Masthead

ଗ୍ରୀନଲାଣ୍ଡରେ ବର୍ଷା

(ବଡ଼ ଖବର ବ୍ୟୁରା): ପ୍ରଥମ ଥର ଗ୍ରୀନଲାଣ୍ଡ ଶିଖରରେ ହେଲା ବର୍ଷା । ଇତିହାସରେ କେବେ ଘଟିନଥିବା ଘଟଣା । ୩ ଦିନରେ ୭୦୦ କୋଟି ଟନ ବୃଷ୍ଟିପାତ । ତେବେ ବିଶ୍ୱରେ ତାପମାତ୍ରା ବୃଦ୍ଧି ଏବେ ଚିନ୍ତାର କାରଣ ପାଲଟିଛି । ତାପମାତ୍ରା ବୃଦ୍ଧି ହେବା କାରଣରୁ ହିମଖଣ୍ଡ ତରଳି ସମୁଦ୍ର ଜଳ ପତନ ବୃଦ୍ଧି ପାଉଛି । ବିଶ୍ୱର ସବୁଠୁ ଥଣ୍ଡା ଦ୍ୱୀପ କୁହାଯାଉଥିବା ଗ୍ରୀନଲାଣ୍ଡରେ ତୁଷାରପାତ ହେବା ଏକ ସାଧାରଣ କଥା। କିନ୍ତୁ ପ୍ରଥମଥର ଗ୍ରୀନଲାଣ୍ଡରେ ବର୍ଷା ହୋଇଛି ।

ଯାହା ପରିବେଶବିତଙ୍କ ଚିନ୍ତା ବଢାଇଛି । ଗ୍ରାନଲାଣ୍ଡ ଶିଖରରେ ତାପମାତ୍ରା ଗତ ୧୦ ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ଫ୍ରିଜିଂ ପଏଣ୍ଟ ଠାରୁ ଅଧିକ ରହିଛି । ତାପମାତ୍ରା ଫ୍ରିଜିଂ ପଏଣ୍ଟ ଅତିକ୍ରମ କରିବାରୁ ତୁଷାରପାତ ବଦଳରେ ବୃଷ୍ଟିପାତ ହୋଇଛି । ବର୍ଷା ହେବା କାରଣରୁ ଗ୍ରୀନଲାଣ୍ଡର ଦକ୍ଷିଣପୂର୍ବ ତଟରେ ଥିବା ବରଫ ଚାଦର ତୀବ୍ର ଗତିରେ ତରଳିବାକୁ ଲାଗିଛି । ସୂଚନା ଅନୁସାରେ, ଗ୍ରୀନଲାଣ୍ଡରେ ୬ ଲକ୍ଷ ୫୬ ହଜାର ବର୍ଗ ମାଇଲ ଅଞ୍ଚଳ ବରଫାବୃତ୍ତ ହୋଇରହିଛି । ବରଫ ସ୍ତର ଋତୁଚକ୍ର ଅନୁଯାୟୀ, ବୃଦ୍ଧି ହେବା ଏବଂ ହ୍ରାସ ପାଇବା ପ୍ରକ୍ରିୟା ଜାରି ରହିଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇସିୟୁରେ ପାକିସ୍ତାନର ଏୟାରବେସ୍ 🔴 ମହାରାଷ୍ଟ୍ର-ମଧ୍ୟପ୍ରଦେଶରେ ମଲ୍ଟି-ଟ୍ରାକିଂ ରେଳ ପ୍ରକଳ୍ପ 🔴 ପୁଣି ମକଡ୍ରିଲ୍, ଏଥର ଏହି ରାଜ୍ୟରେ… 🔴 ଧାନ ଏମଏସପି ୬୯ ଟଙ୍କା ବୃଦ୍ଧି 🔴 ସିନ୍ଦୂର ଲୋଗୋର ନିର୍ମାତା କିଏ? 🔴 ବାହାରିନରେ ଓଡ଼ିଆ ପାଳିଲେ ସାବିତ୍ରୀ ବ୍ରତ 🔴 ଜାମୁକୋଳି, ପାଇଖାନା ଗପ..ଏବେ ବୋଥ୍ରାଙ୍କ ମୁହଁରେ ଗୀତା 🔴 ରୋଲର କୋଷ୍ଟରରେ ଫସିଗଲେ ୩୦ଯାତ୍ରୀ 🔴 ରାଜ୍ୟସଭା ଯିବେ କମଲ ହାସନ! 🔴 ଭିଜିଲାନ୍ସ ଜାଲରେ RI 🔴 ଆଇସିୟୁରେ ପାକିସ୍ତାନର ଏୟାରବେସ୍ 🔴 ମହାରାଷ୍ଟ୍ର-ମଧ୍ୟପ୍ରଦେଶରେ ମଲ୍ଟି-ଟ୍ରାକିଂ ରେଳ ପ୍ରକଳ୍ପ 🔴 ପୁଣି ମକଡ୍ରିଲ୍, ଏଥର ଏହି ରାଜ୍ୟରେ… 🔴 ଧାନ ଏମଏସପି ୬୯ ଟଙ୍କା ବୃଦ୍ଧି 🔴 ସିନ୍ଦୂର ଲୋଗୋର ନିର୍ମାତା କିଏ? 🔴 ବାହାରିନରେ ଓଡ଼ିଆ ପାଳିଲେ ସାବିତ୍ରୀ ବ୍ରତ 🔴 ଜାମୁକୋଳି, ପାଇଖାନା ଗପ..ଏବେ ବୋଥ୍ରାଙ୍କ ମୁହଁରେ ଗୀତା 🔴 ରୋଲର କୋଷ୍ଟରରେ ଫସିଗଲେ ୩୦ଯାତ୍ରୀ 🔴 ରାଜ୍ୟସଭା ଯିବେ କମଲ ହାସନ! 🔴 ଭିଜିଲାନ୍ସ ଜାଲରେ RI