Before Header

ସ୍ୱାଧୀନତା ସଂଗ୍ରାମରେ ମହିଳା ସ୍ୱାଧୀନତା ସଂଗ୍ରାମୀଙ୍କ ଭୂମିକା

0 38

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଚଳିତ ବର୍ଷ ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ । ଏହି ଦିନ ବ୍ରିିଟିଶ ମାନଙ୍କ କବଳରୁ ମୁକ୍ତ ହୋଇଥିଲା ଭାରତ । ବ୍ରିଟିଶ ମାନଙ୍କ କବଳରୁ ଭାରତକୁ ମୁକ୍ତ କରିବାରେ ଅନେକ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଜାତିରପିତା ମହାତ୍ମା ଗାନ୍ଧିଙ୍କ ଠାରୁ ଆରମ୍ଭ କରି ବୀର ସୁରେନ୍ଦ୍ର ସାଏଙ୍କ ପର୍ଯ୍ୟନ୍ତ ବହୁ ସ୍ୱାଧୀନତା ସଂଗ୍ରାମୀ ଦେଶକୁ ସ୍ୱାଧୀନ କରିବା ପାଇଁ ନିଜ ଜୀବନକୁ ବଳିଦାନ ଦେଇଛନ୍ତି । ଦେଶକୁ ସ୍ୱାଧୀନ କରିବାରେ ବୀର ପୁରୁଷଙ୍କ ପରି ନାରୀ ମାନଙ୍କ ଭୂମିକା ମଧ୍ୟ ବେଶ ରୁତ୍ତ୍ୱପୂର୍ଣ୍ଣ । ସ୍ୱାଧୀନତାର ନୂତନ ସୂର୍ଯ୍ୟୋଦୟ ଦେଖାଇବାରେ ଭାରତୀୟ ନାରୀ ମାନଙ୍କର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ନିଜ ଜୀବନକୁ ବାଜି ଲଗାଇ ବହୁ ସଂଘର୍ଷ କରି ଆମକୁ ନେଇଯାଇଥିଲେ ସ୍ୱାଧୀନତାର ଦିଗକୁ । ସ୍ୱାଧୀନତା ସଂଗ୍ରାମରେ ମହିଳା ସ୍ୱାଧୀନତା ସଂଗ୍ରାମୀଙ୍କ ଭୂମିକା ଅମୂଲ୍ୟ ଅଟେ । ତାଙ୍କ ମନରେ ସାହସ ଓ ଦେଶପ୍ରେମର ଏକ ଦୃଢ ଭାବନା ଥିଲା । ତେବେ ଆସନ୍ତୁ ଜାଣିବା ସେହିଭଳି କିଛି ମହିଳା ସ୍ୱାଧୀନତା ସଂଗ୍ରାମୀଙ୍କ ବିଷୟରେ ଯିଏ ଦେଶ ପାଇଁ ହସି ହସି ନିଜ ଜୀବନକୁ ବଳି ଦେଇଛନ୍ତି ।

ରାଣୀ ଲକ୍ଷ୍ମୀବାଇ : ରାଣୀ ଲକ୍ଷ୍ମୀବାଇ ଝାନ୍ସିର ରାଣୀ ଥିଲେ । ଭାରତୀୟ ବିଦ୍ରୋହର ପ୍ରମୁଖ ନେତା ଥିଲେ ଲକ୍ଷ୍ମୀବାଇ । ୧୮୩୫ରେ ମଣିକର୍ଣ୍ଣିକା ତାମ୍ବେରେ ଜନ୍ମଗ୍ରହଣ କରି ଝାନ୍ସି ରାଜାଙ୍କୁ ବିବାହ କରିଥିଲେ । ରାଜା ଓ ରାଣୀଙ୍କର ଏକ ପୁତ୍ର ସନ୍ତାନ ଥିଲେ । ରାଜାଙ୍କ ମୃତ୍ୟୁ ପରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଆଇନଗତ ଉତ୍ତରାଧିକାରୀ ଭାବରେ ତାଙ୍କ ପୁତ୍ରଙ୍କୁ ଗ୍ରହଣ କରିନଥିଲେ । ଫଳରେ ଏହାର ଜବାବରେ ରାଣୀ ଲକ୍ଷ୍ମୀବାଇ ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇଥିଲେ । ବ୍ରିଟିଶ ଇଷ୍ଟଇଣ୍ଡିଆ କମ୍ପାନୀ ଦ୍ୱାରା ଝାନ୍ସି ରାଜ୍ୟର ଆନ୍ଦୋଳନର ଜବାବରେ ସେ ବ୍ରିଟିଶ ଶାସନ ବିରୁଦ୍ଧରେ ବିଦ୍ରୋହ କରିଥିଲେ ।

ସରୋଜିନୀ ନାଇଡୁ: ସରୋଜିନୀ ନାଇଡୁ ଜଣେ କବି, ରାଜନେତା ସହ ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବେ ମଧ୍ୟ ବେଶ ଜଣାଶୁଣା ଥିଲେ । ୧୩ ଫେବୃୟାରୀ ୧୮୭୯ରେ ହାଇଦ୍ରାବଦ ଠାରେ ଜନ୍ମ ଗ୍ରୟହଣ କରିଥିଲେ ସରୋଜିନୀ । ୧୯୦୫ରେ ବଙ୍ଗଳା ବିଭାଜନ ପରେ ସରୋଜିନୀ ନାଇଡୁ ଭାରତୀୟ ଜାତୀୟ ଆନ୍ଦୋଳନରେ ଯୋଗ ଦେଇଥିଲେ । ଏହି ସମୟରେ ସେ ଗୋପାଳକୃଷ୍ଣ ଗୋଖଲେ , ରବୀନ୍ଦ୍ରନାଥ ଟାଗୋର , ଆନି ବେସାନ୍ତ ଓ ମହାତ୍ମା ଗାନ୍ଧିଙ୍କ ସହ ଯୋଗାଯୋଗ କରିଥିଲେ । ୧୯୧୫ରୁ ୧୯୧୮ ମଧ୍ୟରେ ସରୋଜିନୀ ଭାରତର ବିଭିନ୍ନ ଅଞ୍ଚଳକୁ ଯାଇ ସାମାଜିକ କଲ୍ୟାଣ, ମହିଳା ସଶକ୍ତିକରଣ ଓ ଜାତୀୟତା ଉପରେ ବକ୍ତୃତା ଦେଇଥିଲେ । ଭାରତର ମହିଳା ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ସେମାନଙ୍କୁ ରୋଷେଇ ଘରୁ ଆଣି ଦେଶ ପାଇଁ ଲଢେଇ କରିଥିଲେ ।

କସ୍ତୁରବା ଗାନ୍ଧୀ : ୧୮୬୯ ମସିହାରେ ଭାରତରେ ଏକ ଧନୀ ପରିବାରରେ ଜନ୍ମ ହୋଇଥିଲେ କସ୍ତୁରବା ଗାନ୍ଧୀ । ୧୩ ବର୍ଷ ବୟସରେ ମହାମ୍‌ôା ଗାନ୍ଧୀଙ୍କୁ ବିବାହ କରିଥିଲେ । ଯେତେବେଳେ ମହାତ୍ମା ଗାନ୍ଧିଙ୍କୁ ଗିରଫ କରାଯାଇ ଦକ୍ଷିଣ ଆଫ୍ରିକାରେ କାରାଗାରରେ ରଖାଯାଇଥିଲା, ସେତେବେଳେ କସ୍ତୁରବା ଗାନ୍ଧି ମଧ୍ୟ ତାଙ୍କ ପିଲାଙ୍କ ସହ ସେଠାରେ ରହିବାକୁ ଯାଇଥିଲେ । ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ହୋଇଥିଲେ ଏବଂ ଅନେକ ଥର ଜେଲ ମଧ୍ୟ ଯାଇଥିଲେ ।

ବିଜୟ ଲକ୍ଷ୍ମୀ ପଣ୍ଡିତ: ବିଜୟ ଲକ୍ଷ୍ମୀ ପଣ୍ଡିତ ଭାରତର ଅନ୍ୟତମ ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଉତ୍ତର ପ୍ରଦେଶର ଏକ ପ୍ରଭାବଶାଳୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ମହାତ୍ମା ଗାନ୍ଧୀଙ୍କ ସହ ସ୍ୱାଧୀନତା ସଂଗ୍ରାମରେ ଯୋଡି ହୋଇ ଅନେକ ଥର ଜେଲ ଯାଇଛନ୍ତି । ଜଣେ ନୀର୍ଭିକ ନେତ୍ରୀ ଭାବେ ଭାରତୀୟ ସ୍ୱାଧୀନତା ପାଇଁ ଲଢିଥିଲେ । ଯାହା ସମସ୍ତ ଭାରତୀୟଙ୍କ ପାଇଁ ଏକ ପ୍ରେରଣା ।
ଏହିପରି ଅରୁଣା ଆସେଫ ଅଲ୍ଲୀ , ଉଷା ମେହେଟ୍ଟା, କମଲା ଚଟୋପାଧ୍ୟୟ ଙ୍କ ପରି ଆହୁରି ଅନେକ ମହିୟସୀ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ବ୍ରିଟିଶ ମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ ।

Leave A Reply

Your email address will not be published.