Masthead

ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସାମ୍ନାକୁ ଆସିଲା ରାମଲାଲାଙ୍କ ମୂର୍ତ୍ତିର ପ୍ରଥମ ଝଲକ

 

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ): ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସାମ୍ନାକୁ ଆସିଲା ରାମଲାଲାଙ୍କ ପ୍ରଥମ ଝଲକ । ଜାନୁଆରୀ ୨୨ ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପୂର୍ବରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭଗବାନ ରାମଙ୍କ ମୂର୍ତ୍ତିର ପ୍ରଥମ ଝଲକ ଏବେ ସାମ୍ନାକୁ ଆସିଛି। ଗୁରୁବାର ରାତିରେ ରାମଲାଲା ମୂର୍ତ୍ତିର ପ୍ରଥମ ଝଲକ ପ୍ରକାଶ ପାଇଛି। ଏହି ପ୍ରତିମାକୁ ଗର୍ଭଗୃହରେ ରଖାଯାଇଛି।ପ୍ରାଣ ପ୍ରତିଷ୍ଠା ପାଇଁ ରୀତିନୀତି ଜାନୁଆରୀ ୧୬ ରୁ ଆରମ୍ଭ ହୋଇଛି। ଜାନୁୟାରୀ ୧୭ (ବୁଧବାର) ଦିନ ପବିତ୍ର ମନ୍ଦିରରେ ସ୍ଥାପନ ହେବାକୁ ଥିବା ୨୦୦ କିଲୋଗ୍ରାମ ଓଜନର ରାମଲାଲାର ନୂତନ ପ୍ରତିମା ଗତକାଲି ଜନାଭୁମି ମନ୍ଦିର ପରିସରକୁ ଅଣାଯାଇ ଗୁରୁବାର ପବିତ୍ର ଗର୍ଭଗୃହରେ ରଖାଯାଇଛି।

ଏହାପୂର୍ବରୁ ମନ୍ଦିର ପରିସରରେ ରାମ ଲାଲାଙ୍କ ପ୍ରତିମାକୁ ନେଇ ମନ୍ଦିର ଚାରି ପାଖରେ ପରିକ୍ରମା କରିବାର ଯୋଜନା ଥିଲା, କିନ୍ତୁ ପ୍ରତିମାଙ୍କ ଓଜନ ହେତୁ ରାମ ଲାଲାର ୧୦ କିଲୋଗ୍ରାମ ରୂପା ପ୍ରତିମାକୁ ପରିକ୍ରମାରେ ନିଆଯାଇଥିଲା। ଆସନ୍ତା ୨୨ ତାରିଖ ଅପରାହ୍ନ ୧୨ଟା ୩୦ ମିନିଟରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ୬୦୦୦ ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିବେ। ଯେଉଁଥିରେ ୪୦୦୦ ସାଧୁ ମଧ୍ୟ ସାମିଲ ଅଛନ୍ତି।ସେପଟେ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଚାଲିଛି ଧାର୍ମିକ ରୀତିନୀତି। ଆଜି ସକାଳେ ଔଷଧାଧିବାସ, କେଶରାଧିବାସ, ଘୃତାଧିବାସ ନାତି ଥିବା ବେଳେ ସଂଧ୍ୟାରେ ଧ୍ୟାନାଧିବାସ ନୀତି ରହିଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା