୧୮ ବର୍ଷରୁ ଅଧିକ ହୋଇଥିଲେ ପଢନ୍ତୁ, କେମିତି ନେବେ ଟିକା

Learn how to get the vaccine if you are over 18 years old

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): ମେ’ ପହିଲାରୁ ଦେଶରେ ଆରମ୍ଭ ହେବ ତୃତୀୟ ପର୍ୟ୍ୟାୟ ଟିକାକରଣ । ଏହି ପର୍ୟ୍ୟାୟରେ ୧୮ରୁ ୪୫ ବର୍ଷ ବଧ୍ୟରେ ବ୍ୟକ୍ତିମାନଙ୍କୁ ଟିକା ଦିଆଯିବ । ଏଥିପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି । ମେ’ ୧ରୁ ଆଣ୍ଟି କୋଭିଡ ଟିକା ପାଇବାକୁ ଯୋଗ୍ୟ ୧୮-୪୫ ବୟସ ବର୍ଗର ବ୍ୟକ୍ତିମାନେ ବାଧ୍ୟତାମୂଳକ ଭାବେ କୋ-ୱିନ ପ୍ଲାଟଫର୍ମରେ ଅନଲାଇନ୍ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ ।

ସେହିପରି ଘରୋଇ ଡାକ୍ତରଖାନା, ଶିଳ୍ପ ପ୍ରତିଷ୍ଠାନ, ଶିଳ୍ପସଂଘ ଦ୍ୱାରା ପରିଚାଳିତ ଡାକ୍ତରଖାନାଗୁଡିକ କୋଭିଡ ଟିକାକରଣ କେନ୍ଦ୍ର ପାଇଁ ପଞ୍ଜୀକରଣ କରିବେ । ଟିକା କ୍ରୟ କରିଥିବା ଡାକ୍ତରଖାନାଗୁଡିକର ସଂଖ୍ୟା ଏବଂ କୋ-ୱିନ ପ୍ଲାଟଫର୍ମରେ ସେମାନେ ଘୋଷଣା କରିଥିବା ଷ୍ଟକ ଓ ଦର ଅନୁଧ୍ୟାନ କରାଯିବ । ପର୍ୟ୍ୟାୟକ୍ରମେ ଯୋଗ୍ୟ ଜନସାଧାରଣଙ୍କ ଟିକାକରଣ ନିମନ୍ତେ କୋ-ୱିନ ସ୍ଲଟରେ ଟିକାକରଣ ସ୍ଥାନ ଓ ସମୟ ପ୍ରଦର୍ଶିତ କରାଯିବ ।

ତେବେ ରାଜ୍ୟଗୁଡିକ ପ୍ରାଥମିକତା ଭିତ୍ତିରେ ଟିକା କିଣିପାରିବେ । ଟିକାକରଣ, ପାଶ୍ୱର୍ ପ୍ରତିକ୍ରିୟା ସମ୍ପର୍କିତ ତଥ୍ୟ, ଟିକା କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ତାଲିମ ଏବଂ ଟିକା ଷ୍ଟକ ସମ୍ବନ୍ଧୀୟ ତଥ୍ୟ ଦେବାକୁ ହେବ । ଟିକାକରଣ କେନ୍ଦ୍ରରେ ଭିଡ ନିୟନ୍ତ୍ରଣ ପାଇଁ ପୋଲିସ ସହିତ ସମନ୍ୱୟ ରଖିବାକୁ କହିଛନ୍ତି କେନ୍ଦ୍ର ସରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!