କବାଡ଼ିଆଙ୍କୁ ବିକିଲେ, କେଜି ୪୦ ଟଙ୍କାରେ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜଧାନୀରେ ଫେଲ ମାରିଛି ମୋ ସାଇକେଲ ଯୋଜନା । କିଲୋ ୪୦ ଟଙ୍କାରେ ବିକ୍ରି ହେଉଛି ସାଇକେଲ । ୨୫ହଜାର ଟଙ୍କାରେ କିଣା ଯାଇଥିବା ସାଇକେଲକୁ ୫ଶହ ଟଙ୍କାରେ ବିକ୍ରି କରାଯାଉଛି । ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି । କବାଡ଼ି ଖାନାରେ ଏବେ ମୋ ସାଇକେଲ । ଗଡ଼ିବା ସ୍ଥିତିରେ ଥାଇ ବି କ’ଣ ପାଇଁ ଏମିତି ପରିତ୍ୟକ୍ତ ଅବସ୍ଥାରେ ? ଗୋଟାକୁ ୫ଶହ ଟଙ୍କା ହିସାବରେ ୨୫୦ଟି ସାଇକେଲ ହ୍ୟାକ୍ସି ନାମକ କମ୍ପାନୀଠାରୁ କିଣିଛନ୍ତି ।

ସେଥିରୁ ଜିପିଏସ୍ ମେସିନ୍ ଖୋଲି କମ୍ପାନୀକୁ ଫେରାଇ ବାକି ସବୁ ଅଂଶ ସ୍କ୍ରାପ୍ କରି ବିକ୍ରି କରୁଛନ୍ତି। ତେବେ ଗଦା ହୋଇଥିବା ସାଇକେଲରୁ ଅଧିକାଂଶ ଗଡ଼ିବା ସ୍ଥିତିରେ ରହିଛି। ସ୍ମାର୍ଟ ସିଟି ଭୁବନେଶ୍ୱରକୁ ପ୍ରଦୂଷଣ ମୁକ୍ତ ଲକ୍ଷ୍ୟ ସହ ସାଇକେଲ ପ୍ରତି ଲୋକଙ୍କ ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିଲା ବହୁଚର୍ଚ୍ଚିତ ମୋ ସାଇକେଲ ଯୋଜନା। ୨୦୧୮ ହକି ବିଶ୍ୱକପବେଳେ ବିଶ୍ୱ ଦରବାରରେ ସ୍ମାର୍ଟ ସିଟିର ପରିଚୟ ଦୁଇ ଗୁଣା କରିବା ଲକ୍ଷ୍ୟରେ ବିଏମ୍ସି ପ୍ରାୟ ୬ କୋଟି ଟଙ୍କା ଖର୍ଚ୍ଚ କରି ୨ହଜାର ସାଇକେଲ କିଣିଥିଲା। ହ୍ୟାକ୍ସି, ୟୋନା ଏବଂ ୟୁଲୁ ନାମକ ୩ଟି ଅଲଗା ଅଲଗା କମ୍ପାନୀଙ୍କଠୁ ୫ବର୍ଷ ପାଇଁ ସାଇକେଲ ପିଛା ୨୫ ହଜାର ଟଙ୍କା ଦେଇ କିଣିଥିଲା। ହେଲେ ମାତ୍ର ୨ବର୍ଷ ଭିତରେ ନିଜ ସାଇକେଲ ଗୁଡିକୁ କଣ ପାଇଁ ନିଜ ସାଇକେଲ ଗୁଡିକୁ ସ୍କ୍ରାପିଂ କରିବାକୁ ବିକି ଦେଲା ହ୍ୟାକ୍ସି କମ୍ପାନୀ ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ