Masthead

ସରପଞ୍ଚ ହେବ ତ ଏମିତି

କେନ୍ଦ୍ରାପଡ଼ା, (ବଡ଼ ଖବର ବ୍ୟୁରୋ): ଚର୍ଚ୍ଚାରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅମୃତମଣୋହୀ ପଞ୍ଚାୟତର ସରପଞ୍ଚ କୁଳମଣି ମଲ୍ଲିକ । କୁଳମଣିଙ୍କ ବିଷୟରେ ଜାଣିଲେ ଆପଣ ଅଶ୍ଚର୍ଯ୍ୟ ହେବେ ନିଶ୍ଚୟ । ଦୁଇ ଦୁଇ ଥର ସରପଞ୍ଚ ହୋଇ ମଧ୍ୟ ତାଙ୍କ ପରିବାର ଛିଣ୍ଡା ଜରିପାଲ ଘେରା ଘରେ ରୁହନ୍ତି । ମାନବସେବା ହିଁ ମାଧବସେବା ଉକ୍ତିକୁ ଜୀବନର ବ୍ରତ କରିଛନ୍ତି କୁଳମଣି । ପ୍ରଥମେ ୨୦୦୨ରୁ ୨୦୦୭ ପର୍ଯନ୍ତ ସରପଞ୍ଚ ଥିଲେ କୁଳମଣି । ୨୦୧୭ରେ ଦ୍ୱିତୀୟ ଥର ସରପଞ୍ଚ ଦାୟିତ୍ୱ ନେଇଛନ୍ତ । ୨୦୦୭ରୁ ୨୦୨୭ ଯାଏଁ ସେ ସରପଞ୍ଚ ନଥିବା ଭିତରେ ଅନେକ ଥର ଆବାସ ଯୋଜନା ପାଇଁ ଆବେଦନ କରିଥିଲେ । ମାତ୍ର ମିଳିନଥିଲା । ନିଜ ଜମିରେ ଚାଷବାସ କରି ପରିବାର ପ୍ରତିପୋଷଣ କରନ୍ତି କୁଳମଣି । ପଞ୍ଚାୟତର ବିକାଶ ପାଇଁ ନିଜକୁ ସମର୍ପି ଦେଇଥିବା କହିଛନ୍ତି । ଛୁଆ ପିଲାଙ୍କୁ ରୋଗ ହେଲେ ତାଙ୍କୁ ନେଇ ଡାକ୍ତରଖାନା ମଧ୍ୟ ଯାଆନ୍ତିନି । ଏଇଥି ପାଇଁ ଅନେକଥର ଘରେ ଝଗଡ଼ା ହେଉଥିବା କହିଛନ୍ତି ତାଙ୍କ ପତ୍ନି ଅବନ୍ତି ମାଲ୍ଲିକ । ଲୋକଙ୍କ ଦାନରେ ସେ ନିର୍ବାଚନ ଖର୍ଚ୍ଚ ଉଠାନ୍ତି ବୋଲି କହିଛନ୍ତି କୁଳମଣି ।


ଅତି ସାଧାରଣ ଜୀବନ ବିତାଉଥିବା କୁଳମଣିଙ୍କ ଅଛି ଆଉ ଏକ ପ୍ରତିଭା । ସେ ନିଜ ନାକ ଆଉ ପାଟିରୁ ବିଭିନ୍ନ ଶବ୍ଦ ବାହର କରିବା ସହ ଆଙ୍ଗୁଠି ସହାଯ୍ୟରେ ଦାସକାଠିଆ ଧୁନ ତିଆରି କରନ୍ତି । ଗୀତ ମଧ୍ୟ ପରିବେଷଣ କରନ୍ତି । ଆଉ ଏହି କଳା ପାଇଁ ସେ ଅନେକ ସ୍ଥାନରୁ ପୁରସ୍କୃତ ମଧ୍ୟ ହୋଇଛନ୍ତି । କୁଳମଣିଙ୍କ ଏଭଳି କାର୍ଯ୍ୟଦେଖି ଲୋକେ କୁହାନ୍ତି ସରପଞ୍ଚ ହେବ ତ ଏମିତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ