Masthead

୨ ରାତି ଅନିଦ୍ରା ରହିଲେ ମହାପ୍ରଭୁ

ପୁରୀ  (ବଡ଼ ଖବର ବ୍ୟୁରୋ): ହେରାପଞ୍ଚମୀ ନୀତିରେ ବିଭ୍ରାଟ । ରାତି ୩ଟା ପରେ ଶ୍ରୀମନ୍ଦିରରୁ ବାହାରିଲେ ମହାଲକ୍ଷ୍ମୀ ।୭ ଘଣ୍ଟା ବିଳମ୍ବ ହେଲା ନୀତିକାନ୍ତି । ରାତି ଅନିଦ୍ରା ରହିଲେ ମହାପ୍ରଭୁ । ଶ୍ରୀକ୍ଷେତ୍ରରେ ବାରମ୍ବାର ବିଭ୍ରାଟ । ରଥଠୁ ନେଇ ହେରାପଞ୍ଚମୀ ଯାଏଁ ଅନେକ ଥର ତ୍ରୁଟି । ପ୍ରଭୁଙ୍କ ସେବାରେ ଅବହେଳା କାହିଁକି ? ଭକ୍ତଙ୍କ ଭାବାବେଗ ସହ ଖେଳ ଚାଲିଛି । ହେରାପଞ୍ଚମୀ ନୀତି ବିଳମ୍ବିତ ହେବା ଯୋଗୁଁ ମଙ୍ଗଳ ଆଳତୀ ନୀତିରେ ମଧ୍ୟ ବିଳମ୍ବ ଘଟିଛି । ନୀତି ବିଳମ୍ବ ଯୋଗୁଁ ଦୁଇ ଦିନ ହୋଇପାରିନି ପହୁଡ଼ ନୀତି । ନୀତି ବିଳମ୍ବ ନେଇ ଭକ୍ତ ଅସନ୍ତୋଷ ପ୍ରକଟ କରିଛନ୍ତି । ଗତକାଲି ହେରା ପଞ୍ଚମୀ ନୀତି ରେ ବିଳମ୍ବ । ବିଳମ୍ବ ହେତୁ  ଆଜି ଭୋର ୩ଟା ୨୦ରେ ମା ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବିମାନ ରେ ଆସିଥିବା ବେଳେ ୫ଟା ୨୦ରେ ରଥ ନିକଟରେ ବନ୍ଦାପନା ଓ ମଣୋହି ନୀତି ହୋଇଥିଲା । ୫ଟା ୪୦ରେ ମା ଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଆଜ୍ଞା ମାଳ ପାଇ ଶ୍ରୀମନ୍ଦିର ଅଭିମୁଖେ ବାହାରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା