Masthead

କଂଗ୍ରେସର ବରିଷ୍ଠ ନେତା ତାଜଦାରଙ୍କ ଦେହାନ୍ତ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ବରିଷ୍ଠ କଂଗ୍ରେସ ନେତା ତାଜାଦାର ବାବରଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା । ତାଙ୍କ ଦେହ ଦୀର୍ଘ ଦିନ ଧରି ଆସୁସ୍ଥ ଥିଲା । ଶେଷରେ ଆଜି ସେ ଆଖି ବୁଝିଦେଇଛନ୍ତି । ତେବେ ତାଜାଦର ତକ୍ରାଳୀନ ମିଣ୍ଟୋ ରୋଡ ନୁର୍ବଚନ ମଣ୍ଡଳିରେ ବିଧାୟକ ଭାବେ କାର୍ଯ୍ୟ କରିଛନ୍ତି । ପରବର୍ତ୍ତୀ ଅବସ୍ଥାରେ ଏହି ମିଣ୍ଟୋ ରୋଡ ନୂଆ ଦିଲ୍ଲୀ ନିର୍ବଚନ ମଣ୍ଡଳୀରେ ମିଶିଥିଲା । ତେବେ ନୂଆଦିଲ୍ଲୀ ଆସନରେ ପୂର୍ବରୁ ଶିଲା ଦିକ୍ଷୀତ ଜିତିଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜୟୀ ହୋଇଛନ୍ତି ।

 

ସୂଚନା ଅନୁସାରେ ଇନ୍ଦିରା ଗାନ୍ଧି ପ୍ରଧାନମନ୍ତ୍ରୀ ଥିବା ବେଳେ ତାଜାଦାର ଦିଲ୍ଲୀ କଂଗ୍ରେସର ମୁଖିଆ ଭାବେ କାମ କରୁଥିଲେ । କଂଗ୍ରେସ ପକ୍ଷରୁ ଆଜି ତାଙ୍କ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଠୁ ଆରମ୍ଭ କରି ମୁଖପାତ୍ର ପବନ ଖେଡାଙ୍କ ବହୁ ବିଶିଷ୍ଟ ବ୍ୟକ୍ତି ତାଜଦାରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ତାଜଦାରଙ୍କ ପରିବାରରେ ତାଙ୍କ ଗୋଟେ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ପୁଅ ଫରହଦ ୨୦୦୬ରେ ଦିଲ୍ଲୀ ମେୟର ଭାବେ କାର୍ଯ୍ୟ କରିଥିଲେ । ତେବେ ଆଜି ସଂଧ୍ୟାରେ ନିଜାମୁଦ୍ଦିନର ପଞ୍ଚ ପିରାନ କବରସ୍ତାନରେ ତାଙ୍କୁ କବର ଦିଆଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ