Masthead

ସଂସଦରେ କଙ୍ଗନାଙ୍କ ପାଇଁ ସ୍ଥାନ ନାହିଁ: ରବର୍ଟ ଭଦ୍ରା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତ ଆଜିକାଲି ବେଶ୍ ଚର୍ଚ୍ଚାରେ ରହୁଛନ୍ତି । ସେ ଫିଲ୍ମ ଏମରଜେନ୍ସି ହେଉ ବା ରାଜନୈତିକ ବୟାନ । ସବୁବେଳେ ଗଣମାଧ୍ୟମରେ ଚର୍ଚ୍ଚାରେ ରହୁଥିବା କଙ୍ଗନାଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧିଙ୍କ ସ୍ବାମୀ ରବର୍ଟ ଭଦ୍ରା । ନିକଟରେ କୃଷକଙ୍କ ଉପରେ ଦେଇଥିବା ଏକ ବୟାନକୁ ନେଇ ରବର୍ଟ ଭଦ୍ରା ତାଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ‘କଙ୍ଗନା ଜଣେ ମହିଳା ହୋଇଥିବାରୁ ମୁଁ ତାଙ୍କୁ ସମ୍ମାନ କରେ। କିନ୍ତୁ ସେ ସାଂସଦ ହେବା ପାଇଁ ଯୋଗ୍ୟ ନୁହଁନ୍ତି କି ତାଙ୍କର ସଂସଦରେ ସ୍ଥାନ ନାହିଁ ।

ସେ ସଂସଦରେ ବସିବାକୁ ଯୋଗ୍ୟ ନୁହନ୍ତି। ମୁଁ ଭାବୁଛି ସେ ଲୋକଙ୍କ ବିଷୟରେ ଚିନ୍ତା କରନ୍ତି ନାହିଁ। ଏହାସହ ସେ ମହିଳାଙ୍କ କଥା ମଧ୍ୟ ଭାବନ୍ତି ନାହିଁ ।’ ଏଥିସହ ମହିଳାଙ୍କ ସୁରକ୍ଷା ଦିଗରେ ସମସ୍ତେ ଏକାଠି ହେବାକୁ ଭଦ୍ରା ଅପିଲ କରିଛନ୍ତି। ସମସ୍ତ ରାଜନୈତିକ ଦଳ ଏକାଠି ହୋଇ ମହିଳାଙ୍କ ସୁରକ୍ଷା ଦିଗରେ ପଦକ୍ଷେପ ନେବା ଉଚିତ ବୋଲି ରବର୍ଟ ଭଦ୍ରା କହିଛନ୍ତି। କହିରଖୁ ଯେ, ନିକଟରେ କୃଷକ ଆନ୍ଦୋଳନକୁ ନେଇ କଙ୍ଗନା ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ, ଦେଶରେ ଯଦି ଶକ୍ତିଶାଳୀ ସରକାର ନଥାନ୍ତେ ତାହେଲେ ବାଂଲାଦେଶ ଭଳି ପରିସ୍ଥିତି ସୃଷ୍ଟି ହୋଇଥାନ୍ତା । ଯାହାକୁ ନେଇ ଏବେ କଙ୍ଗନାକୁ ବିରୋଧୀମାନେ ଘେରିବା ସହ ସମାଲୋଚନା କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ