Masthead

ନିମ୍ନମାନର ରାସ୍ତା କାମ ପାଇଁ ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ

ଏରସମା (ବଡ଼ ଖବର ବ୍ୟୁରୋ): ନିମ୍ନମାନର ରାସ୍ତା କାମ ପାଇଁ ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ । ନିର୍ବାଚନ ସମୟରେ ବହୁ ସ୍ଥାନରେ ଠିକାଦାରମାନେ ତରବରିଆ ଭାବରେ କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ଏରସମା ବ୍ଲକ ପଏଦା ପଞ୍ଚାୟତର ପଏଦା ଗ୍ରାମରେ । ରାସ୍ତାଟି ମୁଖ୍ୟ ରାସ୍ତା ଥିବାରୁ ଏହି ରାସ୍ତାରେ ଯାତ୍ରୀବାହି ବସ ଯାତାୟତ କରିଥାଏ । ବହୁଦିନ ଆଗରୁ ରାସ୍ତାଟି ନିମ୍ନମାନ ହୋଇପଡି ରହିଥିଲା ବହୁ ବାଦବିବାଦ ପରେ ଏହି ରାସ୍ତାଟି ସମ୍ପୂର୍ଣ୍ଣ କାମ ହୋଇଛି । ବିନା ଫଳକ ଓ ବିନା ସରକାରୀ ଯନ୍ତ୍ରୀରେ ଏହି ରାସ୍ତା କାମ ହୋଇଛି । ଅସରାଏ ବର୍ଷା ହେଲେ ଲୋକଙ୍କ ଘରେ ପାଣି ପସୁଛି ।

ଫଳରେ ହଇରାଣ ହରକାତ ହେଉଛନ୍ତି ଏହି ଗ୍ରାମବାସୀ। ସେପଟେ ରାସ୍ତା କାମରେ ବଳିଥିବା ବାଲି ଗୋଡିକୁ ଠିକାଦାର କାମରେ ନ ଲଗାଇ ଅଧା ମୂଲ୍ୟରେ ବିକ୍ରି କରି ଦେଇଛି ବୋଲି ଅଭିଯୋଗ ହୋଇଛି । ଏନେଇ ଉଚ୍ଚସ୍ଥ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟ ହେଉନି । ଏହି ପରିପେକ୍ଷୀରେ ଗ୍ରାମବାସୀମାନେ ଭୋଟ ସମୟରେ ଜିଲ୍ଲାପାଳଙ୍କୁ ଭେଟିବେ ନଚେତେ ଆନ୍ଦୋଳନ କରିବେ ବୋଲି ଚେତାବନି ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା