Masthead

ଅଙ୍ଗନୱାଡି କର୍ମୀଙ୍କ ଗର୍ଜନରେ କମ୍ପିଲା ଲୋୟର ପିଏମଜି,୧୧ ଦଫା ଦାବି ନେଇ ଦେଲେ ରଣହୁଙ୍କାର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ପୁଣି ରାଜରାସ୍ତାରେ ଗର୍ଜିଲେ ଅଙ୍ଗନୱାଡି କର୍ମୀ । ୧୧ ଦଫା ଦାବି ନେଇ ଗାନ୍ଧୀମାର୍ଗରେ ଦେଲେ ରଣହୁଙ୍କାର । ସରକାରୀ କର୍ମଚାରୀ ମାନ୍ୟତା, ମାସିକ ୧୮ ହଜାର ଟଙ୍କା ଦାବି, ମାସିକ ୧୮ ହଜାର ଟଙ୍କା ଦରମା ଦେବାକୁ ଦାବି କରିଛନ୍ତି ଅଙ୍ଗନୱାଡି କର୍ମୀ । ଏହା ସହ ଅଙ୍ଗନୱାଡି କର୍ମୀଙ୍କ ପାଇଁ ସଂରକ୍ଷିତ ଥିବା ଶତକଡ଼ା ୫୦% ସୁପରଭାଇଜର ପଦବୀ ପାଇଁ ବୟସ ସୀମା ଉଚ୍ଛେଦ ଦାବି ମଧ୍ୟ କରିଛନ୍ତି କର୍ମୀମାନେ ।ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କୁ ସରକାର ବିଭିନ୍ନ ସରକାରୀ କାର୍ୟ୍ୟରେ ନିୟୋଜିତ କରୁଛନ୍ତି । ଛୋଟ ପିଲାଙ୍କୁ ପାଠ ପଢ଼ାଇବା ସହ ସେମାନଙ୍କ ଶାରିରୀକ, ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି ।

କିନ୍ତୁ ସେହି ଅଂଗନୱାଡି କର୍ମୀ ଓ ସହାୟିକାଙ୍କ ଦରମା ଦିନ ମଜୁରିଆଙ୍କଠାରୁ ବି କମ୍ । ଯାହାକୁ ନେଇ ଆଜି ଭୁବନେଶ୍ୱରରେ ବିଶାଳ ସମାବେଶ କରି ରଣହୁଙ୍କାର ଦେଇଛନ୍ତି ଅଙ୍ଗନୱାଡ଼ି କମଚାରୀ ୟୁନିୟନ ସଂଯୁକ୍ତ ମୋଚା, ଓଡିଶା ଆହ୍ୱାନ ରେ । ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି ସତର୍କ କରିଦେଇଛି ସଂଘ ।ଅଙ୍ଗନୱାଡ଼ି କର୍ମୀ ଏବେ ମାସକୁ ପାଉଛନ୍ତି ମାତ୍ର ୭ ହଜାର ୫ଶହ ଟଙ୍କା । ଅର୍ଥାତ ଦିନ ପିଛା ପଡୁଛି ମାତ୍ର ୨୫୦ ଟଙ୍କା ।

ଦିନେ ଛୁଟି ନେଲେ ତାହା ବି ମିଳିବନି । ଏଭଳି ପରିସ୍ଥିତି ସମୟରେ ମିନି ଅଙ୍ଗନବଡ଼ି କର୍ମୀଙ୍କୁ ମୁଖ୍ୟ ଅଙ୍ଗନବାଡ଼ି କର୍ମୀର ମାନ୍ୟତା ଓ ଗ୍ରୀଷ୍ମ ଛୁଟି ଲାଗୁ, ନୂତନ ଶିକ୍ଷାନୀତିରେ ଅଭିଜ୍ଞତା ଓ ଯୋଗ୍ୟତା ଆଧାରରେ ବୟସ ସୀମା ନରଖି ସବୁ ଅଙ୍ଗନବାଡ଼ି କର୍ମୀଙ୍କୁ ପ୍ରି-ପ୍ରାଇମେରୀ ଶିକ୍ଷୟିତ୍ରୀ ମାନ୍ୟତା ପାଇଁ ଦାବି କରିଛି ସଂଘ ।ରାଜଧାନୀର ଛାତି ଉପରେ ବିଶାଳ ସମାବେଶ କରି ଶକ୍ତି ପ୍ରଦର୍ଶନ କରିଛି ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ । ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି ସତର୍କ କରିଦେଇଛି ସଂଘ ।ଏବଂ ଯଦି ଦାବି ପୁରଣ ନହୁଏ ଆଗାମୀ ୨୪ ନିର୍ବାଚନରେ ସରକାରକୁ ଜବାବ ଦେବୁ ସରକାର ଦେଖିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା