Masthead

ପ୍ରସନ୍ନଙ୍କୁ ପ୍ରସନ୍ନ ରଖିବା ପାଇଁ ରୋହିତଙ୍କୁ ଅପମାନ କି?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରସନ୍ନଙ୍କୁ ପ୍ରସନ୍ନ ରଖିବା ପାଇଁ ରୋହିତଙ୍କୁ ଅପମାନ କି? ରେଢାଖୋଲ ଆଡକୁ ପୁଣି ମନ ବଳାଇଲେଣି କି ପ୍ରସନ୍ନ ଆଚାର୍ଯ୍ୟ? ଯେଉଁଥିପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ବାର୍ଷିକ ପରୀକ୍ଷାରେ ଫେଲ କରିଦେଲେ ନବୀନ । ରୋହିତଙ୍କ ବିଦାୟ ପଛର ମୂଳମଞ୍ଜି ଭୁବନେଶ୍ୱର ନୁହେଁ, ରହିଛି ରେଢାଖୋଲରେ । ରୋହିତଙ୍କ ନିର୍ବାଚନମଣ୍ଡଳୀରେ । ଏଇଥିପାଇଁ ବୋଧେ ୬୦ ବର୍ଷର ବିବାଦୀୟ ମନ୍ତବ୍ୟର ସଫେଇରେ ରୋହିତ କହିଥିଲେ, ମୁଁ କେବଳ ନିଜ ନିର୍ବାଚନମଣ୍ଡଳୀ କଥା କହିଥିଲି ।

 ରୋହିତ ଯୁବନେତା ଦୁଇ ଦୁଇଥରର ବିଧାୟକ, ମନ୍ତ୍ରୀ ତଥାପି ୬୦କଥା ନିଜ ନିର୍ବାଚନମଣ୍ଡଳୀ ପାଇଁ କାହିଁକି କହିବାକୁ ପଡିଲା? ଅର୍ଥାତ୍ ୬୦ ବର୍ଷରୁ ଉଦ୍ଧ୍ୱର କେଉଁ ନେତାଙ୍କ ଆଖି ରେଢାଖୋଲ ଉପରେ ପଡିଛି କି? ଆଉ ସେଇ ନେତା ବିଜେଡିର ବରିଷ୍ଠ ଉପସଭାପତି, ପଶ୍ଚିମ ଓଡ଼ିଶାର ପାୱାରଫୁଲ ପ୍ରସନ୍ନ ଆଚାର୍ଯ୍ୟ ନୁହଁନ୍ତି ତ? ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟଙ୍କ ପୁଅ, ଆନନ୍ଦ ଆଚାର୍ଯ୍ୟଙ୍କ ଭାଇ, ଦେବେଶ ଆଚାର୍ଯ୍ୟଙ୍କ କାକା ଭେଟେରାନ ରାଜନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ।

ରାଜନୀତିର ଆରମ୍ଭରେ ଲଗାତର ଭାବେ ପାର୍ଲାମେଣ୍ଟ ଯିବାକୁ ପସନ୍ଦ କରୁଥିଲେ ପ୍ରସନ୍ନ । ୨୦୦୯ରେ ସୀମା ପୁନଃନିର୍ଦ୍ଧାରଣ ପରେ ଦିଲ୍ଲୀମୋହ ଛାଡି ପ୍ରସନ୍ନ ବିଧାନସଭା ଆଡକୁ ମୁହାଁଇଲେ । ବାଛିଲେ ରେଢାଖୋଲ ଆସନ । ରେଢାଖୋଲରୁ ଜିତି ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ୱାସ୍ଥ୍ୟ ପରେ ଅର୍ଥ ଭଳି ଗୁରୁଦାୟିତ୍ୱ ପାଇଲେ । ସେପଟେ କଂଗ୍ରେସ ଛାଡି ବିଜେଡି ଆସିଥିବା ରୋହିତ ପ୍ରସନ୍ନଙ୍କ ଜାଗାରେ ବିଜେଡିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ହେଲେ । ପ୍ରସନ୍ନ ତ ଜିତିଲେ, କିନ୍ତୁ ରୋହିତ୍ ହାରିଗଲେ । ୨୦୧୪ରେ ପ୍ୟାରୀମୋହନ ମହାପାତ୍ରଙ୍କ ଅନୁପସ୍ଥତିରେ ବିଜେଡିରେ ବଦଳିଲା ଆସନ ଗଣିତ । ରେଢାଖୋଲରେ ଲଢିଲେ ରୋହିତ । ପ୍ରସନ୍ନ ଗଲେ ବିଜେପୁର । ମାତ୍ର କମ୍ ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁଙ୍କଠାରୁ ପରାଜିତ ହେଲେ । ଏହାରି ଭିତରେ ସୁବଳଙ୍କ ଅକାଳ ଦେହାନ୍ତ ହୁଏ । ସୁବଳଙ୍କ ପତ୍ନୀ ରୀତା ସାହୁଙ୍କୁ ଆପଣେଇନେଲା ବିଜେଡି । ୨୦୧୯ରେ ନିଜେ ନବୀନ ଲଢିଲେ ବିଜେପୁରରେ । ଏପଟେ ରେଢାଖୋଲରୁ ଆଉଥରେ ଲଢିଲେ ରୋହିତ । ପ୍ରସନ୍ନଙ୍କ ପାଇଁ ଆଉ ବିଧାନସଭା ସିଟ୍ ନଥିଲା । ବରଗଡ଼ ବିଧାନସଭା ସିଟରୁ ଲଢୁଥିଲେ ପୁତୁରା ଦେବେଶ ।

 

ବାଧ୍ୟହୋଇ ପୁଣି ଭୁବନେଶ୍ୱର ରାସ୍ତାଛାଡି ଦିଲ୍ଲୀ ରାସ୍ତା ଧରିବାକୁ ପଡିଲା ଭେଟେରାନ୍ ପ୍ରସନ୍ନଙ୍କୁ । କିନ୍ତୁ ସେଠି ବି ମିଳିଲା ପରାଜୟ । ଅବଶ୍ୟ ଏହା ଭିତରେ ନବୀନ ତାଙ୍କୁ ରାଜ୍ୟସଭା ପଠେଇଥିଲେ । ତେବେ ୨୦୨୪ରେ ପ୍ରସନ୍ନଙ୍କ ନଜର ପଡିଛି କି ରେଢାଖୋଲ ଉପରେ । ଯେଉଁ ରେଢାଖୋଲ ଛାଡିବା ପରଠାରୁ ସେ ଆଉ ଜିତିପାରୁନାହାନ୍ତି । ସେଇ ଆଶଙ୍କାରେ ରୋହିତ ମାରିଥିଲେ କି ୬୦ବର୍ଷର ବାଣ ।

 ନବ ଦାସଙ୍କ ଦେହାନ୍ତ, ନବ ପରିବାର ଓ ସୁଶାନ୍ତ ସିଂଙ୍କ ମଧ୍ୟରେ ଶୀତଳଯୁଦ୍ଧ ଯୋଗୁଁ ପଶ୍ଚିମ ଓଡ଼ିଶାରେ ବିଜେଡିର ଚେହେରା ପାଲଟିଛନ୍ତି ପ୍ରସନ୍ନ । ପ୍ରସନ୍ନ ଯେତେବେଳେ ରେଢାଖୋଲ ରାସ୍ତା ଧରିବାକୁ ଚାହିଁଥିବେ ସେତେବେଳେ ଲମ୍ବା କ୍ୟାରିୟର ପଡିଥିବା ରୋହିତ କେମିତି ବା ସହିଥାନ୍ତେ? କିନ୍ତୁ ଲାଗୁଛି ରୋହିତଙ୍କ ଅପେକ୍ଷା ପ୍ରସନ୍ନଙ୍କ ଉପରେ ଅଧିକ ପ୍ରସନ୍ନ ଅଛନ୍ତି ନବୀନ । ଏଥିପାଇଁ ଏବେ ମନ୍ତ୍ରୀ ପଦରୁ କଟିଲେ ରୋହିତ । ୨୦୨୪ରେ ରେଢାଖୋଲ ଟିକେଟ ବି କଟିପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ