Masthead

‘ବାପୁଙ୍କ ନାଁରେ କେସ ଥିଲା, ମୁଁ ସୁପାରିସ କରିନି’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜ୍ୟୋତିକାନ୍ତଙ୍କୁ ନେଇ ଏବେ ବିଜେଡିରେ କମ୍ପନ । ସରକାରୀ ଦଳ ମୁଖ୍ୟ ସଚେତକଙ୍କୁ ଦାୟୀ କଲେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ । ଜଗତସିଂହପୁର ଜିଲ୍ଲା ଉପ ସଭାପତି ଭାବେ ଟିଟୋର ସହଯୋଗୀ ବା ଅତି ଘନିଷ୍ଠ ଜ୍ୟୋତିକାନ୍ତ ପରିଡ଼ା ଓରଫ ବାପୁ ପରିଡ଼ାଙ୍କୁ ଦାୟିତ୍ୱ ମିଳିବା ପରେ ବିଜେଡିରେ ବଢିଲା ବିବାଦ । ପୂର୍ବତନ ଜିଲ୍ଲା ସଭାପତି ତଥା ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଲେ ସମ୍ବିତ ।

ପ୍ରତିକ୍ରିୟା ରଖି ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି ଆମକୁ କୁହାଯାଇଥିଲା ନିର୍ବାଚନ ମଣ୍ଡଳୀରୁ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତାଙ୍କ ଲିଷ୍ଟ ଦେବା ପାଇଁ ମୁଁ ବି ଦେଇଥିଲି । କିନ୍ତୁ ମୋ ଲିଷ୍ଟରେ ବାପୁ ପରିଡ଼ା ନାଁ ନଥିଲା । ସେ ନାଁ କେମିତି ଲିଷ୍ଟକୁ ଆସିଲା ମୁଁ ଜାଣିନି । ପୂର୍ବତନ ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲି ଜାଣିଛନ୍ତି । ସେ ବାପୁ ପରିଡ଼ା ନାଁକୁ ଦେଇଛନ୍ତି । ବାପୁ ନାଁରେ କେସ ଅଛି । ତାକୁ ପଦ ପଦବୀ ପାଇଁ ମୁଁ ସୁପାରିଶ କରିନି । ଦଳରେ ପଦ ପଦବୀ ଅଥବା ଉପ ସଭାପତି ପଦକୁ ଦେଖି ଚାହିଁ ଦେବାର ଥିଲା । ପ୍ରଶାନ୍ତ ମୁଦୁଲି ନାଁ ଦେଇଛନ୍ତି ତେଣୁ ତାଙ୍କୁ ପଚାରନ୍ତୁ ବୋଲି କହିଲେ ସମ୍ବିତ ।

ମୋତେ ନାଁ ଗୁଡା ଅସ୍ବଭାବିକ ଲାଗିବା ପରେ ମୁଁ ପଚାରିଥିଲି ପ୍ରଶାନ୍ତ ମୁଦୁଲି ମୋତେ କହିଲେ ମୁଁ ଦେଇଛି । ସେ କାହା ଚାପରେ ଦେଇଥିବେ ମୁଁ ଜାଣିନି । ବିଜୁ ପରିବାରର ନୀତି ଅନୁଯାୟୀ ସ୍ୱଚ୍ଛ ନିର୍ମଳ ବ୍ୟକ୍ତି ବିଶେଷକୁ ବାଛିବା ଦରକାର । ପଦବୀଟା ବି ବହୁ ଗୁରୁତ୍ୱପୂର୍ଣ୍ଣ । ଦଳ ହାଇକମାଣ୍ଡ ଯାହା ଆଗକୁ ବିଚାର କରିବେ । ମୁଁ କିଛି କହିବିନି ହାଇକମାଣ୍ଡ ଦଳ ଚଳାଉଛନ୍ତି ସେ ଆପେ ଆପେ ଜାଣିବେ । ସବୁକିଛି ଜାଣୁଛନ୍ତି ଏଇ କଥା ବି ଜାଣିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ