Masthead

ଶିକ୍ଷକ ହେଲେ ହଟହଟା

ଜଗନ୍ନାଥପ୍ରସାଦ, (ବଡ଼ ଖବର ବ୍ୟୁରୋ): ସ୍କୁଲ ବନ୍ଦ ନିଷ୍ପତ୍ତିକୁ ଅବିଭାବକଙ୍କ ବିରୋଧ । ରାଜ୍ୟରେ କମ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ କରିବା ପାଇଁ ନିସ୍ପତ୍ତି ନେଇଛନ୍ତି ସରକାର । ସରକାରୀ ନିଷ୍ପତ୍ତି ଅବିଭାବକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ଜଗନ୍ନାଥପ୍ରସାଦ ବ୍ଲକ ଜିରାବାଡି ପଞ୍ଚାୟତ ଲେପା ସରକାରୀ ପ୍ରାଥମିକା ବିଦ୍ୟାଳୟକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି ପ୍ରସାଶନ । ଯାହାକୁ ବିରୋଧ କରି ଧାରଣାରେ ବସିଛନ୍ତି ଅବିଭାବକ । ୧୯୯୫ ମସିହାରେ ନିର୍ମିତ ଏହି ସ୍କୁଲରେ ଛାତ୍ରଛାତ୍ରୀ କମ ଥିବାରୁ ଏହାକୁ ଜିରାବାଡି ସ୍କୁଲ ସହ ମିଶାଇବା ପାଇଁ ନିଷ୍ପତ୍ତି ନେଇଛି ପ୍ରସାଶନ । ଆଜି କାଗଜପତ୍ର କାମ ପାଇଁ ପ୍ରଧାନଶିକ୍ଷକ ପ୍ରସାନ୍ତ କୁମାର ସେଠୀ ଓ ସହକାରୀ ଶିକ୍ଷକ ଭୀମସେନ ପ୍ରଧାନ ପହଁଚିଥିଲେ । ଖବର ପାଇ ସ୍କୁଲ ପରିଚାଳନା କମିଟି ସଦସ୍ୟଙ୍କ ସହ ଅଭିଭାବକ ଓ ଛାତ୍ରଛାତ୍ରୀ ଧାରଣାରେ ବସିଥିଲେ । ବହୁ ସମୟ ଅପେକ୍ଷା କରିବା ପରେ ଶିକ୍ଷକ ଦ୍ୱୟ ଘଟଣା ସମ୍ପର୍କରେ ଏବିଇଓଙ୍କୁ ଅବଗତ କରାଇଥିଲେ । କିନ୍ତୁ ଏବିଇଓ କିଛି କରିପାରିବେନି କହି ହାତ ଟେକିଦେଇଥିଲେ । ପରେ ଶିକ୍ଷକ ଦ୍ୱୟ ସେଠାରୁ ଫେରିଯାଇଥିଲେ । ଏନେଇ ସ୍ଥାନୀୟ ବିଧାୟକ ତଥା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ନିକଟରେ ଅଭିଯୋଗ କରିଥିବା କହିଛନ୍ତି ଗ୍ରାମବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ