Masthead

‘ବିଜେପିରେ ମିଶିବା ଗୁଜବ’

ଟୁଇଟର ଆକାଉଣ୍ଟରୁ ହଟାଇଲେ ଦଳୀୟ ଚିହ୍ନକୁ

ମହାରାଷ୍ଟ୍ର (ବଡ଼ ଖବର ବ୍ୟୁରୋ):  ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ । ଭାଙ୍ଗିପାରେ ଏନସିପି, ବିଜେପିରେ ଯୋଗ ଦେଇପାରନ୍ତି ଅଜିତ ପାୱାର । ଅଜିତ ପାୱାର ଏକା ନୁହେଁ ସେ ତାଙ୍କ ସହିତ ୪୦ ବିଧାୟକଙ୍କୁ ସାଙ୍ଗରେ ନେଇ ବିଜେପି ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ୫୩ ଏନସିି ବିଧାୟକଙ୍କ ମଧ୍ୟରୁ ୪୦ ବିଧାୟକଙ୍କୁ ଧରି ସିନେ୍ଦ ସରକାରଙ୍କୁ ସମର୍ଥନ କରିପାରନ୍ତି ବୋଲି କୁହାଯାଉଛି । ମୁଖ୍ୟମନ୍ତ୍ରୀ ଏକନାଥ ସିନେ୍ଦଙ୍କ ଶିବସେନାର କିଛି ବିଧାୟକଙ୍କୁ ସୁପ୍ରିମକୋର୍ଟ ଦଳବଦଳ ନିୟମ ଅନୁସାରେ ଅଯୋଗ୍ୟ ଘୋଷଣା କରିପାରନ୍ତି । ଏପରି ସ୍ଥିତିରେ ବିଜେପି ଓ ସିନ୍ଦେ ମିଳିତ ଭାବେ ଗଠନ କରିଥିବା ସରକାର ଭୁଶୁଡ଼ି ପଡ଼ିବାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି।

ସେପଟେ ଅଜିତ ପାୱାର ତାଙ୍କ ଟୁଇଟର ଆକାଉଣ୍ଟରୁ ଦଳୀୟ ଚିହ୍ନକୁ ହଟାଇ ଦେଇଛନ୍ତି। ଯାହା ପରେ ତାଙ୍କର ଭାଜପାରେ ଯୋଗଦେବା ନେଇ କଳ୍ପନାଜଳ୍ପନା ତୀବ୍ର ହୋଇଛି । ଅଜିତ ପାୱାର ପୁଣେରେ ଏନସିପି ସୁପ୍ରିମୋ ଶରଦ ପାୱାର ଏବଂ ଏମ୍ପି ସୁପ୍ରିୟା ସୁଲେଙ୍କ ଏକ ରାଲିରେ ମଧ୍ୟ ଯୋଗ ଦେଇ ନ ଥିଲେ। ଏହି ସମସ୍ତ ଆଲୋଚନା ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଏକ ବିବୃତ୍ତି ମଧ୍ୟ ସାମ୍ନାକୁ ଆସିଛି। କିନ୍ତୁ ଏହାରି ଭିତରେ ଚର୍ଚ୍ଚା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଅଜିତ ପାୱାର ।

ଅଜିତ ପାୱାର କହିଛନ୍ତି ମୁଁ ଏନସିପି ସହିତ ଅଛି ଏବଂ ଏନସିପି ସହିତ ରହିବି। ଏନସିପି ଛାଡିବାର ଗୁଜବକୁ ମିଥ୍ୟା ଖବର ବୋଲି କହିଛନ୍ତି। ମୋ ବିଷୟରେ ପ୍ରସାରିତ ଗୁଜବରେ କୌଣସି ସତ୍ୟତା ନାହିଁ। ଏହାପୂର୍ବରୁ ଶରଦ ପାୱାର ମଧ୍ୟ ଏଭଳି କଳ୍ପନାଜଳ୍ପନାକୁ ଖଣ୍ଡନ କରିଦେଇଥିଲେ। ସେ କହିଥିଲେ ଏନସିପି ବିଧାୟକଙ୍କବୈଠକ କେହି ଡାକିନାହାଁନ୍ତି। ଗଣମାଧ୍ୟମର ରିପୋର୍ଟ ମିଛ। ଏହି ସବୁ ଆଲୋଚନାର କୌଣସି ଗୁରୁତ୍ୱ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ