Masthead

ଦୁଇଥର ନିର୍ବାଚନ ହାରିଥିବା ସତ୍ତ୍ୱେ ମମତାଙ୍କ ବିରୋଧରେ ଲଢିବେ ପ୍ରିୟଙ୍କା

କୋଲକାତା(ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଘୋଷଣା କରିଛି । ତେବେ ବିଜେପି ନେତ୍ରୀ ପ୍ରିୟଙ୍କା ଟିବିରିୱାଲ ମମତାଙ୍କ ବିରୋଧରେ ମଇଦାନକୁ ଓହ୍ଲାଇଛନ୍ତି । ପଶ୍ଚିମବଙ୍ଗର ଶାସକ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତ ଜୋରଦାର ଆରମ୍ଭ କରିଥିବା ବେଳେ ବିରୋଧୀ ବିଜେପି ମଧ୍ୟ ଏଥିରୁ ପଛଘୁଞ୍ଚା ଦେଉନାହିଁ । ବାରମ୍ବାର ମମତାଙ୍କ ବିରୋଧରେ ବିଜେପି କଡ଼ା ଟକ୍କର ଦେଉଥିବାର ଦେଖିବାକୁ ମିଳିଛି । ବିଶେଷ କରି ଭବାନୀପୁର ଆସନରେ ବିଜେପି ଅଧିକ ଆଗ୍ରହ ଦେଖାଉଛି । ଅପରପକ୍ଷରେ ଯଦି ମମତା ଏହି ଆସନରୁ ଉପ-ନିର୍ବାଚନରେ ହାରିଯାଆନ୍ତି । ତାହାଲେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିବ ।

ଏଭଳି ପରିସ୍ଥିତିରେ ଭାରତୀୟ ଜନତା ପାର୍ଟି ମମତାଙ୍କ ବିରୋଧରେ ପ୍ରିୟଙ୍କା ତିବ୍ରିୱାଲଙ୍କୁ ସୁଯୋଗ ଦେଇଛି । ହେଲେ ଆଶ୍ଚର୍ଯ୍ୟଜନକ କଥାଟି ହେଉଛି ପ୍ରିୟଙ୍କା ନିଜେ ଏପର୍ଯ୍ୟନ୍ତ ପ୍ରତିଦ୍ୱନ୍ଦିତା କରିଥିବା ଦୁଇଟି ନିର୍ବାଚନରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଏଭଳି ପରିସ୍ଥତିରେ ବିଜେପି ତାଙ୍କୁ ମମତାଙ୍କ ବିରୋଧରେ ନିର୍ବାଚନ ଲଢିବାକୁ ସୁଯୋଗ ଦେଇଛି । ଏଖବର ସାମ୍ନାକୁ ଆସିବା ପରେ ବିଜେପିର ଏଭଳି ନିଷ୍ପତ୍ତି ଉପରେ ଅନେକ ଲୋକ ପ୍ରଶ୍ନ ଉଠାଇଥିବାର ଦେଖିବାକୁ ମିଳିଛି ।

ବିଜେପି ଭରସା କରୁଥିବା ଏହି ପ୍ରିୟଙ୍କା ଟିବିରିୱାଲ କିଏ ? ଯିଏ ମମତା ବାନାର୍ଜୀଙ୍କୁ ଟକ୍କର ଦେବାକୁ ବାହାରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି, ବିଜେପି କାହିଁକି ଏତେ ଭରସା କରି ମମତାଙ୍କ ବିରୋଧରେ ପ୍ରିୟଙ୍କାକୁ ମଇଦାନକୁ ଓହ୍ଲାଇଛି? ଏପରି ଅନେକ ପ୍ରଶ୍ନ ସାମ୍ନାକୁ ଆସୁଥିବାର ଦେଖିବାକୁ ମିଳିଛି । ପ୍ରିୟଙ୍କା ୭ ଜୁଲାଇ ୧୯୮୧ ମସିହାରେ କୋଲକାତା ଠାରେ ଜନ୍ମଗ୍ରହଣ କରିଥିଲେ । ନିଜର ସ୍କୁଲ ଶିକ୍ଷା ୱେଲଣ୍ଡ ଗୋଲ୍ଡସ୍ମିଥରେ ସମାପ୍ତ କରି ଦିଲ୍ଲୀ ବିଶ୍ୱବଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ । ଏହା ପରେ ସେ କୋଲକାତା ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ହଜ୍ରାଲ କଲେଜରୁ ୨୦୦୭ ମସିହାରେ ଆଇନ ଡିଗ୍ରୀ ହାସଲ କରିଥିଲେ । ଏହା ସହ ସେ ଥାଇଲାଣ୍ଡ ବିଶ୍ୱବିଦ୍ୟାଳୟରୁ ଏବିଏ କରିଥିବାର ମଧ୍ୟ ସୂଚନା ମିଳିଛି । ଅନ୍ୟପଟେ ପ୍ରିୟଙ୍କା ବିଜେପି ନେତା ବାବୁଲ ସୁପ୍ରିଓଙ୍କ ଆଇନ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଛନ୍ତି ।

କେବଳ ଏତିକି ନୁହେଁ ବରଂ ବାବୁଲଙ୍କ ପରାମର୍ଶ ପରେ ସେ ବିଜେପିରେ ଯୋଗଦେଇଥିଲେ । ୨୦୧୫ ମସିହାରେ ବିଜେପି ପ୍ରାର୍ଥୀ ଭାବରେ ପ୍ରିୟଙ୍କା ୱାର୍ଡ ନମ୍ବର ୫୮ରୁ କୋଲକାତା ମୁନସିପାଲିଟି ପରିଷଦ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିଲେ । କିନ୍ତୁ ତୃଣମୂଳ କଂଗ୍ରେସ ଠାରୁ ପ୍ରିୟଙ୍କା ପରାଜୟ ବରଣ କରିଥିଲେ । କେବଳ ଏତିକି ନୁହେଁ ବରଂ ଦୀର୍ଘ ଛଅ ବର୍ଷ ମଧ୍ୟରେ ପ୍ରିୟଙ୍କା ବିଜେପିର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପରିଚାଳନ କରିଥିଲେ ।

ଏବଂ ଅଗଷ୍ଟ ୨୦୨୦ ମସିହାରେ ତାଙ୍କୁ ପଶ୍ଚିମବଙ୍ଗର ଭାରତୀୟ ଜନତା ମୋର୍ଚ୍ଚାର ଉପସଭାପତି କରାଯାଇଥିଲା । ଏହା ଛଡ଼ା ଚଳିତ ବର୍ଷ ସେ ଏଣ୍ଟଲିରୁ ବିଧାନସଭା ନିର୍ବାଚନ ଲଢିଥିଲେ । ହେଲେ ୫୮,୨୫୭ ଭୋଟ ବ୍ୟବଧାନରେ ଟିଏମସିର ସ୍ୱର୍ଣ୍ଣ କମଲ ସାହାଙ୍କ ଠାରୁ ହାରିଯାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି