Masthead

କୃଷକ ଆନ୍ଦୋଳନ: ଲାଲକିଲ୍ଲା ଘଟଣାର ସିନ ରି-କ୍ରିଏସନ କରିବେ ଦୀପ ସିଦ୍ଧୁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜାନୁଆରୀ ୨୬ ଦିନ ଲାଲକିଲ୍ଲାରେ ଘଟିଥିବା ଘଟଣାର ସିନ୍ ରି-କ୍ରିଏସନ କରିବା ପାଇଁ ଗିରଫ ହୋଇଥିବା ଦୀପ ସିଦ୍ଧୁ ଓ ଇକବାଲ ସିଂହଙ୍କୁ ଲାଲକିଲ୍ଲାକୁ ନେଇଛି ଦିଲ୍ଲୀ କ୍ରାଇମବ୍ରାଂଚ ଟିମ୍ । ଦିଲ୍ଲୀ କ୍ରାଇମବ୍ରାଂଚ ଟିମ୍ ଆଜି ଉଭୟଙ୍କୁ ଚାଣକ୍ୟପୁରୀରୁ ଲାଲକିଲ୍ଲା ନେଇଛି । ଗଣତନ୍ତ୍ର ଦିବସରେ ହୋଇଥିବା ଘଟଣାର ସିନ ରିକ୍ରିଏଟ କରାଯିବ । ପଚରାଉଚରା ସମୟରେ ଦୀପ ସିଦ୍ଧୁ କହିଛନ୍ତି, ଭାବୁକ ହୋଇ ସେ କୃଷକଙ୍କ ସହ ସାମିଲ ହୋଇଥିଲେ କିନ୍ତୁ ସେ କୌଣସି ଖଲିସ୍ଥାନୀ କିମ୍ବା କଟରପନ୍ଥୀ ସଙ୍ଗଠନ ସହ ଜଡ଼ିତ ନଥିବା ଦାବି କରିଛନ୍ତି ।

ତେବେ ସେ ଭଙ୍ଗାରୁଜା କରିବା ବିଚାରଧାରା ଉପରେ ବିଶ୍ୱାସ କରନ୍ତିନାହିଁ ବୋଲି କହିଛନ୍ତି । ଲକଡ଼ାଉନ ସମୟରେ ଏବଂ ପରେ ଦୀପ ସିଦ୍ଧୁଙ୍କ ପାଖରେ କୌଣସି କାମ ନଥିଲା । ଅଗଷ୍ଟମାସରେ ପଞ୍ଜାବରେ ଯେତେବେଳେ ଆନ୍ଦୋଳନ ହୋଇଥିଲା ସେତେବେଳେ ସେ ଏହି ଆନ୍ଦୋଳନ ପ୍ରତି ଆକର୍ଷିତ ହୋଇଥିଲେ । ଆନ୍ଦୋଳନସ୍ଥଳକୁ ଯେତେବେଳେ ବି ସେ ଯାଉଥିଲେ ବଡ଼ ସଂଖ୍ୟାରେ ଯୁବପିଢି ଭିଡ଼ ଜମାଉଥିଲେ ବୋଲି ପଚରାଉଚରା ବେଳେ ଦୀପ ସିନ୍ଧୁ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ