Masthead

ପଞ୍ଜାବକୁ ମାତ ଦେଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ବେଙ୍ଗାଲୁରୁ(ବଡ଼ ଖବର ବ୍ୟୁରୋ): ଆଇପିଏଲ ୨୦୨୪ ଷଷ୍ଠ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ୪ ଉଇକେଟରେ ପରାସ୍ତ କଲା ରୟାଲ ଚ୍ୟାଲେଞ୍ଜର୍ସ । ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚରେ ଘରୋଇ ଟିମ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୭୭ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା । ଯାହାକୁ ୧୯ ଓଭରରେ ଆଉ ୨ଟି ବଲରେ ବାକି ଥାଇ ୧୭୮ ରନ୍ କରି ମ୍ୟାଚ୍ କୁ ନିଜ ନାଁରେ କରିଛିନେଇଛି ବେଙ୍ଗାଲୁରୁ । ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ କିଙ୍ଗ୍ସ ୬ ୱିକେଟ ହରାଇ ୧୭୬ ରନ କରିଥିଲା । ଧାୱନ ୪୫ ରନ କରିଥିବା ବେଳେ ଶଶାଙ୍ଗ ସିଂହ ୮ ବଲରୁ ୨୧ ରନ କରିଥିଲେ ।

ପ୍ରଭସିମରନ୍ ସିଂ ୧୭ ବଲରେ ୨୫ , ସାମ୍ କୁରେନ୍ ୧୭ ବଲରେ ୨୩, ଜିତେଶ ଶର୍ମା ୨୦ ବଲରେ ୨୭ ରନ୍ କରିଥିଲେ । ଜବାବରେ ବେଙ୍ଗାଲୁରୁ ଦମଦାର ବ୍ୟାଟିଂ କରି ମ୍ୟାଚ ଜିତି ନେଇଥିଲା । ମ୍ୟାଚରେ ପୁଣି ହିରୋ ସାଜିଥିଲେ ବିରାଟ କୋହଲି । ବିରାଟଙ୍କ ବ୍ୟାଟିଂର ଯାଦୁ ଦେଖିଥିଲେ ଫ୍ୟାନ୍ସ । ବ୍ୟକ୍ତିଗତ ଭାବେ ଚୌକା, ଛକା ବର୍ଷାରେ ସର୍ବାଧିକ ୭୭ ରନ୍ ସଂଗ୍ରହ କରିଥିଲେ । ଦିନେଶ କାର୍ତ୍ତିକ ଅପରାଜିତ ୨୯ ଓ ମହିପାଲ ଲାମରୋର ଅପରାଜିତ ୧୭ ରନ୍ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ