Masthead

ଖଣ୍ଡାରେ ହାଣିଲେ, ସୁନା ରୂପା ଲୁଟିଲେ

ରାଇଘର (ବଡ଼ ଖବର ବ୍ୟୁରୋ): ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ କରି ଲୁଟିଲେ ସୁନା ଓ ରୂପା ଅଳଙ୍କାର। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଧୋଡ୍ରା ପଞ୍ଚାୟତ ଭିମା ଗୁଡା ଗ୍ରାମ ନିକଟରେ। ଯୁବକ ଜଣକ ହେଲେ ଭିମା ଗୁଡା ଗ୍ରାମର ଚନ୍ଦନ କୁମାର ସୋନି । ଚନ୍ଦନଙ୍କର ପ୍ରକୃତ ଘର ହେଉଛି ବିହାରର ମୋତିହାରି ଜିଲ୍ଲା ହାରାଜ ଗ୍ରାମରେ। ଚନ୍ଦନ ଗତ ପାଞ୍ଚ ମାସ ହେବ ଭିମା ଗୁଡା ଠାରେ ଘର ଭଡା କରି ରହୁଛନ୍ତି। ଚନ୍ଦନ ଧୋଡ୍ରା ଠାରେ ଏକ ସୁନା ଅଳଂକାର ଦୋକାନ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ପ୍ରତିଦିନ ଭଳି ଚନ୍ଦନ ଦୋକାନ ବନ୍ଦ କରି ନିଜ ୫ ବର୍ଷର ପୁଅ ପିୟୁଷ ଓ ଦୋକାନର ସୁନା ଓ ରୂପା ଭର୍ତ୍ତି ବ୍ୟାଗ ଧରି ଘରକୁ ଫେରୁଥିଲେ। ଏହି ସମୟରେ ଭିମାଗୁଡା ଗ୍ରାମ ନିକଟରେ ଚାରି ଜଣ ଦୃର୍ବୃତ୍ତ ଚନ୍ଦନକୁ ଖଣ୍ଡା ସାହାଯ୍ୟରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରୁ ଦୃର୍ବୃତ୍ତମାନେ ସୁନା ଓ ରୂପା ଅଳଙ୍କାର ଭର୍ତ୍ତି ବ୍ୟାଗ ଲୁଟି ନେଇ ଚାଲିଯାଇଥିଲେ। ଚନ୍ଦନ ବ୍ୟାଗରେ ୪୦ରୁ ୪୫ଗ୍ରାମ ସୁନା ଓ ୩ କିଲୋ ରୂପା ନେଇ ଘରକୁ ଫେରୁଥିଲେ।

ଚନ୍ଦନଙ୍କ କହିବାନୁଯାୟୀ ସମସ୍ତ ସୁନା ଓ ରୂପାର ଆନୁମାନିକ ମୂଲ୍ୟ ୫ଲକ୍ଷ ହେବ। ଦୃର୍ବୃତ୍ତମାନେ ଖଣ୍ଡା ସାହାଯ୍ୟରେ ଚନ୍ଦନଙ୍କ ଅଣ୍ଟା ଉପରେ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଚନ୍ଦନକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଉମରକୋଟ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ପ୍ରାଥମିକ ଚିକିତ୍ସା ପରେ ବର୍ତ୍ତମାନ ଚନ୍ଦନଙ୍କୁ ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନରିତ କରାଯାଇଛି । ଖବର ପାଇ ଥାନା ଅଧିକାରୀ ଡମ୍ବରୁଧର ପ୍ରଧାନ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି 🔴 ଯାଜପୁରରେ ଅଣାୟତ୍ତ ଝାଡ଼ାବାନ୍ତି, ଦୁଇ ସପ୍ତାହ ବନ୍ଦ ହୋଟେଲ, ଓ ଢ଼ାବା 🔴 ଠାକୁର ଦର୍ଶନ ସାରି ଫେରୁଥିବା ବେଳେ ବଜ୍ରାଘାତ 🔴 ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା 🔴 ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ନର୍ଲା ଡ୍ରାଇଭର୍ ସଂଘର ପ୍ରସ୍ତୁତି ବୈଠକ 🔴 ବଜ୍ରାଘାତରେ ୫ ଗୁରୁତର 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି 🔴 ଯାଜପୁରରେ ଅଣାୟତ୍ତ ଝାଡ଼ାବାନ୍ତି, ଦୁଇ ସପ୍ତାହ ବନ୍ଦ ହୋଟେଲ, ଓ ଢ଼ାବା 🔴 ଠାକୁର ଦର୍ଶନ ସାରି ଫେରୁଥିବା ବେଳେ ବଜ୍ରାଘାତ 🔴 ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା 🔴 ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ନର୍ଲା ଡ୍ରାଇଭର୍ ସଂଘର ପ୍ରସ୍ତୁତି ବୈଠକ 🔴 ବଜ୍ରାଘାତରେ ୫ ଗୁରୁତର