Masthead

ପାନୀୟ ଜଳ ପାଇଁ ରାସ୍ତାରୋକ

ପୁରୁଷୋତ୍ତମପୁର (ବଡ଼ ଖବର ବ୍ୟୁରୋ): ରାଜ୍ୟ ଓ କେନ୍ଦ୍ର ସରକାର ତରଫରୁ ସାଧାରଣ ଲୋକଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି। କିନ୍ତୁ ଯୋଜନା ମାଳମାଳ, ବାସ୍ତବତା ସଂପୂର୍ଣ୍ଣ ବିଫଳ ଦେଖିବାକୁ ମିଳୁଛି ଖୋଦ୍ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧିତ୍ୱ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜାମୁନୀ ପଞ୍ଚାୟତରେ।ପଞ୍ଚାୟତର ୬ଟି ସାହିରେ ପାନୀୟ ଜଳ ଯୋଜନା ସାତ ସପନ ପାଲଟିଛି।ପାଣି ଟୋପାଏ ପାଇଁ ଲୋକମାନେ ନଦୀ ଓ ପାଖ ଗ୍ରାମକୁ ଯାଇ ପାଣି ଆଣୁଛନ୍ତି।ଲୋକମାନଙ୍କ ଅଭିଯୋଗ ମୁତାବକ ଦୀର୍ଘ ଦୁଇ ତିନି ବର୍ଷ ହେଲାଣି ସାହିରେ ପାଣି ଆସୁନାହିଁ ଏବଂ ଅଭିଯୋଗ କରିଲେ ମଧ୍ୟ କିଏ ଶୁଣିବାର ନାହିଁ।

ସେମାନେ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାର୍ଯ୍ୟାଳୟ ଏବଂ ବିଧାୟିକାଙ୍କ ଦୃଷ୍ଟି ଆକର୍ଷଣ କରି ଚିଠି ମଧ୍ୟ ପ୍ରଦାନ କରିଥିଲେ। କିନ୍ତୁ ସୁଫଳ ମିଳିଲା ନାହିଁ। ଶେଷରେ ସମସ୍ୟାର ସମାଧାନ ସକାଶେ ରାଜରାସ୍ତାକୁ ଓଲ୍ଲେଇବାକୁ ବାଧ୍ୟ ହୋଇଛନ୍ତି ବୋଲି ଆନ୍ଦୋଳନକାରୀ କହିଛନ୍ତି। ପାଖାପାଖି ୩୦୦ ଘର ପିଛା ୧୫୦୦ଟଙ୍କା ମଧ୍ୟ ଦେଇଛନ୍ତି । ମାସକୁ ୫୦ ଟଙ୍କା ମଧ୍ୟ ଦେଇଥିଲେ କିନ୍ତୁ ପାଣି ମିଳୁନାହିଁ। ଦୁର୍ଭାଗ୍ୟର ବିଷୟ ଏହି ସମସ୍ୟା ସମ୍ପର୍କରେ ସରପଞ୍ଚ କିଛି ଜାଣିନାହାନ୍ତି ବୋଲି ଉତ୍ତର ଦେଇଛନ୍ତି। ରାସ୍ତା ଅବରୋଧର ପାଖାପାଖି ୫ଘଣ୍ଟା ପରେ ଉକ୍ତ ବିଭାଗର ଯନ୍ତ୍ରୀ ସରୋଜ ପାଢୀ ପହଞ୍ଚି ସମସ୍ୟାର ସମାଧାନ କରିବା ଦୂରର କଥା କଟା ଘା’ରେ ଚୂନ ଦେବା ଭଳି ଉପର ଅଫିସରଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରି ଉଦାସୀନ ମତ ଦେଇଥିଲେ।

ଫଳରେ ଆନ୍ଦୋଳନକାରୀ ତାତି ଉଠିଥିଲେ। ପରବର୍ତ୍ତୀ ସମୟରେ ଏ.ବି.ଡି.ଓ ମହାରଣା ପହଞ୍ଚି ସମସ୍ୟା ବୁଝିଲେ । ପ୍ରାୟ ୧ଘଣ୍ଟା ବାର୍ତ୍ତାଳାପ ପରେ ସମସ୍ୟା ସମାଧାନ ପାଇଁ ୨ଦିନ ପରଠାରୁ କାର୍ଯ୍ୟ ଆରମ୍ଭ କରିବା ସହିତ ୧୫ଜଣଙ୍କୁ ଗୋଟିଏ ପାଇପ ସଂଯୋଗ ଦିଆଯିବା କୁହାଯିବା ପରେ ରାସ୍ତା ଅବରୋଧରୁ ହଟିଥିଲେ।ତେବେ ସମସ୍ୟାର ସମାଧାନ ପ୍ରତି ପ୍ରଶାସନିକ ସ୍ତରରେ ଯଦି କୌଣସି ଉଦାସୀନତା ଦେଖାଯିବ ତାହାହେଲେ ଆଗାମୀ ଦିନରେ ପ୍ରତିବାଦ ଜୋରଦାର ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଥିବା ଜଣାପଡିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ