Before Header

ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣା : ଜାଣନ୍ତୁ କାହିଁକି କଟାଯାଇଥିଲା ମୁଣ୍ଡ

0 52

(ବଡ଼ ଖବର ବ୍ୟୁରୋ) : ଅନ୍ଧାରୁଆ-ଦାସପୁରରେ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣା । ବ୍ଲାଇଣ୍ଡ ମର୍ଡର କେସ୍ ଉପରୁ ହଟିଛି ପରଦା । ମୁଣ୍ଡବିହୀନ ଶବର ପରିଚୟ ପାଇଲା ପରେ ଆକ୍ସନ ମୋଡରେ କମିଶନରେଟ୍ ପୋଲିସ । ଏହି ମୁଣ୍ଡ ବିହୀନ ଶରୀରର ପରିଚୟ ଖୋଜିବା ପୁଲିସ୍ ପାଇଁ ସବୁଠାରୁ କଷ୍ଟକର ବ୍ୟାପାର ଥିଲା । ତେବେ ଶେଷରେ ପୁଲିସକୁ ମିଳିଲା ସଫଳାତା ।

ମୃତଦେହ ପଡ଼ିଥିବା ସ୍ଥାନଠାରୁ ପାଖାପାଖି ୨କିଲୋମିଟର ଦୂରରେ ଠାବ କଲା କଟାମୁଣ୍ଡ । ଏଥିରେ ସମ୍ପୃକ୍ତ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଶବବୁହା ହୋଇଥିବା ବୋଲେରୋକୁ ମଧ୍ୟ ଜବଦ କରିଛି ପୋଲିସ । କୋର୍ଟ ଚାଲାଣ ପରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନିଆଯିବ । କଟାମୁଣ୍ଡ ଖୋଜିବାରେ ୨୦ଜଣ ଅଧିକାରୀ ତଦନ୍ତରେ ସାମିଲ୍ ହୋଇଥିଲେ ।
ବିବାହକୁ ନେଇ ସୃଷ୍ଟି ହୋଇଥିବା ବିବାଦରୁ ଘଟିଥିଲା ହତ୍ୟାକାଣ୍ଡ । ମୃତ ମହିଳା ଜଣକ ହେଉଛନ୍ତି ପୁଷ୍ପଲତା ରାଉଳ । ବାୟସ ୨୮ । ସେ ଭୁବନେଶ୍ୱରର ମଞ୍ଚେଶ୍ୱର ଧିରକୁଟବସ୍ତିରେ ରହୁଥିଲେ । ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁପରେ, ସେ ସଞ୍ଜୟଙ୍କ ସମ୍ପର୍କରେ ଆସିଥିଲେ । ପୂର୍ବରୁ ସଞ୍ଜୟ ପୁଷ୍ପଲତାଙ୍କ ଘରେ ରହୁଥିଲେ । ୧୦ ବର୍ଷଧରି ପୁଷ୍ପଲତାଙ୍କୁ ଜାଣିଥିଲେ ସଞ୍ଜୟ । ସଞ୍ଜୟ ଜଣେ ବୋଲେରୋ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ସେ ଭରତପୁର ତାରିଣୀନଗର ବସ୍ତି ଓ ପାତ୍ରପଡା ଫୁଲେଶ୍ୱରୀ ବସ୍ତିରେ ଏଭଳି ଦୁଇଟି ଜାଗାରେ ଘର କରି କେତେବେଳେ ଏଠାରେ ତ କେତେବେଳେ ସେଠାରେ ରହୁଥିଲେ । ଏହାରି ଭିତରେ ପୁଷ୍ପା ପ୍ରୀତିରଞ୍ଜନ ପତି ନାମକ ଜଣେ ଯୁବକଙ୍କୁ ବାହା ହୋଇ ଚକେଇସିଆଣିରେ ରହୁଥିଲେ । କିନ୍ତୁ ବାହାଘରର ମାସେ ପରେ ସ୍ୱାମୀ ଛାଡି ସଞ୍ଜୟ ସାଥୀରେ ପୁଣିଥରେ ରହିବାକୁ ଆସିଥିଲେ ପୁଷ୍ପା । ଏହି ସମୟ ମଧ୍ୟରେ ସଞ୍ଜୟ ସହ ପୁଷ୍ପାର ଝଗଡା ହୋଇଥିଲା ।
୩ ତାରିଖ ସନ୍ଧ୍ୟାରେ ସଞ୍ଜୟ ପୁଷ୍ପାଙ୍କ ତଣ୍ଟି ଚିପି ହତ୍ୟା କରିଥିଲା । ହତ୍ୟାପରେ ସଞ୍ଜୟ ଓ ଚନ୍ଦୁ ଆଇଗଣିଆ ବଜାରରେ ଗ୍ଲୋବସ ଓ ଛୁରୀ କିଣିଥିଲେ । ରାତିରେ ବସ୍ତିଲୋକ ଶୋଇବା ପରେ ବୋଲେରୋରେ ପୁଷ୍ପାର ଶବକୁ ସେମାନେ ଗାଡିରେ ନେଇଥିଲେ । ରାତିରେ ୧୨ରେ ମୁଣ୍ଡକାଟି ଭରତପୁର ହାତୀ ଟେଞ୍ଚରରେ ଫୋଫାଡି ଦେଇଥିଲେ । ପରେ ଦଶପଲ୍ଲା ସାଙ୍ଗଘରକୁ କାମ ଖୋଜିବା ବାହାନାରେ ପଳାଇଥିଲେ ।

ପୁଷ୍ପଲତାଙ୍କୁ ହତ୍ୟା କରିବା ପରେ ତାଙ୍କୁ ଯେମିତି କେହି ଚିହ୍ନିପାରିବେ ନାହିଁ ତେଣୁ ସଞ୍ଜୟ ଗଣ୍ଡିରୁ ମୁଣ୍ଡ ଅଲଗା କରି ଦେଇଥିଲା । ଏଥିରେ ସହଯୋଗ କରିଥିଲା ଚନ୍ଦୁ ନାମକ ଜଣେ ରାଜମିସ୍ତ୍ରୀ । ଏହିଭଳି ଭାବରେ ଗତ ୪ ତାରିଖରେ ଘଟିଥିବା ଘଟଣା ଉପରୁ ପରଦା ହଟାଇଛି କମିଶନରେଟ୍ ପୋଲିସ ।

 

Leave A Reply

Your email address will not be published.