Masthead

ବ୍ରିଜଭୂଷଣଙ୍କ କାର୍ଯ୍ୟାଳୟରେ ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ମହିଳା ରେସ୍‌ଲରଙ୍କ ପ୍ରତି ଯୌନଶୋଷଣ ମାମଲାରେ ଭାରତୀୟ ରେସଲିଂ ମହାସଂଘ ଡବ୍ଲ୍ୟୁଏଫ୍‌ଆଇର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ କାର୍ୟ୍ୟାଳୟରେ ପହଞ୍ଚିଛି ଦିଲ୍ଲୀ ପୋଲିସ । ଜଣେ ମହିଳା ରେସ୍‌ଲରଙ୍କ ସହିତ ଦିଲ୍ଲୀ ପୋଲିସ ଘଟଣାସ୍ଥଳକୁ ଯାଇ ସିନ୍‌ ରିକ୍ରିଏସନ୍‌ କରିଥିଲା। ଏହା ପୂର୍ବରୁ ଜୁନ୍‌ ୧୫ ମଧ୍ୟରେ ଦିଲ୍ଲୀ ପୋଲିସ ଏହାର ଚାର୍ଜସିଟ୍‌ ଦାଖଲ କରିବା ପାଇଁ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ପ୍ରତିଶ୍ରୁତି ଦେଇଥିଲେ।ଏହାପରେ ଯନ୍ତରମନ୍ତରଠାରେ ଚାଲିଥିବା ମାସେବ୍ୟାପୀ ଆନ୍ଦୋଳନ ବନ୍ଦ ରହିଥିଲା। ଶୁକ୍ରବାର ଦିଲ୍ଲୀ ପୋଲିସ ଅପରାହ୍ନ ୧.୩୦ରେ ପହଞ୍ଚି ପ୍ରାୟ ୩୦ ମିନିଟ ଧରି ତଦନ୍ତ କରିଥିଲା। କେଉଁ ପରିସ୍ଥିତିରେ ମହିଳାଙ୍କ ସହିତ ଅସଦାଚରଣ ହୋଇଥିଲା ସିନ୍‌ ରିକ୍ରିଏସନ୍‌ ଜରିଆରେ ଏହାକୁ ବୁଝିବାକୁ ପ୍ରୟାସ କରାଯାଇଥିଲା। ଡବ୍ଲ୍ୟୁଏଫ୍‌ଆଇ ପରିସରରୁ ପୋଲିସ୍‌ ଟିମ୍‌ ଯିବା ପରେ ଭିନେଶ ଫୋଗତ ଟୁଇଟ୍‌ କରି ବ୍ରିଜଭୂଷଣଙ୍କୁ ସମାଲୋଚନା କରିଥିଲେ।ଏହା ସହିତ କିଛି ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ।

 

ବ୍ରିଜଭୂଷଣ କେତେ ଶକ୍ତିଶାଳୀ ତାହା ସମସ୍ତେ ଜାଣନ୍ତି। ନିଜର ବାହୁବଳ, ଅର୍ଥବଳ ଓ ମିଡିଆର ସହଯୋଗ ବଳରେ ସେ ଏଭଳି ମିଥ୍ୟା ଖବର ପ୍ରସାର କରୁଛନ୍ତି। ପୋଲିସ୍‌ ରେସ୍‌ଲରଙ୍କୁ ହଇରାଣ କରିବା ପରିବର୍ତ୍ତେ ତାଙ୍କୁ ଗିରଫ କଲେ ହିଁ ନ୍ୟାୟ ମିଳିପାରିବ ନଚେତ୍‌ ଏହାର ସମ୍ଭାବନା କମ୍‌ ବୋଲି ଭିନେଶ ଟୁଇଟ୍‌ କରିଥିଲେ।ମହିଳା ରେସ୍‌ଲରମାନେ ଘଟଣାସ୍ଥଳକୁ ତଦନ୍ତ ପାଇଁ ଯାଇଥିବା ବେଳେ ସେମାନେ ବୁଝାମଣା ପାଇଁ ଯାଇଥିବା କିଛି ଚ୍ୟାନେଲରେ ଦେଖିବାକୁ ମିଳିଥିଲା। ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ ଏସ୍‌ଆଇଟି ଏହି ମାମଲାର ତଦନ୍ତ କରୁଛି। ବର୍ତ୍ତମାନ ସୁଦ୍ଧା ଏସ୍‌ଆଇଟି ଟିମ୍‌ ପ୍ରାୟ ୧୮୦ ଜଣ ଲୋକଙ୍କୁ ପଚରାଉଚରା କରିସାରିଛି। ଅସଦାଚରଣ ମାମଲାରେ ବ୍ରିଜଭୂଷଣଙ୍କୁ ଗିରଫ ଦାବିରେ ଯନ୍ତରମନ୍ତରଠାରେ ଧାରଣାରେ ବସିଥିଲେ ଅଲିମ୍ପିକ୍ସ ବିଜେତା ସାକ୍ଷୀ ମଲିକ୍‌, ବଜରଙ୍ଗ ପୁନିଆ ଓ ଏସିଆନ୍‌ ସ୍ୱର୍ଣ୍ଣ ବିଜୟିନୀ ଭିନେଶ ଫୋଗତ। ସରକାରଙ୍କ ପ୍ରତିଶ୍ରୁତି ପରେ ଧାରଣା ସ୍ଥଗିତ ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି