Masthead

ସଞ୍ଜୀବନି ବଦଳରେ ମିଳୁଛି ସାଲାଇନ

ଗାଜିଆବାଦ (ବଡ଼ ଖବର ବ୍ୟୁରୋ): କାୟା ମେଲାଇ ଚାଲିଛି କରୋନା । କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏଭଳି ସ୍ଥିତିରେ ରୋଗୀଙ୍କ ପାଇଁ ସଞ୍ଜୀବନି ସାଜିଥିବା ରେମଡେସିଭିର ଇଞ୍ଜେକ୍ସନର ନକଲି କାରବାର ବଢିବାରେ ଲାଗିଛି । ରେମଡେସିଭିର ଇଞ୍ଜେକସନ ବଦଳରେ ରହିଛି ସାଲାଇନ ପାଣି । ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ସୁଭାର୍ତି ମେଡିକାଲ କଲେଜରେ । ଏହି ଚୋରି ଘଟଣାରେ ୮ ଜଣଙ୍କୁ ପୋଲିସ ଗିରଫ କରିଥିବା ଜଣା ପଡିଛି । ଗାଜିଆବାଦର ଶୋଭିତ ଜୈନ ନାମକ ଯୁବକକୁ ସୁଭାର୍ତି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ଇଞ୍ଜେକସନ ନେବାକୁ ପରାମର୍ଶ ଦେଇଥିଲେ । କର୍ମଚାରୀମାନେ ଶୋଭିତଙ୍କୁ ଦେଇଥିଲେ ରେମଡେସିଭିର ଇଞ୍ଜେକସନ । ମାତ୍ର ଇଞ୍ଜେକସନ ବଦଳରେ ଶୋଭିତଙ୍କୁ ଡିସଟିଲ ୱାଟର ଦିଆଯାଇଥିବା ଅଭିଯୋଗ ହୋଇଥିଲା । ତେବେ ଏହି ଅଭିଯୋଗକୁ ଦୁଇ ୱାର୍ଡ କର୍ମଚାରୀ ଅସ୍ୱିକାର କରିଥିଲେ । ଏହି ମାମଲାର ଖୋଳତାଡ କରିବା ପରେ ଜଣା ପଡିଥିଲା କି କର୍ମଚାରୀମାନେ ରେମଡେସିଭିର ଇଞ୍ଜେକ୍ସନକୁ ୨୫ ହଜାର ଟଙ୍କାରେ ବିକ୍ରୀ କରାଯାଉଥିବା ନେଇ ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଥିଲା । ଏହି ଘଟଣାରେ ପୋଲିସ ହସ୍ପିଟାଲ ଟ୍ରଷ୍ଟି ଅତୁଲ ଭଟ୍ଟନାଗର ଓ ତାଙ୍କ ପୁଅ ସମେତ ୧୦ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ