Masthead

ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ‘ସୁଭଦ୍ରା ଯୋଜନା’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ମିଳିବ ‘ସୁଭଦ୍ରା’ ଭେଟି । ଆଜି ଜନତା ମଇଦାନରେ ଆୟୋଜିତ ମେଗା ସୋ’ରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ସୁଇଚ୍ ଟିପିବା ମାତ୍ରେ ପର୍ଯ୍ୟାୟକ୍ରମେ ହିତାଧିକାରୀଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଟଙ୍କା ଯିବ । ସୋମବାର ଯାଏ ପ୍ରାୟ ୭୨ ଲକ୍ଷ ମହିଳା ଆବେଦନ କରିଛନ୍ତି । ମାତ୍ର ପ୍ରଥମ ଦଫାରେ ପ୍ରାୟ ୬୦ ଲକ୍ଷରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା କିସ୍ତି ଯିବ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି । ଜନତା ମଇଦାନରେ ମୋଦିଙ୍କ ସଭା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ରାଜ୍ୟରେ ବିଜେପି ସରକାର ଗଠନ ପରେ ମୋଦିଙ୍କର ଏହା ହେଉଛି ଦ୍ୱିତୀୟ ଓଡ଼ିଶା ଗସ୍ତ । ପ୍ରଧାନମନ୍ତ୍ରୀ ସକାଳ ୮ଟା ୪୦ରେ ଗୁଜୁରାଟରୁ ସ୍ୱତନ୍ତ୍ର ବିମାନରେ ଆସି ଦିନ ୧୧ଟାରେ ଭୁବନେଶ୍ୱରରେ ପହଞ୍ଚିବେ । ସେଠାରୁ ସିଧା ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଗାଡ଼କଣ ବସ୍ତିକୁ ଯିବେ ।

ବସ୍ତିର ଶବର ସାହିକୁ ଯାଇ ପ୍ରଧାନମନ୍ତ୍ରୀ ଆବାସ ଗୃହ ଉଦ୍ଘାଟନ କରିବେ । ପିଏମ୍ ଆବାସ ହିତାଧିକାରୀ ଅନ୍ତର୍ୟ୍ୟାମୀ ନାୟକଙ୍କ ଆବାସ ଗୃହ ଉଦ୍ଘାଟନ କରିବା ସହ ପିଏମ୍ ଆବାସ ପାଇଥିବା ୨୦ଜଣ ହିତାଧିକାରୀଙ୍କ ସହ ଆଲୋଚନା କରିବେ । ପାଖରେ ଥିବା ୫ଟି ଆବାସ ଗୃହ ବୁଲି ଦେଖିବା ସହ ହିତାଧିକାରୀଙ୍କୁ ଘରର ଚାବି ହସ୍ତାନ୍ତର କରିବେ । ଏହାସହ ୧୪ଟି ରାଜ୍ୟର ୧୦ଲକ୍ଷ ଆବାସ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଡିଜିଟାଲରେ ପ୍ରଦାନ କରିବେ । ପ୍ରଧାନମନ୍ତ୍ରୀଙ୍କ ଚାବି ହସ୍ତାନ୍ତର ପରେ ଦେଶର ୨୬ ଲକ୍ଷ ଆବାସ ହିତାଧିକାରୀ ଗୃହ ପ୍ରବେଶ କରିବେ । ଏହାଛଡ଼ା ‘ଆବାସ ପ୍ଲସ୍-୨୦୨୪’ ଆପ୍ ଉନ୍ମୋଚନ କରିବେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ଦ୍ୱିତୀୟ ସଂସ୍କରଣର ମାର୍ଗଦର୍ଶିକା ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ