Masthead

ବିବାଦ ପରେ ମଙ୍ଗଳସୂତ୍ର ବିଜ୍ଞାପନ ପ୍ରତ୍ୟାହାର କଲେ ସବ୍ୟସାଚୀ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବିବାଦ ବଢିବା ପରେ ସୋସିଆଲ ମିଡ଼ିଆରୁ ମଙ୍ଗଳସୂତ୍ର ବିଜ୍ଞାପନ ପ୍ରତ୍ୟାହାର କରିନେଲେ ପ୍ରସିଦ୍ଧ ଫ୍ୟାଶନ ଓ ଜୁଏଲାରୀ ଡିଜାଇନର ସବ୍ୟସାଚୀ ମୁଖାର୍ଜୀ । ଏଥିସହ ସୋସିଆଲ ମିଡିଆ ସାଇଟରୁ ମଧ୍ୟ ତାଙ୍କ ବିଜ୍ଞାପନର ପୋଷ୍ଟର ଆଉ ହୋର୍ଡିଂକୁ ହଟାଇ ଦେଇଛନ୍ତି। ନିକଟରେ ସବ୍ୟସାଚୀ ତାଙ୍କର ‘ଇଣ୍ଟିମେଟ୍‌ ଫାଇନ୍‌ ଜୁଏଲାର’ ନାମକ ଏକ ନୂଆ ଜୁଏଲାରୀ କଲେକସନ୍‌ ଲଞ୍ଚ କରିଥିଲେ। ଏଥିରେ ବେକରେ ମଙ୍ଗଳସୂତ୍ର ପକାଇ କିଛି ମଡେଲ ଲିଙ୍ଗରି ପିନ୍ଧିଥିବା ନଜର ଆସିଥିଲେ। ଏହାକୁ ନେଇ ଅନେକ ୟୁଜର୍ସ ଆପତ୍ତି ଉଠାଇଥିଲେ। ସୋଶାଲ ମିଡିଆରେ ସବ୍ୟସାଚୀଙ୍କ ବିଜ୍ଞାପନକୁ ନେଇ ଜୋରଦାର ବିବାଦ ଉଠିଥିଲା। ଏହା ଭାରତୀୟ ସଂସ୍କୃତିକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ ହୋଇଥିଲା। ତାଙ୍କୁ ଟ୍ରୋଲ ମଧ୍ୟ କରାଯାଇଥିଲା।ଏପରିକି ଏହି ବିଜ୍ଞାପନ ବିବାଦ ମଧ୍ୟପ୍ରଦେଶର ଗୃହମନ୍ତ୍ରୀଙ୍କ ପାଖରେ ଯାଇ ପହଞ୍ଚିଥିଲା।

ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ୨୪ ଘଣ୍ଟା ଭିତରେ ଏହି ବିଜ୍ଞାପନକୁ ହଟାଇବା ପାଇଁ ସବ୍ୟସାଚୀଙ୍କୁ ଚେତାବନୀ ଦେଇଥିଲେ। ଏହାପରେ ବାଧ୍ୟ ହୋଇ ଡିଜାଇନର ସବ୍ୟସାଚୀ ରବିବାର ନିଜ ବିଜ୍ଞାପନ ହଟାଇଛନ୍ତି। ବିଜ୍ଞାପନକୁ ଫେରାଇ ନେବା ସହ ସବ୍ୟସାଚୀ ନିଜ ଇନଷ୍ଟାଗ୍ରାମରେ ଏକ ବୟାନ ଜାରି କରିଛନ୍ତି। ସେ କହିଛନ୍ତି, ‘ବିଜ୍ଞାପନ ଜରିଆରେ ଯଦି ସମାଜର କିଛି ବ୍ୟକ୍ତିଙ୍କୁ ଆଘାତ ପହଞ୍ଚିଥାଏ ତେବେ ତା’ ପାଇଁ ଦୁଃଖିତ। ଐତିହ୍ୟ ଏବଂ ସଂସ୍କୃତି ଉପରେ ଆଲୋଚନାରେ ମଙ୍ଗଲସୁତ୍ର ଅଭିଯାନର ଉଦ୍ଦେଶ୍ୟ ହେଉଛି ଅନ୍ତର୍ଭୂକ୍ତୀକରଣ ଏବଂ ସଶକ୍ତିକରଣ ଉପରେ ଆଲୋଚନା କରିବା। ଏହି ଅଭିଯାନର ଉଦ୍ଦେଶ୍ୟ ଥିଲା ଉତ୍ସବ ପାଳନ କରିବା। କିନ୍ତୁ ଏହି କାରଣରୁ ଆମ ସମାଜର ଏକ ଅଂଶକୁ ଯନ୍ତ୍ରଣା ପହଞ୍ଚିଥିବାରୁ ଆମେ ଗଭୀର ଦୁଃଖିତ। ସେଥିପାଇଁ ଆମେ ଏହି ଅଭିଯାନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛୁ।’

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ