Masthead

ଗୁଜୁରାଟ ଭଦୋଦରାରେ ଡଙ୍ଗା ବୁଡ଼ି, ୧୬ ମୃତ

ଗୁଜୁରାଟ(ବଡ଼ ଖବର ବ୍ୟୁରୋ): ଗୁଜୁରାଟର ଭଦୋଦରାଠାରେ ଘଟିଛି ଏକ ବଡ଼ ଦୁର୍ଘଟଣା । ହର୍ନି ହ୍ରଦରେ ଏକ ଡଙ୍ଗା ଓଲଟି ଯିବାରୁ ୧୬ ଜଣକ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୪ ଜଣ ଛାତ୍ରଛାତ୍ରୀ ଥିବାବେଳେ ୨ ଜଣ ଶିକ୍ଷକ ଅଛନ୍ତି। ଆହୁରି କିଛି ନିଖୋଜ ଥିବା ସୂଚନା ମିଳିଛି। ସୂଚନାନୁସାରେ, ସନରାଇଜ ସ୍କୁଲ ଛାତ୍ରଛାତ୍ରୀମାନେ ପିକ୍ ନିକ୍ ଯାଇଥିବା ବେଳେ ଡଙ୍ଗା ଓଲଟି ଥିଲା। ଦୁର୍ଘଟଣା ସମୟରେ ଡଙ୍ଗାରେ ୩୪ ଜଣ ଥିଲେ।। ୪ରୁ ୫ଜଣ ନିଖୋଜ ଅଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ୟ୍ୟ ଚାଲିଛି। ଡଙ୍ଗାର କ୍ଷମତା ୧୪ ଜଣଙ୍କ ପାଇଁ ଥିଲା କିନ୍ତୁ ୨୭ ରୁ ଅଧିକ ଲୋକଙ୍କୁ ଏଥିରେ ନିଆଯାଇଥିଲା।

ସମସ୍ତ ଛାତ୍ରଛାତ୍ରୀ ଭଦୋଦରାସ୍ଥିତ ଏକ ବିଦ୍ୟାଳୟର ଥିଲେ। ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଗୁରୁତର ଆହତ ଛାତ୍ରମାନଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ତେବେ ସୁରକ୍ଷାରେ ତ୍ରୁଟି ଓ ଅବହେଳା ଯୋଗୁଁ ବୋଟ ଦୁର୍ଘଟଣା ଘଟିଥିବା କୁହାଯାଉଛି । ସ୍କୁଲ ପିଲାଙ୍କୁ ଲାଇଫ ଜ୍ୟାକେଟ ଦିଆଯାଇଥିଲେ ନୀରିହ ଶିଶୁଙ୍କ ଜୀବନ ଯାଇନଥାନ୍ତା ବୋଲି ଅଭିଯୋଗ ହୋଇଛି । ବଡୋଦରା ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତ ଛାତ୍ରଛାତ୍ରୀଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’