Masthead

ପୃଥିବୀ ନିକଟତର ହେବ ଶନି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସୋମବାର ଆକାଶରେ ଶନି ଗ୍ରହ ଆକର୍ଷଣୀୟ ଭାବରେ ଦୃଶ୍ୟମାନ ହେବ । ଶନି ଏବଂ ପୃଥିବୀ ସୂର୍ଯ୍ୟ ଚାରିପଟେ ସେମାନଙ୍କର କକ୍ଷପଥରେ ଘୂରିବା ସମୟରେ ସୋମବାର ସବୁଠାରୁ ଅଧିକ ନିକଟତର ହେବେ। ଶନି ଗ୍ରହ ପୃଥିବୀର ଅତି ନିକଟତର ହେଉଥିବାରୁ ଏହା ବହୁତ ଉଜ୍ଜ୍ୱଳ ଦେଖାଯିବ। ଶନି ପୃଥିବୀର ଅତି ନିକଟତର ହୋଇଥିବାରୁ ଖାଲି ଆଖିରେ ସାଧାରଣ ଦିନ ତୁଳନାରେ ଅଧିକ ଉଜ୍ଜଳ ଦେଖାଯିବ । ୨୦୨୦ ମସିହା ଜୁଲାଇ ୨୦ରେ ଶନି ପୃଥିବୀର ନିକଟତର ହୋଇଥିଲା ।

ଆଗାମୀ ୨୦୨୨ ମସିହା ଅଗଷ୍ଟ ୧୪ ତାରିଖରେ ଏପରି ଘଟିବ। ଅଗଷ୍ଟ ୨ ତାରିଖ ଦିନ ସୂର୍ଯ୍ୟାସ୍ତ ହେବା ସହ ଶନି ଗ୍ରହ ପୂର୍ବ ଦିଗବଳୟରେ ଉଦୟ ହୋଇ ଧୀରେ ଧୀରେ ପଶ୍ଚିମ ଦିଗକୁ ଗତିକରି ୧୨ ଘଣ୍ଟା ପରେ ଅର୍ଥାତ୍‌ ଭୋର ସମୟରେ ଅସ୍ତ ହେବ। ମେଘ ମୁକ୍ତ ପରିଷ୍କାର ଆକାଶରେ ଅଗଷ୍ଟ ମାସ ପ୍ରତି ରାତିରେ ସଂଧ୍ୟା ଠାରୁ ସକାଳ ଯାଏ ଶନି ସହ ବୃହଷ୍ପତି ଖାଲି ଆଖିରେ ଦେଖାଯିବ।

ପୃଥିବୀଠାରୁ ଶନିର ଦୂରତା କ୍ରମାଗତ ଭାବରେ ବଦଳିଥାଏ। କାରଣ ଦୁଇଟି ଗ୍ରହ କ୍ରମାଗତ ଭାବରେ ବିଭିନ୍ନ ଗତିରେ ସୂର୍ଯ୍ୟ ଚାରିପଟେ ସେମାନଙ୍କର କକ୍ଷପଥରେ ଯାତ୍ରା କରନ୍ତି। ପୃଥିବୀ ସୂର୍ଯ୍ୟ ଚାରିପଟେ ଥରେ ଘୂରିବାକୁ ୩୬୫ ଦିନ ବା ଏକ ବର୍ଷ ସମୟ ନେଉଥିଲାବେଳେ ଶନି ସୂର୍ଯ୍ୟ ଚାରିପଟେ ଥରେ ଘୂରିବାକୁ ୨୯.୫ ବର୍ଷ ସମୟ ନିଏ। ତେଣୁ ପ୍ରତି ଏକ ବର୍ଷ ଏବଂ ୧୩ ଦିନରେ ଶନି ଏବଂ ପୃଥିବୀ ନିକଟତର ହୋଇଥାନ୍ତି ଓ ଗ୍ରହ ଦୁଇଟି ସୂର୍ଯ୍ୟର ଗୋଟିଏ ପଟରେ ରୁହନ୍ତି। ଶନି ଓ ସୂର୍ଯ୍ୟ ମଝିରେ ପୃଥିବୀ ରହିଥାଏ। ସେ ସମୟରେ ପୃଥିବୀ ଓ ଶନିର ହାରାହାରି ଦୂରତା ୧୨୦ କୋଟି କିମି ରହିବ।

ଯାହା ସୂର୍ଯ୍ୟ ଠାରୁ ପୃଥିବୀ ଦୂରତାର ପ୍ରାୟ ୮ ଗୁଣ ଅଧିକ। ଚଳିତ ବର୍ଷ ଏହା ଅଗଷ୍ଟ ୨ ତାରିଖ ରାତିରେ ଭାରତୀୟ ସମୟ ଦିନ ୧୧ଟା ୩୦ରେ ଏହା ଘଟିବ। ଅନ୍ୟପକ୍ଷରେ ଆଉ ୬ ମାସ ପରେ ପୃଥିବୀ ସୂର୍ଯ୍ୟର ପଛ ପାଖକୁ ଚାଲିଗଲେ ପୃଥିବୀ ଓ ଶନିର ସର୍ବାଧିକ ଦୂରତା ୧୭୦ କୋଟି କିମି ରହିବ। ଯାହା ସୂର୍ଯ୍ୟ ଠାରୁ ପୃଥିବୀ ଦୂରତାର ପ୍ରାୟ ୧୧ ଗୁଣ ଅଧିକ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ