Masthead

ଶ୍ରୀମନ୍ଦିର: ଅନନ୍ୟ, ଅତୁଳନୀୟ

ପୁରୀ (ବଡ଼ ଖବର ବ୍ୟୁରୋ): ଶ୍ରୀମନ୍ଦିର । ସବୁଥିରେ ନିଆରା । ଏହି ଧାର୍ମିକ ଓ ଆଧ୍ୟାତ୍ମିକ ସ୍ଥଳ ତା’ର ପୂର୍ବ ଶ୍ରୀ ହରାଇବାକୁ ବସିଛି । ଚାଲିଛି ଭୀଷଣ ଷଢଯନ୍ତ୍ର । ସାଢେଚାରିକୋଟି ଓଡ଼ିଆ ନିରବରେ ବସିବେ ନାହିଁ । ନିଶ୍ଚୟ ସ୍ୱର ଉତ୍ତଳନ କରିବେ । ପୂର୍ବର ଗରିମା ବଜାୟ ରଖିବାକୁ ନିଶ୍ଚୟ ରାସ୍ତାକୁ ଓହ୍ଲାଇବେ । ଦେଶର ପ୍ରତିଷ୍ଠିତ ୩୦ ମନ୍ଦିର ମଧ୍ୟରୁ ପୁରୀ ଶ୍ରୀମନ୍ଦିର ଗୋଟିଏ । ଶ୍ରୀମନ୍ଦିର ସବୁ ମନ୍ଦିରଠାରୁ ଭିନ୍ନ । ଦର୍ଶନ ବ୍ୟବସ୍ଥା ଅନ୍ୟ ମନ୍ଦିରଠାରୁ ଭିନ୍ନ । ଭିଡରେ ପଶି ଠାକୁରଙ୍କୁ ଦର୍ଶନ କଲେ ମିଳେ ଆନନ୍ଦ । ଠେଲା ପେଲାକୁ କାଳିଆ ଠାକୁର ଭଲ ପାଆନ୍ତି । ଭକ୍ତ ମୁଖଶାଳା, ନାଟମଣ୍ଡପ ଡେଇଁ ଗର୍ଭଗୃହରେ ପ୍ରବେଶ କରି ଠାକୁରଙ୍କୁ ଦର୍ଶନ କରେ । ପ୍ରଣତି ଜଣାଏ ।

ଏଠି ଠାକୁରଙ୍କ ନୀତିକାନ୍ତି ସାଧାରଣ ମଣିଷର ଦିନଚର୍ଯ୍ୟାପରି । ବେଶ, ପରିପାଟୀ, ଭୋଗ ସବୁଥିରେ ରହିଛି ସ୍ୱତନ୍ତ୍ରତା । ଠାକୁର ଗୀତ ଶୁଣନ୍ତି, ଗୀତଗୋବିନ୍ଦ । ନାଚ ଦେଖନ୍ତି, ଦେବଦାସୀ ନୃତ୍ୟ । ଆଉ ଶୟନ କରନ୍ତି, ଗଜଦନ୍ତପଲଙ୍କରେ । ଏଭଳି ନୀତି, କିଏ କେଉଁଠି ଦେଖିଛି କି? । ଆଉ ଭୋଗ । ଭୋଗର ତାଲିକା ଲମ୍ବିଯିବ ପଛେ ସରିବ ନାହିଁ । ପରିମାଣ ଶୁଣିଲେ ଯେକେହି ମୁଣ୍ଡରେ ହାତ ଦେବ । ଛପନ ପଉଟି । ଠାକୁରଙ୍କୁ ଲାଗି କରାଯାଉଥିବା ଭୋଗ ମହାପ୍ରସାଦ । ବିଶ୍ୱର ବୃହତମ ଭୋଜନାଳୟ ଶ୍ରୀମନ୍ଦିର ।

କେହି କେବେ ଏଠାରୁ ଭୋକରେ ଫେରିନି । ପତିତ ଜନଙ୍କୁ ଉଦ୍ଧାର ପାଇଁ ବର୍ଷକୁ ଥରେ ରତ୍ନବେଦୀରୁ ଓହ୍ଲାଇ ଶ୍ରୀଜିଉ ବାହାରନ୍ତି ଘୋଷଯାତ୍ରା । ଏହି ଯାତ୍ରା ମଧ୍ୟ ବିଶ୍ୱବିଖ୍ୟାତ । ସବୁଥିରେ ନିଆରା, ସବୁଥିରେ ଭରି ରହିଛି ଆଧ୍ୟାତ୍ମିକତା । ଶ୍ରୀମନ୍ଦିର ଶ୍ରୀମନ୍ଦିର । ଏହାକୁ କାହାସହ ତୁଳନା କରାଯାଇପାରିବ ନାହିଁ ।

ତଥାପି ଏହାର ନକ୍ସା ବଦଳାଇ ଆଧ୍ୟାତ୍ମିକ ପରିବେଶ ନଷ୍ଟ କରିବା ପାଇଁ ଚାଲିଥିବା ଉଦ୍ୟମ ଗ୍ରହଣୀୟ ନୁହେଁ । ଅନ୍ୟ ମନ୍ଦିରର ପରିବେଶ ପରି ପୁରୀ ଶ୍ରୀମନ୍ଦିରକୁ କରିବା ଅର୍ଥ କ’ଣ ହୋଇପାରେ । ସାଢେଚାରିକୋଟି ଓଡ଼ିଆଙ୍କ ଭାବାବେଗ ସହ ଖେଳିବାର ମାନେ କ’ଣ? । ସମସ୍ତେ ମୁକ୍ତ କଣ୍ଠରେ କହୁଛନ୍ତି, ପୁରୀ ଆଧ୍ୟାତ୍ମିକ ରାଜଧାନୀ, ଆଧ୍ୟାତ୍ମିକସ୍ଥଳୀ । ପର୍ଯ୍ୟଟନସ୍ଥଳୀ ନୁହେଁ । ପୁରୀରେ ହେଉ ପର୍ଯ୍ୟଟନର ବିକାଶ । ଭଲ କଥା । ଦେଶବିଦେଶରୁ ଆସନ୍ତୁ ବହୁ ଅତିଥି । ଏହାକୁ ଆମେ ସ୍ୱାଗତ କରୁଛୁ । ସାଢେଚାରିକୋଟି ଓଡ଼ିଆ ମଧ୍ୟ ସ୍ୱାଗତ କରୁଛନ୍ତି । କିନ୍ତୁ ଶ୍ରୀମନ୍ଦିରର ଆଧ୍ୟାତ୍ମିକ ପରିବେଶ ନଷ୍ଟ କରାନଯାଉ । ଆଧ୍ୟାତ୍ମିକ ପରିବେଶକୁ ଆହୁରି ବଢାଯାଉ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଡ଼ବିଲରେ ବୁିଲିଲା ବୁଲଡୋଜର 🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ବଡ଼ବିଲରେ ବୁିଲିଲା ବୁଲଡୋଜର 🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ