନେଲା ପୁଅ 🔴 ୧୩ ରେ ଲଘୁଚାପ ! 🔴 ପୁଣି ଆସୁଛି ଲଘୁଚାପ !