Masthead

ଭାଇଭଉଣୀଙ୍କ ଭବିଷ୍ୟତ ପାଇଁ ମୂଲ ଲାଗିଲେ ବଡ ଭଉଣୀ

ସମ୍ବଲପୁର, (ବଡ଼ ଖବର ବ୍ୟୁରୋ) : ସମ୍ବଲପୁର ଜିଲ୍ଲା କିସିଣ୍ଡା ପଞ୍ଚାୟତରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ପାଠ ଛାଡି ମୂଲ ଲାଗି ପରିବାର ଚଳାଇଲେ ଝିଅ । ବାପା ମା ଛେଉଣ୍ଡ ମୋନାଲିସା ପ୍ରଧାନ ଓ ତାଙ୍କ ଦୁଇ ଭାଇଭଉଣୀ । ଏହି ତିନି ଜଣ ଭାଇଭଉଣୀଙ୍କ ପାଇଁ ଯେମିତି ସବୁ ଦିଗ ଅନ୍ଧାର ହୋଇଯାଇଛି । ବାପା ମାଙ୍କୁ ହରାଇବା ପରେ ତିନିଜଣଙ୍କ ପାଇଁ ଦିଓଳି ଦିମୁଠା ଖାଇବା ଦିବା ସପ୍ନ ଭଳି ମନେ ହେଉଛି । ପିତା ମାତାଙ୍କ ମୃତ୍ୟୁ ପରେ ଏହି ତିନି ଭାଇ ଭଉଣୀ କିସିଣ୍ଡାର ଫଟାମୁଣ୍ଡା ଠାରେ ଅଜାଙ୍କ ପାଖରେ ରହୁଛନ୍ତି । ଅଜା ବୃଦ୍ଧ ହୋଇଯିବାରୁ ରୋଜଗାର କରିବାରେ ଅସମର୍ଥ ଥିବାରୁ ଏବେ ନିଜ ଛୋଟ ଭାଇଭଉଣୀଙ୍କ ସହ ପରିବାର ଚଳାଇବାର ବୋଝ ଏବେ ମୋନାଲିସାଙ୍କ ଉପରେ ରହିଛି । ଯୁକ୍ତ ଦୁଇ ପଡିଥିବା ମୋନାଲିସା ଆଗକୁ ପଡିବା ପାଇଁ ଇଚ୍ଛା ଥିଲେ ବି ନିଜ ଭାଇଭଉଣୀଙ୍କ ଭବିଷ୍ୟତ ଗଡିବା ପାଇଁ ନିଜ ପାଠ ଛାଡି ମୂଲ ଲାଗୁଛନ୍ତି । ଏଠି ପ୍ରଶ୍ନ ଉଠୁଛି ସରକାର ଗରିବ ଲୋକଙ୍କ ପାଖକୁ ପାଇଁ ବହୁ ଯୋଜନା କରିଛନ୍ତି ,ତେବେ ସେ ଯୋଜନା ସବୁ ସଠିକ କାଯ୍ୟକାରିତା ନହେବାରୁ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି । ଏବେ ଦେଖିବାକୁ ରହିଲା ଅସହାୟ ଭାଇଭଉଣୀଙ୍କ ପାଖକୁ ପ୍ରଶାସନର ଦୄଷ୍ଟି ପଡୁଛି କେବେ ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ