Masthead

ପ୍ରତିଶ୍ରୁତି ରଖିବେ ତ’ ସରକାରୀ ବାବୁ

ରେଙ୍ଗାଲି (ବଡ଼ ଖବର ବ୍ୟୁରୋ): ତଲାବିରା ଗ୍ରାମବାସୀଙ୍କ ଅଭିଯୋଗ ଶୁଣିଲା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ସମ୍ବଲପୁର ଆଞ୍ଚଳିକ ଅଧିକାରୀ ଏନଏଲସି କମ୍ପାନୀର ତଲାବିରା-୨ କୋଇଲା ଖଣି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନ ସମୟରେ ସ୍ଥାନୀୟ ସରକାରୀ କର୍ମଚାରୀ ଓ କମ୍ପାନୀର ଅଧିକାରୀମାନେ ଉପସ୍ଥିତ ଥିଲେ । ଅଧିକାରୀମାନେ ପ୍ରଥମେ ଖଣି ଭିତରକୁ ଯାଇ ଜଳାଶୟ ଏବଂ କୋଇଲା ଉତ୍ତୋଳନ ସମୟରେ ହେଉଥିବା ପ୍ରଦୂଷଣ, ଆଖପାଖ ଗାଁରେ ଜଳ, ବାୟୁ ପ୍ରଦୂଷଣ ଏବଂ ଚାଷଜମି ଉପରେ ଏହାର ପ୍ରଭାବକୁ ଅନୁଧ୍ୟାନ କରିଥିଲେ । ଖଦୁପଡା ଓ ତଲାବିରା ଗ୍ରାମବସୀ ଖଦୁପଡାକୁ ଲାଗି ମାଟିପକା ଓ ଉଚ୍ଚ କ୍ଷମତା ବ୍ଲାଷ୍ଟିଂ ଦ୍ୱାରା ହେଉଥିବା କ୍ଷୟକ୍ଷତି ବିଷୟରେ ଆଞ୍ଚଳିକ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ।

କୋଇଲା ଖଣିରୁ ନିର୍ଗତ ତେଲ ଓ ବିଭିନ୍ନ ରାସାୟନିକ ପଦାର୍ଥଯୁକ୍ତ ପାଣି ସିଧାସଳଖ ବିଶିକଟା ଓ କଟାବନ୍ଧରେ ମିଶିବା ସହ ଚାଷ ଜମିରେ ମିଶି ଫସଲ ନଷ୍ଟ ହେଉଛି । ଦୂଷିତ ପାଣି ବ୍ୟବହାର କରିବା ଦ୍ୱାରା ଗ୍ରାମବାସୀ ବିଭିନ୍ନ ଚର୍ମ ରୋଗରେ ପୀଡ଼ିତ ହେଉଥିବା କୁହାଯାଇଛି । ନିର୍ମାଣାଧୀନ ଖିଣ୍ତା ଚାଲଟିକ୍ରା ରୋଡକୁ ମଧ୍ୟ ପରିଦର୍ଶନ କରିଛନ୍ତି ଅଧିକାରୀ । ଚାଲଟିକ୍ରା ରୋଡକୁ ସମ୍ପୂର୍ଣ୍ଣ ଭାବରେ ତିଆରି ନ କରି ତା’ ଉପରେ ଟ୍ରକରେ କୋଇଲା ପରିବହନ ହେଉଛି । ଫଳରେ ଆଖପାଖ ଅଞ୍ଚଳର ଚାଷଜମି ନଷ୍ଟ ହେବା ସହିତ ଉତ୍ପାଦିତ ଫସଲ ଓ ପନିପରିବା ନଷ୍ଟ ହେବାର ସମ୍ଭାବନା ରହିଛି । କର୍ମଜୀବୀ ଏକତା ସଂଗଠନ ଓ ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ସମସ୍ତ ଦିଗକୁ ଅନୁଧ୍ୟାନ କରି ଯଥା ଶୀଘ୍ର ଉଚିତ ପଦକ୍ଷେପ ନେବେ ବୋଲି କହିଛନ୍ତି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ସମ୍ବଲପୁର ଆଞ୍ଚଳିକ ଅଧିକାରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ